Advertisment

ପୁରୀ ମେଡିକାଲ କଲେଜରେ ବର୍ଣ୍ଣ ୟୁନିଟ୍‌ ପ୍ରତିଷ୍ଠା ପାଇଁ ସାଂସଦ ସମ୍ବିତ ପାତ୍ରଙ୍କ ଦାବି

ପୁରୀ ବାଣ ବିସ୍ଫୋରଣରେ ୧୭ ମୃତ୍ୟୁକୁ ନେଇ ଉଦବେଗ ଜଣାଇବା ସହ ଜଗନ୍ନାଥ ଧାମ ମେଡିକାଲ କଲେଜ ହସ୍ପିଟାଲରେ ଡେଡିକେଟେଡ ୟୁନିଟ୍ ଦାବି କରିଛନ୍ତି ସମ୍ବିତ।

author-image
Biswajit Samal
ଅଦ୍ୟତନ ହୋଇଛି
Sambit Patra

sambit patra

ପୁରୀ ମେଡିକାଲ କଲେଜରେ ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା ପାଇଁ ଲୋକସଭାରେ ଦାବି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର। ପୁରୀ ବାଣ ବିସ୍ଫୋରଣରେ ୧୭ ମୃତ୍ୟୁକୁ ନେଇ ଉଦବେଗ ଜଣାଇବା ସହ ଜଗନ୍ନାଥ ଧାମ ମେଡିକାଲ କଲେଜ ହସ୍ପିଟାଲରେ ଡେଡିକେଟେଡ ୟୁନିଟ୍ ଦାବି କରିଛନ୍ତି ସମ୍ବିତ।

Advertisment

ଏଥିସହ ଏକ ସୁପର ସ୍ପେଶାଲିଷ୍ଟ ୟୁନିଟ ପାଇଁ ମଧ୍ୟ ସେ ଲୋକସଭାରେ ଦାବି ଜଣାଇଛନ୍ତି। ପ୍ରତିଦିନ ପୁରୀକୁ ଲକ୍ଷ ଲକ୍ଷ ଲୋକ ଆସୁଥିବାରୁ ଉନ୍ନତ ସ୍ବାସ୍ଥ୍ୟସେବା ଅତ୍ୟାବଶ୍ୟକ ବୋଲି କହିଛନ୍ତି ସମ୍ବିତ।

Bjp