Advertisment

ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି: ହସ୍ପିଟାଲରେ ଭର୍ତ୍ତି, କାହିଁକି ଏତେ ଗୋପନୀୟତା?

ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି ଯେ, ବିଗତ ୩ଦିନ ଧରି ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସମସ୍ୟା ଦେଖାଦେଇଥିଲା । ତେବେ ଆଜି ପୂର୍ବାହ୍ନରେ ନବୀନ ଅଧିକ ଅସୁସ୍ଥ ଅନୁଭବ କରିବାରୁ ୨ଜଣ ବିଶେଷଜ୍ଞ(ଡାକ୍ତର) ନବୀନ ନିବାସ ଯାଇ ତାଙ୍କର ସ୍ୱାସ୍ଥ୍ୟ ଯାଂଚ କରିଥିଲେ । ଏହାସହିତ ନବୀନଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝାସୁଝା ଦାୟିତ୍ୱରେ ଥିବା ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଇନଥିଲେ ।

author-image
Ordigital Desk
ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଆଜି ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ପୂର୍ବାହ୍ନରେ ୨ଜଣ ଡାକ୍ତର ନବୀନ ନିବାସ ଯାଇ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିବା ପରେ ଅପରାହ୍ନରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଓ ସେ ଚିକିତ୍ସାରେ ସୁସ୍ଥ ହେଉଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ହସ୍ପିଟାଲ ଯାଇ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିଥିବା ଜଣାପଡ଼ିଛି ।

Advertisment

୩ଦିନ ଧରି ସୁସ୍ଥ ନଥିଲେ ନବୀନ!

ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି ଯେ, ବିଗତ ୩ଦିନ ଧରି ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସମସ୍ୟା ଦେଖାଦେଇଥିଲା । ତେବେ ଆଜି ପୂର୍ବାହ୍ନରେ ନବୀନ ଅଧିକ ଅସୁସ୍ଥ ଅନୁଭବ କରିବାରୁ ୨ଜଣ ବିଶେଷଜ୍ଞ(ଡାକ୍ତର) ନବୀନ ନିବାସ ଯାଇ ତାଙ୍କର ସ୍ୱାସ୍ଥ୍ୟ ଯାଂଚ କରିଥିଲେ । ଏହାସହିତ ନବୀନଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝାସୁଝା ଦାୟିତ୍ୱରେ ଥିବା ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଇନଥିଲେ । ମାତ୍ର ନବୀନ ଅଧିକ ଗୁରୁତର ଅନୁଭବ କରିବା ପରେ ଅପରାହ୍ନ ୪ଟା ୫୦ମିନିଟରେ ନବୀନ ନିବାସରୁ ସମ୍ ଅଲଟିମେଟ୍ ମେଡିକେୟାରକୁ ସ୍ଥାନାନ୍ତର କରାଯାଇଥିଲା । ନବୀନଙ୍କୁ ହସ୍ପିଟାଲ ସ୍ଥାନାନ୍ତରବେଳେ ତାଙ୍କ ସହ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ, ନବୀନଙ୍କ ବ୍ୟକ୍ତିଗତ ସଚିବ ଆଦିତ୍ୟ ମହାପାତ୍ର ଓ ସୁରକ୍ଷାକର୍ମୀ ଚନ୍ଦ୍ରଶେଖର ପାତ୍ର ଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ହସ୍ପିଟାଲରୁ ଜାରି ସର୍ବଶେଷ ତଥ୍ୟ ଅନୁସାରେ, ଡିହାଇଡ୍ରେସନ୍ ଯୋଗୁ ନବୀନ ଅସୁସ୍ଥ ହୋଇପଡ଼ିଥିଲେ ଓ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି ତଥା ସେ ଧୀରେଧୀରେ ସୁସ୍ଥ ହେଉଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

ନବୀନଙ୍କୁ ଦେଖା କରିପାରିଲେନି ସ୍ୱାସ୍ଥ୍ୟମନ୍ତ୍ରୀ:

ଚିକିତ୍ସାଧୀନ ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ରାତିରେ ହସ୍ପିଟାଲକୁ ଯାଇଥିଲେ । ହସ୍ପିଟାଲରୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଏବେ ଆଇସିୟୁରେ ରହିଛନ୍ତି । ସେ ବିଶ୍ରାମ ନେଉଥିବାରୁ ତାଙ୍କ ସହ କଥା ହୋଇପାରିଲୁ ନାହିଁ । ତେବେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ଆଲୋଚନା କରିଛୁ । ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି । ନବୀନଙ୍କୁ ବେଷ୍ଟ୍ ଟ୍ରିଟମେଂଟ ଦେବା ପାଇଁ ଚିକିତ୍ସାରତ ଡାକ୍ତରୀ ଟିମକୁ କୁହାଯାଉଛି । ଦରକାର ପଡ଼ିଲେ ସରକାରୀ ଡାକ୍ତରୀ ଟିମ୍ ସହ ଆଲୋଚନା କରିବାକୁ ମଧ୍ୟ ସେମାନଙ୍କୁ ପରାମର୍ଶ ଦେଇଛୁ । ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ନବୀନଙ୍କୁ ଭେଟିବାକୁ ଆସିଥିଲୁ । ଡିହାଇଡ୍ରେସନ୍ ଯୋଗୁ ସେ ଅସୁସ୍ଥତା ଅନୁଭବ କଲେ । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏବେ ଏୟାରଲିଫ୍ଟ କିମ୍ବା ସ୍ଥାନାନ୍ତର କରିବା ଭଳି ପରିସ୍ଥିତି ଆସିନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ।

Advertisment

ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୋପନୀୟତା କାହିଁକି

୭୯ବର୍ଷୀୟ ନବୀନ ପଟ୍ଟନାୟକଙ୍କଙ୍କର ଜୁନ୍ ୨୨ତାରିଖରେ ସର୍ଭ୍ରିକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର କରାଯାଇଥିବା ନେଇ ତାଙ୍କ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା । ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଡାକ୍ତର ରାଜଶେଖରଙ୍କ ନେୃତୃତ୍ୱରେ ଓ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ୱାବଧାନରେ ଏହି ଅସ୍ତ୍ରୋପଚାର ସଫଳ ହୋଇଥିବା ନେଇ ନିଜେ ଡାକ୍ତର ପଣ୍ଡା ସେତେବେଳେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ନବୀନଙ୍କୁ ଭେଟିବାକୁ ଦଳୀୟ ନେତାମାନେ ମୁମ୍ବାଇ ଯାଇଥିଲେ ମଧ୍ୟ କେହି ପ୍ରତ୍ୟକ୍ଷ ଭାବେ ତାଙ୍କୁ ଦେଖିବାର ସୁଯୋଗ ପାଇନଥିଲେ ଓ ଭିଡିଓ କଲ୍ ମାଧ୍ୟମରେ ତାଙ୍କୁ ଦେଖି ଦଳୀୟ ନେତାମାନେ ଫେରିଥିଲେ । ଏପରକିି ଜୁଲାଇ ୧୨ତାରିଖରେ ଭୁବନେଶ୍ୱର ଫେରିବା ପରଠୁ ମଧ୍ୟ ତାଙ୍କୁ ଭେଟିବା ପାଇଁ ଦଳୀୟ ନେତାମାନେ ଚାହିଁ ବସିଥିଲେ ମଧ୍ୟ କାହାରିକୁ ଏପର୍ଯ୍ୟନ୍ତ ସୁଯୋଗ ମିଳିନାହିଁ । ଏପଟେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏଭଳି ଗୋପନୀୟତାକୁ ଦଳୀୟ ନେତାମାନେ ନାପସନ୍ଦ କରିଛନ୍ତି । ସେମାନଙ୍କର ନେତା ତଥା ରାଜ୍ୟର ସର୍ବାଧିକ ଲୋକପ୍ରିୟ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କାହିଁକି ଏତେ ଗୋପନୀୟତା ଅବଲମ୍ବନ କରାଯାଉଛି ବୋଲି ମଧ୍ୟ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରେ ଲାଗିଛି ।

ଦଳୀୟ ନେତାଙ୍କୁ ନବୀନଙ୍କଠୁ ଦୂରେଇ ରଖାଯାଇଛି

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁମ୍ବାଇରେ ଅସ୍ତ୍ରୋପଚାର ସାରି ନବୀନ ନିବାସ ଫେରିବା ପରଠୁ ତାଙ୍କୁ ଜଣେ ବି ଦଳୀୟ ନେତା କିମ୍ବା ଅନ୍ୟ କେହି ସାକ୍ଷାତ କରିବାର ସୁଯୋଗ ପାଇନାହାନ୍ତି । ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ହିଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥାର ବୁଝାସୁଝା କରିବା ସହ ହାତଗଣତି ୩-୪ଜଣ ଲୋକ ହିଁ ନବୀନ ନିବାସ ଭିତରେ ନବୀନଙ୍କ ପାଖ ମାଡ଼ିବାର ଅନୁମତି ପାଇଛନ୍ତି । ତେଣୁ ମୁମ୍ବାଇରୁ ଫେରିବା ପରେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା କିଭଳି ଅଛି ତାହା କେହି ଜାଣିପାରୁନାହାନ୍ତି କିମ୍ବା ପାଣ୍ଡିଆନ କାହାକୁ ଜାଣିବାର ସୁଯୋଗ ଦେଉନଥିବା ଦଳୀୟ ମହଲରେ ଚର୍ଚ୍ଚା ।

କାହିଁକି ଏତେ ଅବହେଳା ଓ କ’ଣ ଲୁଚାଇବାକୁ ହେଉଛି ପ୍ରୟାସ

ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଜଣେ ଲୋକପ୍ରିୟ ନେତା । ବୟସାଧିକ୍ୟ ଯୋଗୁ ଅସୁସ୍ଥ ଥିବା ନବୀନଙ୍କ ସ୍ୱାସ୍ଥ୍ୟ ସଂର୍ପକରେ ଏତେ ଗୋପନୀୟତା ଓ ଅବହେଳା କାହିଁକି କରାଯାଉଛି, ତାହା ଏବେ ବି ରହସ୍ୟଘେରରେ । ଚର୍ଚ୍ଚା ହେଉଛି ଯେ, ନବୀନଙ୍କ ପରିବାର ସଦସ୍ୟ କେହି ନଥିବାରୁ ତା’ର ସୁଯୋଗ ନେଇ ପାଣ୍ଡିଆନ ହିଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝାସୁଝା କରୁଛନ୍ତି । ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ନବୀନଙ୍କ ସମସ୍ତ କାର୍ଯ୍ୟକଳାପ ନିୟନ୍ତ୍ରିତ ହେଉଥିବାରୁ ଅନ୍ୟ ବିଜେଡି ନେତାମାନେ ତା’ର କୌଣସି ଆଭାସ ପାଇପାରୁନାହାନ୍ତି । ପାଣ୍ଡିଆନ ମଧ୍ୟ ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଦଳୀୟ ନେତାମାନଙ୍କ ପରାମର୍ଶ କିମ୍ବା ସହଯୋଗ ଲୋଡ଼ୁନଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି । ନିଜ ପ୍ରିୟ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏଭଳି ଗୋପନୀୟତାକୁ ଦଳର ନେତାମାନେ ନାପସନ୍ଦ କରିବା ସହ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ପାଣ୍ଡିଆନଙ୍କ ଏକଛତ୍ରବାଦୀ ନୀତି ଯୋଗୁ ନବୀନଙ୍କ ସ୍ୱାସ୍ଥ୍ୟ ଏବେବି ସଙ୍କଟଘେରରେ ରହିଛି । ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ପାଇଁ କାହିଁକି ଦଳୀୟ ନେତାଙ୍କ ଏକ ଟିମ୍ ଗଠନ ହେଉନାହିଁ ବୋଲି ବିଜେଡି ମହଲରେ ପ୍ରଶ୍ନ ଉଠିଛି ।

ହସ୍ପିଟାଲ ବାହାରେ ସମର୍ଥକଙ୍କ ଭିଡ଼

ନବୀନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଜଣାପଡ଼ିବା ପରେ ହଜାର ହଜାର ସମର୍ଥକଙ୍କ ହସ୍ପିଟାଲ ବାହାରେ ଭିଡ଼ ଲାଗିଛି । ବିଜେଡି ସମର୍ଥକମାନେ ହସ୍ପିଟାଲ ବାହାରେ ଏକତ୍ରିତ ହୋଇ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଥିବାବେଳେ ହସ୍ପିଟାଲ ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଛି । କୌଣସି ବିଜେଡି ନେତା କିମ୍ବା ଅନ୍ୟ ବ୍ୟକ୍ତିଙ୍କୁ ହସ୍ପିଟାଲ ଭିତରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନାହିଁ ।