Advertisment

ଏନଡିଏ ସହ ନୁହେଁ, ଏକାକୀ ନିର୍ବାଚନ ଲଢ଼ିବ ଜେଡିଏସ

କଂଗ୍ରେସ ଠାରୁ ଅଲଗା ହେବା ପରେ ଜେଡିଏସ୍ ନେତା କୁମାରସ୍ୱାମୀ ବିଜେପି ସହ ମିଶି କାମ କରିବ ବୋଲି କହିଥିଲେ। ଲାଗୁଥିଲା ୨୦୨୪ରେ ବିଜେପି ଓ ଜେଡିଏସ୍‌ କର୍ଣ୍ଣାଟକାରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିବେ। କିନ୍ତୁ ଏହି ଚର୍ଚ୍ଚା ଉପରେ ଆଜି ଦେବଗୌଡ଼ା ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

author-image
Hemant Lenka
HD Deve Gowda

HD Deve Gowda

ଜନତା ଦଳ ସେକ୍ୟୁଲାର (ଜେଡିଏସ୍‌) ଆସନ୍ତା ଲୋକସଭା ନିର୍ବାଚନ ଏକାକୀ ଲଢ଼ିବ। ଦଳ କାହା ସହ ମେଣ୍ଟ କରିବ ନାହିଁ ବୋଲି ଆଜି ଜେଡିଏସ୍‌ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା କହିଛନ୍ତି।

Advertisment

କଂଗ୍ରେସ ଠାରୁ ଅଲଗା ହେବା ପରେ ଜେଡିଏସ୍ ନେତା କୁମାରସ୍ୱାମୀ ବିଜେପି ସହ ମିଶି କାମ କରିବ ବୋଲି କହିଥିଲେ। ଲାଗୁଥିଲା ୨୦୨୪ରେ ବିଜେପି ଓ ଜେଡିଏସ୍‌ କର୍ଣ୍ଣାଟକାରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିବେ। କିନ୍ତୁ ଏହି ଚର୍ଚ୍ଚା ଉପରେ ଆଜି ଦେବଗୌଡ଼ା ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

କୁମାରସ୍ୱାମୀ ହେଉଛନ୍ତି ଦେବଗୌଡ଼ାଙ୍କ ପୁଅ। ଗତ ସପ୍ତାହରେ ସେ କହିଥିଲେ ଯେ ତାଙ୍କ ଦଳ ବିଜେପି ସହ ମିଶି କଂଗ୍ରେସ ସରକାରଙ୍କ ବିରୋଧରେ ରାଜ୍ୟରେ ଲଢ଼ିବେ। ଏହାପରେ ଜେଡିଏସ୍‌-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

Advertisment

ନିକଟରେ କର୍ଣ୍ଣାଟକା ବିଧାନସଭାରୁ ୧୦ ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରାଯାଇଥିଲା। ଏହା ବିରୋଧରେ ବିଜେପି ସହ ଜେଡିଏସର ବିଧାୟକମାନେ ସ୍ୱର ଉଠାଇଥିଲେ। ବିଜେପି ଭଳି ଜେଡିଏସ ମଧ୍ୟ ବିଧାୟକମାନଙ୍କ ନିଲମ୍ବନ ବିରୋଧରେ ଗୃହ କାର୍ଯ୍ୟକୁ ବୟକଟ କରିଥିଲା।

ଏବେ କିନ୍ତୁ ଦେବଗୌଡ଼ା କହିଛନ୍ତି, “ଜେଡିଏସ୍‌ ଲୋକସଭା ନିର୍ବାଚନ ସ୍ୱାଧୀନ ଭାବେ ଲଢ଼ିବ। ଆମେ ୫,୬,୩,୨ କିମ୍ବା ଗୋଟିଏ ଆସନ ଜିତିଲେ ମଧ୍ୟ ଏକାକୀ ଲଢ଼ିବୁ। ଆମେ ଯେଉଁ ସବୁ ସ୍ଥାନରେ ଶକ୍ତିଶାଳୀ, ସେଠାରେ ହିଁ ଆମେ ପ୍ରାର୍ଥୀ ଦେବୁ। ଏହାପୂର୍ବରୁ ସ୍ଥାନୀୟ କର୍ମୀଙ୍କ ସହ ମଧ୍ୟ ଆଲୋଚନା କରାଯିବ।”

Karnataka JDS