Advertisment

ଅର୍ଥ ବିଭାଗ ହାତେଇଲେ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର

ଅର୍ଥ ବିଭାଗ ପୂର୍ବରୁ ବିଜେପି ନେତା ତଥା ରାଜ୍ୟର ଅନ୍ୟତମ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ହାତରେ ଥିଲା।

Ajit Pawar

Ajit Pawar

Advertisment

ମହାରାଷ୍ଟ୍ର ସରକାରରେ ସାମିଲ ହୋଇ ମନ୍ତ୍ରୀ ହୋଇଥିବା ଅଜିତ ପାୱାର ଓ ଅନ୍ୟ ୮ ଏନ୍‌ସିପି ନେତାଙ୍କ ମଧ୍ୟରେ ଆଜି ବିଭାଗ ବଣ୍ଟନ କରାଯାଇଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ଦିଆଯାଇଛି। ତା’ସହିତ ତାଙ୍କୁ ଯୋଜନା ବିଭାଗ ଦିଆଯାଇଛି।

Advertisment

ଛଗନ ଭୁଜବଳଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ବିଭାଗ ଦିଆଯାଇଥିବା ବେଳେ ଧରମରାଓ ବାବା ଅତରମଙ୍କୁ ଔଷଧ ଓ ପ୍ରଶାସନ, ଦିଲୀପ ବଲସେ ପାଟିଲଙ୍କୁ ସମବାୟ, ଧନଞ୍ଜୟ ମୁଣ୍ଡେଙ୍କୁ କୃଷି, ହାସନ ମୁଶରିଫଙ୍କୁ ଡାକ୍ତରୀ ଶିକ୍ଷା, ଅନୀଲ ପାଟିଲଙ୍କୁ ରିଲିଫ ଓ ଥଇଥାନ ସହିତ ବିପର୍ଯ୍ୟୟ ପରିଚାଳନା ବିଭାଗ ଦିଆଯାଇଛି। ସେହିପରି ମନ୍ତ୍ରୀ ଅଦିତି ତାଟକାରେଙ୍କୁ ଶିଶୁ କଲ୍ୟାଣ ବିଭାଗ ଦିଆଯାଇଥିବା ବେଳେ ସଞ୍ଜୟ ବନସୋଡ଼େଙ୍କୁ କ୍ରୀଡ଼ ଓ ଯୁବ କଲ୍ୟାଣ ବିଭାଗ ଦିଆଯାଇଛି।

ଜୁଲାଇ ୨ ତାରିଖରୁ ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ମନ୍ତ୍ରୀ ଭାବେ ଶପଥ ନେଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇନଥିଲା। ବିଭାଗ ବଣ୍ଟନ ନେଇ ଟଣାଓଟରା ଚାଲିଥିଲା ବୋଲି ଖବର ଆସିଥିଲା। କାରଣ ଅଜିତ ପାୱାର କାଳେ ତାଙ୍କ ପାଇଁ ଅର୍ଥ ବିଭାଗ ଦାବି କରିଥିଲେ। ସେହିଭଳି ତାଙ୍କ ଦଳର ଅନ୍ୟ ସଦସ୍ୟଙ୍କ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ସହିତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାବି କରିଥିଲେ। ସେ ତାଙ୍କ ଜିଦ୍‌ରେ ଅଟଳ ରହିବାରୁ ବିଭାଗ ବଣ୍ଟନରେ ବିଳମ୍ବ ହେଲା ବୋଲି କୁହାଯାଉଛି।

Advertisment

ଅର୍ଥ ବିଭାଗ ପୂର୍ବରୁ ବିଜେପି ନେତା ତଥା ରାଜ୍ୟର ଅନ୍ୟତମ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ହାତରେ ଥିଲା। ଏବେ ତାହା ଅଜିତ ପାୱାରଙ୍କୁ ହାତକୁ ଚାଲି ଆସିଛି। ଫଡ଼ନାଭିସଙ୍କ ହାତରେ ଗୃହ ବିଭାଗ ସହିତ ଆଉ କିଛି ବିଭାଗ ଦାୟିତ୍ୱ ରହିଛି।

Maharashtra Govt NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe