Advertisment

ଇଡି ସ୍କାନରରେ ଆଉ ଜଣେ ଆପ୍ ନେତା

ଆଜି ସକାଳେ ଇଡିର ଏକ ଟିମ୍ ମନ୍ତ୍ରୀ ଆନନ୍ଦଙ୍କ ଘରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି।

ଅଦ୍ୟତନ ହୋଇଛି
raaj kumar anand

raaj kumar anand

Advertisment

ଇଡି ସ୍କାନରରେ ଦିଲ୍ଲୀର ଆଉ ଜଣେ ମନ୍ତ୍ରୀ। ଆପ୍ ନେତା ତଥା ଦିଲ୍ଲୀ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ। ଅବକାରୀ ନୀତିରେ ଅର୍ଥ ହେରଫେର୍ ମାମଲାରେ ଏହି ଚଢାଉ କରିଛି ଇଡି। 

Advertisment

ସୂଚନା ଅନୁସାରେ, ଆଜି ସକାଳେ ଇଡିର ଏକ ଟିମ୍ ମନ୍ତ୍ରୀ ଆନନ୍ଦଙ୍କ ଘରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି। ଖବର ଲେଖା ହେବା ସୁଦ୍ଧା ଆନନ୍ଦଙ୍କ ଘରେ ଚଢାଉ ଚାଲିଥିଲା, ଆର୍ଥିକ ହେରଫେରର ନେଇ କୌଣସି ସବିଶେଷ ରିପୋର୍ଟ ପ୍ରକାସ କରିନଥିଲା ଇଡି।

ଅନ୍ୟପଟେ ସମାନ ମାମଲାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଇଡିରେ ହାଜର ହେବେ। ଏହି ମାମଲାରେ କେଜ୍ରିୱାଲଙ୍କୁ ପୂର୍ବରୁ ପଚରାଉଚରା କରିଥିଲା ସିବିଆଇ। ଆଜି ତାଙ୍କୁ ତଦନ୍ତକାରୀ ସଂସ୍ଥା ଗିରଫ କରିପାରେ ବୋଲି ଅନୁମାନ କରୁଛି ଦଳ।

Advertisment

ସେପଟେ ସୁପ୍ରିମକୋର୍ଟଙ୍କ ଜାମିନ ନାମଞ୍ଜୁର ପରେ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବେ ବି ଜେଲରେ ଅଛନ୍ତି। ଗତ ମାସରେ ଦଳର ସାଂସଦ ସଞ୍ଜୟ ସିଂହଙ୍କୁ ମଧ୍ୟ ଗିରଫ କରାଯାଇଛି।

ଇଡିର ଏହି ଚଢାଉକୁ ନେଇ ଆପ୍ ନେତା ସୌରଭ ଭରଦ୍ୱାଜ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆପକୁ ଧ୍ୱଂସ କରିବା ପାଇଁ କେନ୍ଦ୍ର ସରକାର ଏପରି ଚକ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, "ଦଳକୁ ଯେନ-ତେନ-ପ୍ରକାରେଣ ଧ୍ୱଂସ କରିବାକୁ ଲକ୍ଷ୍ୟ ରଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ସେମାନେ କୌଣସି ପଥକୁ ଛାଡୁନାହାନ୍ତି, ଏପରିକି ନକଲି ମାମଲା ମଧ୍ୟ ତିଆରି କରୁଛନ୍ତି। ଏହାର ଗୋଟିଏ ଉଦ୍ଦେଶ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆପକୁ ଧ୍ୱଂସ କରିବା।" 

Ed Enforcement Directorate Delhi Minister Raaj Kumar Anand ED Scan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe