Advertisment

ଦିଲ୍ଲୀ ୟୁନିଭରସିଟି ନିର୍ବାଚନ: ୪ ଆସନରୁ ୩ଟି କବଜା କଲା ଏବିଭିପି, କଂଗ୍ରେସର ଗୋଟିଏ

ଶେଷ ଥର ପାଇଁ ୨୦୧୯ରେ ଦିଲ୍ଲୀ ୟୁନିଭର୍ସିଟି ନିର୍ବାଚନ ହୋଇଥିଲେ।

Wining Candidates

Wining Candidates

Advertisment

ପ୍ରକାଶ ପାଇଲା ଦିଲ୍ଲୀ ୟୁନିଭରସିଟି ଷ୍ଟୁଡେଣ୍ଟ୍ସ ୟୁନିୟନ୍(DUSU) ଇଲେକ୍ସନ୍ ରେଜଲ୍ଟ। ଆଜି ସନ୍ଧ୍ୟାରେ ଫଳାଫଳ ପ୍ରକାଶ ପାଇଛି। କେନ୍ଦ୍ରୀୟ ପ୍ୟାନେଲର ମୋଟ ୪ ପଦରୁ ୩ଟିରେ ଅଖିଳ ଭାରତୀୟ ବିଦ୍ୟାପୀଠ ପରିଷଦ(ABVP) ବିଜୟୀ ହୋଇଥିବା ବେଳେ ନ୍ୟାସନାଲ୍ ଷ୍ଟୁଡେଣ୍ଟ୍ସ ୟୁନିୟନ(NSUI) ଗୋଟିଏ ପଦ ଜିତିଛି।

Advertisment

ସଭାପତି ପଦରେ ଏବିଭିପିର ତୁଷାର ଦେଧା ଜିତିଥିବାବେଳେ ଆପାରାଜିତା ଛାତ୍ର ସଂଗଠନ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସଚିନ ବୈସଲ ଯୁଗ୍ମ ସମ୍ପାଦକ ଏବଂ ଏନଏସୟୁଆଇର ଅଭି ଦହିଆ ଉପସଭାପତି ହୋଇଛନ୍ତି।

ଛାତ୍ର ସଂଗଠନ ନିର୍ବାଚନ ଗତକାଲି ହୋଇଥିଲା। ପାଞ୍ଚ ପରେ ପ୍ରଥମ କରି ଚଳିତ ବର୍ଷ ଏହି ନିର୍ବାଚନ କରାଯାଇଛି। ଶେଷ ଥର ପାଇଁ ୨୦୧୯ରେ ଦିଲ୍ଲୀ ୟୁନିଭର୍ସିଟି ନିର୍ବାଚନ ହୋଇଥିଲେ। ଏଠାରେ ସର୍ବଦା ABVP ଏବଂ NSUI ମଧ୍ୟରେ ଲଢେଇ ଦେଖିବାକୁ ମିଳେ। ଚଳିତ ନିର୍ବାଚନରେ ଚାରିଟି ପଦବୀ ପାଇଁ ଚବିଶ ଜଣ ପ୍ରାର୍ଥୀ ଲଢେଇ କରିଥିଲେ।

Advertisment

କେନ୍ଦ୍ରୀୟ ପ୍ୟାନେଲ ପାଇଁ ୫୨ଟି କଲେଜ ଏବଂ ଡିପାର୍ଟମେଣ୍ଟରେ ନିର୍ବାଚନ ଇଭିଏମ୍ ମାଧ୍ୟମରେ କରାଯାଇ ଥିବାବେଳେ କଲେଜ ୟୁନିଅନ୍ ଭୋଟ୍ କାଗଜ ବାଲାଟରେ ହୋଇଥିଲା। ପ୍ରାୟ ଏକ ଲକ୍ଷ ଛାତ୍ର ଭୋଟ୍ ଦେଇଥିବା ବଳେ ବିଶ୍ୱବିଦ୍ୟାଳୟରେ ୪୨ ପ୍ରତିଶତ ଭୋଟରଙ୍କ ସଂଖ୍ୟା ରେକର୍ଡ କରାଯାଇଥିଲା। 

ABVP NSUI Delhi University Elections Students Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe