Advertisment

ଦ୍ୱନ୍ଦ୍ୱ ଦୂର କଲେ ଉପମୁଖ୍ୟମନ୍ତ୍ରୀ; କହିଲେ-'ସୁଭଦ୍ରା' ତ୍ରୁଟି ଥିଲେ ଫୋନ୍ ଯିବ

ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଠିକଣା ସମୟରେ ‘ସୁଭଦ୍ରା’ ତୃତୀୟ ପର୍ଯ୍ୟାୟ ନେଇ ଘୋଷଣା କରାଯିବ। ଏଯାଏ କୋଟିଏ ୬୦ ହଜାର ଆବେଦନ ହେଲାଣି।

ଅଦ୍ୟତନ ହୋଇଛି
Subhadra

Subhadra

Advertisment

'ସୁଭଦ୍ରା' ତ୍ରୁଟି ଥିଲେ ଫୋନ୍‌ ଯିବ। ଯୋଗ୍ୟ ହିତାଧିକାରୀ ଥିବେ, କିନ୍ତୁ ଟଙ୍କା ପାଇନଥିଲେ ସେମାନଙ୍କୁ ଯିବ ଫୋନ୍‌ କଲ୍। ଆଜି ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

Advertisment

ସେ କହିଛନ୍ତି, ଆବେଦନରେ ତ୍ରୁଟି କିମ୍ବା କିଛି କମି ଥିଲେ ଫୋନ୍ ଆସିବ। ବ୍ଲକସ୍ତରରେ ଯାଞ୍ଚ ହେବ। ଅଙ୍ଗନବାଡ଼ି କର୍ମୀ ଘରକୁ ଘର ଯିବେ। ହିତାଧିକାରୀମାନେ କୌଣସି ପ୍ରକାର ବ୍ୟସ୍ତ ହେବାର ନାହିଁ। ଶେଷ ହିତାଧିକାରୀ ଯାଏଁ ସମସ୍ତ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ। ଯୋଗ୍ୟ ଥିଲେ ମଧ୍ୟ ଏଯାଏ ଯେଉଁମାନେ ‘ସୁଭଦ୍ରା’ ସହାୟତା ପାଇ ନାହାନ୍ତି ସେମାନଙ୍କ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଠିକଣା ସମୟରେ ‘ସୁଭଦ୍ରା’ ତୃତୀୟ ପର୍ଯ୍ୟାୟ ନେଇ ଘୋଷଣା କରାଯିବ। ଏଯାଏ କୋଟିଏ ୬୦ ହଜାର ଆବେଦନ ହେଲାଣି। କୋଟିଏରୁ ଅଧିକ ଲୋକଙ୍କୁ ‘ସୁଭଦ୍ରା’ ଯୋଜନାରେ ସହାୟତା ରାଶି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ରାଜ୍ୟ ବିଜେପି ସରକାର ସବୁଠାରୁ ଲୋକପ୍ରିୟ ଯୋଜନା ହେଉଛି ‘ସୁଭଦ୍ରା’। ଏହି ଯୋଜନାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମର ଟଙ୍କା ପ୍ରଦାନ କରାଯାଇଛି। ପରବର୍ତ୍ତୀ କିସ୍ତି କେବେ ପ୍ରଦାନ କରାଯିବ, ସେ ନେଇ ଘୋଷଣା ହୋଇନାହିଁ।

Bjp Subhadra Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe