ବିରୋଧୀଙ୍କ ସବୁ ରଣନୀତି ଫେଲ୍‌, ରାଜ୍ୟସଭାରେ ଦିଲ୍ଲୀ ବିଲ୍‌ ପାସ୍‌

ଅଣ ଏନଡିଏ ଦଳର ସମର୍ଥନରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ(ସଂଶୋଧିତ) ବିଲ୍‌ ୨୦୨୩କୁ ପାରିତ କରିବାକୁ ସକ୍ଷମ ହୋଇଛି।

Amit shah

ରାଜ୍ୟସଭାରେ ଅମିତ ଶାହ

Hemant Lenka
  • Published: Monday, 07 August 2023
  • Updated: 07 August 2023, 10:31 PM IST

Sports

Latest News

କାମ ଦେଲାନି ବିରୋଧୀ ଦଳର ମୁଖିଆଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମାରାଥନ ବୈଠକ। ଫେଲ ମାରିଲା ବିରୋଧୀଙ୍କୁ ଏକାଠି କରିବାର ରଣନୀତି।

ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲ୍‌କୁ ରୋକିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ ହେଁ ଏହା ସଫଳ ହୋଇନି। ଅଣ ଏନଡିଏ ଦଳର ସମର୍ଥନରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ(ସଂଶୋଧିତ) ବିଲ୍‌ ୨୦୨୩କୁ ପାରିତ କରିବାକୁ ସକ୍ଷମ ହୋଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ ଥିଲେ ମଧ୍ୟ ଆଜି ଦିଲ୍ଲୀ ବିଲ୍‌ ବିପକ୍ଷରେ ଭୋଟ ଦେବାକୁ ରାଜ୍ୟସଭାକୁ ଆସିଥିଲେ। ସେ ହ୍ୱିଲ ଚେୟାରରେ ଆସି ଭୋଟ ଦେଇଥିଲେ ହେଁ ଏହା ବିଲ୍‌କୁ ମାତ ଦେବାକୁ ଯଥେଷ୍ଟ ହୋଇନାହିଁ।  

Also Read

ବିଲ୍‌ ସପକ୍ଷରେ ୧୩୧ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୧୦୨ ଭୋଟ ପଡ଼ିଛି। ଏହାର ଅର୍ଥ ୨୯ ଖଣ୍ଡ ଭୋଟରେ ବିରୋଧୀଙ୍କୁ ମାତ ଦେବାରେ ଏନଡିଏ ସରକାର ସମର୍ଥନ ହୋଇଛନ୍ତି। ଭୋଟିଂ ବେଳେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ତେଣୁ କାଗଜରେ ସାଂସଦମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। 

ଏହା ପୂର୍ବରୁ ଦିଲ୍ଲୀ ସର୍ଭିସ ବିଲ୍‌ ଲୋକସଭାରେ ପାରିତ ହୋଇଥିଲା। କେନ୍ଦ୍ର ସରକାର ପ୍ରବଳ ହଙ୍ଗାମା ଓ ନାରାବାଜୀ ଭିତରେ ଦିଲ୍ଲୀ ବିଲ୍‌କୁ ଲୋକସଭା ଭଳି ରାଜ୍ୟସଭାରେ ପାରିତ କରିବାରେ ସକ୍ଷମ ହୋଇଛନ୍ତି। ବିତର୍କ ପରେ ବିରୋଧୀ ଦଳଗୁଡ଼ିକ ଏହି ବିଲ୍‌କୁ ସଂସଦର ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ। କିନ୍ତୁ ରାଜ୍ୟସଭା ଅଧ୍ୟକ୍ଷ ବିରୋଧୀଙ୍କ ସବୁ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି। 

ଆଜି ରାଜ୍ୟସଭାରେ ଏହି ବିଲ୍‌ ଉପସ୍ଥାପନ କରାଯାଇଥିଲେ ହେଁ ଏହାକୁ କଂଗ୍ରେସ ଓ ଆପ୍‌ ପକ୍ଷରୁ ପ୍ରବଳ ବିରୋଧ କରାଯାଇଥିଲା। କଂଗ୍ରେସ ସାଂସଦ ଅଭିଷେକ ମନୁସିଙ୍ଘଭୀ କହିଛନ୍ତି, “ନିୟନ୍ତ୍ରଣ କରିବା ପାଇଁ ବିଜେପି ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛି। ଏହି ବିଲ୍‌ ଅସାମ୍ବିଧାନିକ। ଏହା ମୂଳତଃ ଅଗଣତାନ୍ତ୍ରିକ ଓ ଆଞ୍ଚଳିକ ସ୍ୱରକୁ ଚାପି ଦେବା ପାଇଁ ଏହି ବିଲ୍‌ ଅଣାଯାଇଛି।

ଦିଲ୍ଲୀବାସୀଙ୍କ ପ୍ରତି ଅନ୍ୟାୟ କରାଯାଉଛି। ଏହା ସଙ୍ଘୀୟ ବ୍ୟବସ୍ଥାର ସବୁ ନିୟମକୁ ଉଲ୍ଲଙ୍ଘନ କରୁଛି। ସାଧାରଣ ପ୍ରଶାସନିକ ନିୟମର ସବୁ ଉତ୍ତରାଦାୟିତ୍ୱକୁ ବେଖାତିର କରୁଛି। ବିଧାନସଭା ଭିତ୍ତିକ ଗଣତନ୍ତ୍ରକୁ ମଧ୍ୟ ଏହି ବିଲ୍‌ ଦ୍ୱାରା ଚାପି ଦିଆଉଛି।” ଆପ୍‌ ପକ୍ଷରୁ ସାଂସଦ ରାଘବ ଚଡ୍ଡା ମଧ୍ୟ ମତ ରଖି ଦିଲ୍ଲୀ ସର୍ଭିସ ବିଲ୍‌ କେମିତି ଗୋଟିଏ ନିର୍ବାଚିତ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରୁଛି, ତା’ ଉପରେ ନିଜର ପକ୍ଷ ରଖିଥିଲେ।

ସବୁ ଦଳର ସାଂସଦମାନେ ମତ ରଖି ସାରିବା ପରେ ଶେଷରେ ବିଲ୍‌ ସପକ୍ଷରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିଜର ପକ୍ଷ ରଖିଥିଲେ। ସେ ବିରୋଧୀଙ୍କୁ କଟାକ୍ଷ କରିବା ସହ ସମ୍ବିଧାନକୁ କେମିତି ସଂଶୋଧନ କରାଯାଇ ଜରୁରିକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା, ସେକଥା ମଧ୍ୟ ସମସ୍ତଙ୍କୁ ମନେ ପକାଇ ଦେଇଥିଲା। ଏହାବାଦ ବିରୋଧୀଙ୍କୁ ସେ ଚ୍ୟାଲେଞ୍ଜ କରି ଦିଲ୍ଲୀ ବିଲ୍‌କୁ ଅଟକାଇ ଦେଖାଇବାକୁ ମଧ୍ୟ ଆହ୍ୱାନ ଦେଇଥିଲେ। 

ଏହାପରେ ବିଲ୍‌ ଉପରେ ଭୋଟ ହୋଇଥିଲା। ଆଉ ଏନଡିଏ ସରକାର ବେଶ ସହଜରେ ରାଜ୍ୟସଭାରେ ଏହାକୁ ପାରିତ କରିବାକୁ ସକ୍ଷମ ହୋଇଛନ୍ତି। ପ୍ରକୃତରେ ଦେଖିବାକୁ ଗଲେ ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପାଖରେ ବିଲ୍‌ ପାରିତ କରିବାକୁ ଆବଶ୍ୟକ ସଂଖ୍ୟା ନଥିଲା।

କିନ୍ତୁ ୱାଇଏସଆର କଂଗ୍ରେସ ଓ ବିଜେଡି ଭଳି ଅଣ ଏନଡିଏ ଦଳ ବିଲ୍‌କୁ ସମର୍ଥନ କରିଥିଲେ। ତେଣୁ ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ଏହି ବିଲ୍‌ ପାରିତ ହୋଇଛି। ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହୋଇଯିବ।

ପ୍ରଶାସନିକ ନିଯୁକ୍ତି ଓ ବଦଳି ଅଧିକାର ଦିଲ୍ଲୀର ନିର୍ବାଚିତ ସରକାରଙ୍କର ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହାପରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାତ ଦେଇଥିଲେ।

ଏବେ ଉକ୍ତ ଅଧ୍ୟାଦେଶ ବଦଳରେ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ୍‌ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍ ୨୦୨୩ ଆଣିଛନ୍ତି। ଏହା ଆଇନରେ ପରିଣତ ହୋଇଯିବା ପରେ ପ୍ରଶାସନିକ ନିୟନ୍ତ୍ରଣ ଉପ ରାଜ୍ୟପାଳଙ୍କ ହାତରେ ରହିବ। ଉପ ରାଜ୍ୟପାଳ ହେଉଛନ୍ତି କେନ୍ଦ୍ରର ପ୍ରତିନିଧି। ତେଣୁ ପରୋକ୍ଷରେ କେନ୍ଦ୍ର ସରକାର ଦିଲ୍ଲୀର ପ୍ରଶାସନିକ ବିଧିବ୍ୟବସ୍ଥାକୁ ନିୟନ୍ତ୍ରଣ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story