Advertisment

ନିଲମ୍ବନ ଆଦେଶକୁ ବିରୋଧ କରି ବିଜେପି ଉପରେ ବର୍ଷିଲେ ଅଧୀର ରଞ୍ଜନ ଚୌଧୁରୀ

ବାଚସ୍ପତିଙ୍କ ନିର୍ଦ୍ଦେଶକୁ ସେ ଅମାନ୍ୟ କରିପାରିବେ ନାହିଁ ବୋଲି ଅଧୀର କହିବା ସହ ଏପରି ପଦକ୍ଷେପ ସଂସଦୀୟ ଗଣତନ୍ତ୍ରର ଆତ୍ମାକୁ ଦୁର୍ବଳ କରିବ ବୋଲି ମତ ରଖିଛନ୍ତି।

adhir

adhir

Advertisment

ବିଶୃଙ୍ଖଳା ଆଚରଣ ପାଇଁ ଲୋକସଭାରୁ ନିଲମ୍ବିତ ହୋଇଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କେନ୍ଦ୍ରରେ କ୍ଷମତାସୀନ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ବିରୋଧୀଙ୍କ ସ୍ୱରକୁ ଚାପି ଦେବା ପାଇଁ ଜାଣିଶୁଣି ନିଲମ୍ବନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

Advertisment

ସେ କହିଛନ୍ତି,“ବର୍ତ୍ତମାନ ଯେଉଁ ସବୁ ସ୍ଥିତି ଓ ଧାରା ଆରମ୍ଭ କରାଯାଇଛି, ସେଭଳି ଆମେ ଆମ ସଂସଦର କ୍ୟାରିୟର ମଧ୍ୟରେ କେବେ ଦେଖି ନଥିଲୁ। ଶାସକ ଦଳ ଜାଣିଶୁଣି ବିରୋଧୀଙ୍କ ସ୍ୱର ଚାପି ଦେବାକୁ ଏପରି ପସକ୍ଷେପ ନେଉଛି।”

ବାଚସ୍ପତିଙ୍କ ନିର୍ଦ୍ଦେଶକୁ ସେ ଅମାନ୍ୟ କରିପାରିବେ ନାହିଁ ବୋଲି ଅଧୀର କହିବା ସହ ଏପରି ପଦକ୍ଷେପ ସଂସଦୀୟ ଗଣତନ୍ତ୍ରର ଆତ୍ମାକୁ ଦୁର୍ବଳ କରିବ ବୋଲି ମତ ରଖିଛନ୍ତି। ସେ କହିଛନ୍ତି, “ସଂସଦରେ କାହାକୁ ବ୍ୟକ୍ତିଗତ ଭାବେ ଅପମାନିତ କରିବା ମୋର ଉଦ୍ଦେଶ୍ୟ ନୁହେଁ।

Advertisment

ଏଥିସହ ଅପମାନିତ କରିବା ପାଇଁ ମୋ ପାଖରେ କୌଣସି ରିମୋଟ ମଧ୍ୟ ନାହିଁ। ଯଦି କୌଣସି ଜିନିଷ କିମ୍ବା ଶବ୍ଦକୁ ଅଣସଂସଦୀୟ ବୋଲି ବିବେଚନା କରାଯାଉଛି, ତା’ହେଲେ ଏହାକୁ ହଟାଇବା କିମ୍ବା ସଙ୍କୁଚିତ କରିବାକୁ ବାଚସ୍ପତିଙ୍କ ପାଖରେ ଅଧିକାର ରହିଛି। ଯଦି କୌଣସି ଶବ୍ଦ ଖରାପ ବୋଲି ଭାବୁଛନ୍ତି, ତା’ହେଲେ ବିଜେପି ଏହି ପ୍ରସଙ୍ଗରେ ନିୟମକୁ ଅନୁକରଣ କରିପାରିବ। ହେଲେ ଏଠି କ’ଣ ସବୁ ହୋଇଛି, ସେକଥା ସମସ୍ତେ ଦେଖୁଛନ୍ତି ଓ ଜାଣୁଛନ୍ତି।”

ଗୁରୁବାର ଲୋକସଭାରେ ବାରମ୍ବାର ବିଶୃଙ୍ଖଳା ଆଚରଣ ପାଇଁ ଅଧୀରଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସ୍ୱାଧିକାର କମିଟି କରିବ। କମିଟି ରିପୋର୍ଟ ନ ଦେବା ଯାଏ ଏହି ନିଲମ୍ବିତ ନିଷ୍ପତ୍ତି ବଳବତ୍ତର ରହିବ।

Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe