Advertisment

ଦିଲ୍ଲୀ ବିଲ୍‌ ଲୋକସଭାରେ ପାସ୍‌, ବିରୋଧୀଙ୍କ କକ୍ଷ ତ୍ୟାଗ

ଏହି ବିଲ୍‌ ଉପରେ ୪ ଘଣ୍ଟା କାଳ ବିତର୍କ ହୋଇଥିଲା।  ଶେଷରେ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦେଇଥିଲେ।

author-image
Hemant Lenka
Lok Sabha

Lok Sabha

ପ୍ରବଳ ହଟ୍ଟଗୋଳ ଓ ନାରାବାଜୀ ମଧ୍ୟରେ ଆଜି ଲୋକସଭାରେ ପାରିତ ହୋଇଛି ଦିଲ୍ଲୀ ବିଲ୍‌। ରାଜଧାନୀ ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଓ ବଦଳି ଉପରେ କେନ୍ଦ୍ର ସରକାର ନିଜର ନିୟନ୍ତ୍ରଣ ରଖିବା ପାଇଁ National Capital Territory of Delhi (Amendment) Bill, ୨୦୨୩ ଲୋକସଭାରେ ଆଗତ କରିଥିଲେ।

Advertisment

ଏହି ବିଲ୍‌ ଉପରେ ୪ ଘଣ୍ଟା କାଳ ବିତର୍କ ହୋଇଥିଲା।  ଶେଷରେ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦେଇଥିଲେ। ସେ ବିରୋଧୀ ବିଶେଷ କରି ଦିଲ୍ଲୀର କ୍ଷମତାସୀନ ଆପ୍‌କୁ ସମାଲୋଚନା କରିଥିଲେ। ଏହାପରେ ଏହି ବିଲ୍‌ ଲୋକସଭାରେ ପାରିତ ହୋଇଛି। ଏହାକୁ ବିରୋଧ କରି ବିରୋଧୀ ଦଳର ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ।

ପ୍ରଶାସନିକ ସେବାର ଅଧିକାର ଦିଲ୍ଲୀର ନିର୍ବାଚିତ ସରକାରଙ୍କର ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହାପରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାତ ଦେଇଥିଲେ। ଏବେ ଉକ୍ତ ଅଧ୍ୟାଦେଶ ବଦଳରେ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ୍‌ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍ ୨୦୨୩ ଆଣିଥିଲେ।

Advertisment

ଏହି ବିଲ୍‌ ଗୃହରେ ଉପସ୍ଥାପନ ହେବା ଦିନ ଠାରୁ ବିରୋଧୀ ଏହାକୁ ଅସାମ୍ବିଧାନିକ କହିଥିଲେ। ଗୋଟିଏ ନିର୍ବାଚିତ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ଏହି ବିଲ୍‌ ଅଣାଯାଇଥିବା ସେମାନେ ମତ ରଖିଥିଲେ। 

ହେଲେ ସରକାର ଏହାର ଓକିଲାତି କରିବା ସହ ଆଜି ଏହାକୁ ଲୋକସଭାରେ ପାରିତ କରିବାର ସକ୍ଷମ ହୋଇଛନ୍ତି। ଏବେ ଏହା ରାଜ୍ୟସଭାରେ ଆଗତ ହେବ। ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ବିଲ୍‌ ପାରିତ କରିବାକୁ ଆବଶ୍ୟକ ସଂଖ୍ୟା ନଥିଲା।

କିନ୍ତୁ ୱାଇଏସଆର କଂଗ୍ରେସ ଓ ବିଜେଡି ଭଳି ଅଣ ଏନଡିଏ ଦଳ ବିଲ୍‌କୁ ସମର୍ଥନ କରିବେ ବୋଲି କହିଛନ୍ତି। ତେଣୁ ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ଏହି ବିଲ୍‌ ପାରିତ ହେବା ଏକ ପ୍ରକାରର ନିଶ୍ଚିତ।

ଆଜି ଲୋକସଭାରେ ଦିଲ୍ଲୀ ବିଲ୍‌ ପାରିତ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିଜେପି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା ଯେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବ। ହେଲେ ଆଜି ବିଜେପି ଦିଲ୍ଲୀବାସୀଙ୍କୁ ପଛପଟୁ ଛୁରା ମାରିଛି। ଏବେ ଠାରୁ ମୋଦିଜୀ କହୁଥିବା କଥାକୁ କେହି ବି ବିଶ୍ୱାସ କରନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି।

Delhi Monsoon Session Lok Sabha Session