Advertisment

ରାଜ୍ୟସଭାରେ ଆଗତ ହେଲା ଦିଲ୍ଲୀ ବିଲ୍‌, କଂଗ୍ରେସର ଜୋରଦାର ବିରୋଧ

ଦିଲ୍ଲୀର ପ୍ରଶାସନିକ ବଦଳି ଓ ନିଯୁକ୍ତି ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ(ସଂଶୋଧନ) ବିଲ୍‌ ୨୦୨୩ ଆଣିଛନ୍ତି।

delhi bill

delhi bill

Advertisment

ବିରୋଧୀଙ୍କ ପ୍ରବଳ ବିରୋଧ ଓ ହଟ୍ଟଗୋଳ ମଧ୍ୟରେ ରାଜ୍ୟରେ ସଭାରେ ଆଗତ ହୋଇଛି ଦିଲ୍ଲୀ ସର୍ଭିସ ବିଲ୍‌। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହାକୁ ଗୃହରେ ଆଗତ କରିଛନ୍ତି। ଦିଲ୍ଲୀର ପ୍ରଶାସନିକ ବଦଳି ଓ ନିଯୁକ୍ତି ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ(ସଂଶୋଧନ) ବିଲ୍‌ ୨୦୨୩ ଆଣିଛନ୍ତି। ଏହାକୁ ଲୋକସଭା ଭଳି ରାଜ୍ୟସଭାରେ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି।

Advertisment

ଲୋକସଭାରେ ପ୍ରବଳ ହଙ୍ଗାମା ଓ ନାରାବାଜୀ ଭିତରେ ଦିଲ୍ଲୀ ବିଲ୍‌କୁ ସରକାର ପାରିତ କରିବାରେ ସକ୍ଷମ ହୋଇଥିଲେ। ଆଜି ରାଜ୍ୟସଭାରେ ଏହି ବିଲ୍‌ ଉପସ୍ଥାପନ କରାଯାଇଥିଲେ ହେଁ ଏହାକୁ କଂଗ୍ରେସ ଓ ଆପ୍‌ ପକ୍ଷରୁ ପ୍ରବଳ ବିରୋଧ କରାଯାଇଛି। କଂଗ୍ରେସ ସାଂସଦ ଅଭିଷେକ ମନୁସିଙ୍ଘଭୀ କହିଛନ୍ତି, “ନିୟନ୍ତ୍ରଣ କରିବା ପାଇଁ ବିଜେପି ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛି। ଏହି ବିଲ୍‌ ଅସାମ୍ବିଧାନିକ। ଏହା ମୂଳତଃ ଅଗଣତାନ୍ତ୍ରିକ ଓ ଆଞ୍ଚଳିକ ସ୍ୱରକୁ ଚାପି ଦେବା ପାଇଁ ଏହି ବିଲ୍‌ ଅଣାଯାଇଛି।

ଦିଲ୍ଲୀବାସୀଙ୍କ ପ୍ରତି ଅନ୍ୟାୟ କରାଯାଉଛି। ଏହା ସଙ୍ଘୀୟ ବ୍ୟବସ୍ଥାର ସବୁ ନିୟମକୁ ଉଲ୍ଲଙ୍ଘନ କରୁଛି। ସାଧାରଣ ପ୍ରଶାସନିକ ନିୟମର ସବୁ ଉତ୍ତରାଦାୟିତ୍ୱକୁ ବେଖାତିର କରୁଛି। ବିଧାନସଭା ଭିତ୍ତିକ ଗଣତନ୍ତ୍ରକୁ ମଧ୍ୟ ଏହି ବିଲ୍‌ ଦ୍ୱାରା ଚାପି ଦିଆଉଛି।”

Advertisment

ପ୍ରଶାସନିକ ସେବାର ଅଧିକାର ଦିଲ୍ଲୀର ନିର୍ବାଚିତ ସରକାରଙ୍କର ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହାପରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାତ ଦେଇଥିଲେ। ଏବେ ଉକ୍ତ ଅଧ୍ୟାଦେଶ ବଦଳରେ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ୍‌ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍ ୨୦୨୩ ଆଣିଛନ୍ତି। ଲୋକସଭାରେ ବିଜେପିର ସଂଖ୍ୟା ଥିବାରୁ ବିଲ୍ ସହଜରେ ପାରିତ ହୋଇଥିଲା।

କିନ୍ତୁ ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ବିଲ୍‌ ପାରିତ କରିବାକୁ ଆବଶ୍ୟକ ସଂଖ୍ୟା ନଥିଲା। କିନ୍ତୁ ୱାଇଏସଆର କଂଗ୍ରେସ ଓ ବିଜେଡି ଭଳି ଅଣ ଏନଡିଏ ଦଳ ବିଲ୍‌କୁ ସମର୍ଥନ କରିବେ ବୋଲି କହିଛନ୍ତି। ତେଣୁ ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ଏହି ବିଲ୍‌ ପାରିତ ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି।

Amit Shah Monsoon Session Parliament Rajyasabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe