DGP Anjani Kumar meets Revanth Reddy
କେସିଆରଙ୍କୁ ପଛରେ ପକାଇବା ପରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ସଭାପତି ରେବନ୍ଥ ରେଡ୍ଡୀଙ୍କୁ ନେଇ ସବୁଠି ଚର୍ଚ୍ଚା। ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନଥିଲେ ମଧ୍ୟ ଡିଜିପି ଅଞ୍ଜନୀ କୁମାର ରେବନ୍ଥଙ୍କୁ ଶେଭେଚ୍ଛା ଜଣାଇଛନ୍ତି।
Advertisment
ରେବନ୍ଥଙ୍କ ବାସଭବନରେ ପହଞ୍ଚି ଡିଜିପି ଅଞ୍ଜନୀ କୁମାର ତାଙ୍କୁ ଫୁଲତୋଡା ଦେଇ ଅଭିଭାଦନ ଜଣାଉଥିବା ଭିଡିଓ ସାମ୍ନାକୁ ଆସିଛି। ସେହିପରି ସିଆଇଡି ମୁଖ୍ୟ ଏଡିଜି ମହେଶ ଭଗବତ ମଧ୍ୟ ରେବନ୍ଥ ରେଡ୍ଡୀଙ୍କୁ ଭେଟି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।
ପ୍ରକାଶ ଥାଉ କି, ରାଜ୍ୟ କଂଗ୍ରେସ ସଭାପତି ରେବନ୍ଥ ରେଡ୍ଡୀ କାମାରେଡ୍ଡୀ ଆସନରୁ ପ୍ରାର୍ଥୀ ହୋଇଥିଲେ। ଏହି ଆସନରେ ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ଲଢୁଥିଲେ। ହେଲେ ସେ କେସିଆରକୁ ବଡ ବ୍ୟବଧାନରେ ପଛରେ ପକାଇ ଚାଲିଛନ୍ତି।
Advertisment
ଖବର ଲେଖାହେବା ସୁଦ୍ଧା, ରେବନ୍ଥ ରେଡ୍ଡୀ 13,565 ଭୋଟ୍ ଆଗରେ ଥିବାବେଳେ ଦ୍ୱିତୀୟରେ ବିଜେପିର ଭେଙ୍କଟ ରମଣ ରେଡ୍ଡୀ ଏବଂ ତୃତୀୟ ସ୍ଥାନରେ କେସିଆର ରହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
