Advertisment

ମହାରାଷ୍ଟ୍ର ପାଇଁ ବିଜେପିର ପ୍ରାର୍ଥୀ ତାଲିକା, ଏହି ଆସନରୁ ଲଢ଼ିବେ ଫଡନାଭିସ୍‌

ପ୍ରଥମ ପର୍ଯ୍ୟାୟରେ ୯୯ ଜଣଙ୍କୁ ଦଳ ପକ୍ଷରୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦିଆଯାଇଛି।

author-image
Hemant Lenka
BJP

BJP

ଆସନ୍ତା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଓ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏନସିପି ସହ ମିଶି ବିଜେପି ନିର୍ବାଚନ ଲଢ଼ୁଛି। ୩ ଦଳ ମଧ୍ୟରେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପରେ ଆଜି ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ପର୍ଯ୍ୟାୟରେ ୯୯ ଜଣଙ୍କୁ ଦଳ ପକ୍ଷରୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦିଆଯାଇଛି।

Advertisment

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ବିଜେପିର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱନକୁଲେଙ୍କ ନାଁ ରହିଛି। ଫଡନାଭିସ ନାଗପୁର ଦକ୍ଷିଣ-ପଶ୍ଚିମ ଆସନରୁ ଟିକେଟ ପାଇଥିବା ବେଳେ ଚନ୍ଦ୍ରଶେଖର କାମଥି ଆସନରୁ ବିଜେପି ଟିକେଟରେ ଲଢ଼େଇ କରିବେ।

ଟିକେଟ ପାଇଥିବା ଅନ୍ୟ ପ୍ରମୁଖ ନେତା ମାନେ ହେଲେ ରାମ କଦମ, ଶ୍ୱେତା ମାହାଲେ ପାଟିଲ, ଶ୍ରୀଜୟା ଅଶୋକ ଚୌହାନ ଓ ନୀତୀଶ ରାଣେ। ବରିଷ୍ଠ ନେତା ରାମ କଦମ ଘାଟକୋପର ପଶ୍ଚିମରୁ, ଶ୍ୱେତା ଚିକଲିରୁ, ଶ୍ରୀଜୟା ଭୋକର ଓ ରାଣେ କାଙ୍କାଭ୍ଲିରୁ ନିର୍ବାଚନ ଲଢ଼ିବେ।

Advertisment

ଶ୍ରୀଜୟା ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କ ଝିଅ। ଶ୍ରୀ ଚୌହାନ ଚଳିତ ବର୍ଷ ଫେବୃଆରୀରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ଏବେ ବିଜେପି ତାଙ୍କ ଝିଅଙ୍କୁ ପ୍ରାର୍ଥୀ କରିଛି।

ମହାରାଷ୍ଟ୍ରର ସମସ୍ତ ୨୮୮ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ନଭେମ୍ବର ୨୦ରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ନଭେମ୍ବର ୨୩ରେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ।

Bjp Devendra Fadnavis Maharashtra Maharashtra Politics Maharashtra Election