Advertisment

ରାଜ୍ୟସଭାରୁ ନିଲମ୍ବିତ ହେଲେ ଟିଏମସି ସାଂସଦ

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନକର ଆଜି ରାଜ୍ୟସଭାରେ ଏହା ଘୋଷଣା କରିଛନ୍ତି। ଏଥିସହ ତାଙ୍କୁ ତୁରନ୍ତ ରାଜ୍ୟସଭାରୁ ବାହାରି ଯିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

RS

RS

Advertisment

ଟିଏମସି ସାଂସଦ ଡେରେକ ଓବ୍ରାଏନ ଆଜି ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି। ବିଶୃଙ୍ଖଳା ଆଚରଣ ଓ ଅଧ୍ୟକ୍ଷଙ୍କୁ ଅସମ୍ମାନ କରିବା ଘଟଣାରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ନିଲମ୍ବନ କରାଯାଇଥିବାରୁ ସେ ଆଉ ମୌସୁମୀ ଅଧିବେଶନର ବାକି କାର୍ଯ୍ୟ ଦିବସ ଗୁଡ଼କରେ ଭାଗ ନେଇ ପାରିବେ ନାହିଁ।

Advertisment

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନକର ଆଜି ରାଜ୍ୟସଭାରେ ଏହା ଘୋଷଣା କରିଛନ୍ତି। ଏଥିସହ ତାଙ୍କୁ ତୁରନ୍ତ ରାଜ୍ୟସଭାରୁ ବାହାରି ଯିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ଟିଏମସି ସାଂସଦ ଡେରେକ ଓବ୍ରାଏନ ଗୋଟିଏ ପ୍ରସଙ୍ଗରେ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ। କେଉଁ ରୁଲ ବଳରେ ସେ ଏପରି ଦାବି କରୁଥିବା ଅଧ୍ୟକ୍ଷ ପ୍ରଶ୍ନ କରିଥିଲେ। ଏହାର ଜବାବରେ ଡେରେକ ରୁଲ ୨୬୭ କଥା କହିଥିଲେ।

Advertisment

ଏହି ରୁଲ ଆଧାରରେ ବିରୋଧୀ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବାକୁ ଜୁଲାଇ ୨୦ରୁ ଦାବି କରି ଆସୁଛନ୍ତି। ନିଜର ପକ୍ଷ ରଖିବା ବେଳେ ଡେରେକ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହ ଚୁପ ରହିବାକୁ ମଧ୍ୟ ଇଙ୍ଗିତ କରିଥିଲେ।

ତାଙ୍କର ଏପରି ଆଚରଣକୁ ରାଜ୍ୟସଭାର ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ନିଜ ଆସନରେ ଛିଡ଼ା ହୋଇ ବିରୋଧ କରିଥିଲେ। ସେ ଡେରେକଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରିବା ପାଇଁ ଗୋଟିଏ ପ୍ରସ୍ତାବ ଆଗତ କରିଥିଲେ।

ଏହାକୁ ଗ୍ରହଣ କରି ଅଧ୍ୟକ୍ଷ ଧନକର ଟିଏମସି ସାଂସଦ ଡେରେକଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଉଥିବା ଘୋଷଣା କରିଥିଲେ। ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୧୧ରେ ଶେଷ ହେବ।

ଡେରେକଙ୍କୁ ନିଲମ୍ବିନ କରିବା ପରେ ତୁରନ୍ତ ଗୃହ ଛାଡ଼ି ଚାଲିଯିବାକୁ ମଧ୍ୟ ଧନକର ନିର୍ଦ୍ଦେଶ ଦେଇଥିଲେ। ସୋମବାର ଦିଲ୍ଲୀ ବିଲ୍‌ ସମୟରେ ମଧ୍ୟ ଡେରେକ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ଗତକାଲି ମଧ୍ୟ ଧନକର ତାଗିଦ କରିଥିଲେ।

TMC Parliament Monsoon Session Rajyasabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe