Advertisment

ଓଡ଼ିଆ ଅସ୍ମିତା: ପୁସ୍ତକ ଉନ୍ମୋଚନ ମଂଚରେ ସୌମ୍ୟ-ଧର୍ମେନ୍ଦ୍ର ମୁହାଁମୁହିଁ

ଅଗଷ୍ଟ ୨୨ ତାରିଖ ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସୌମ୍ୟ ନିଜର ଚିରାଚରିତ ଢଙ୍ଗରେ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବା ଏକ ଆକସ୍ମିକ ଘଟଣା ଓ ଏହା ଓଡ଼ିଆ ଅସ୍ମିତାର ବିଜୟ ନୁହେଁ, ବରଂ ବିଜେଡିର ଅହଙ୍କାରର ପରାଜୟ ବୋଲି କହିବା ପରେ ଧର୍ମେନ୍ଦ୍ର ମଧ୍ୟ ପାଲଟା ଜବାବ ଦେଇ ବିଜେପିର ବିଜୟ ଆକସ୍ମିକ ନୁହେଁ ବରଂ ଅର୍ଗାନିକ୍ ଗ୍ରୋଥ୍ ବୋଲି କହିଥିଲେ।

Dharmendra And Soumya At A Book Release Function

Dharmendra And Soumya At A Book Release Function

Advertisment

ଭୁବନେଶ୍ୱର : ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ମୁହାଁମୁହିଁ ହୋଇଛନ୍ତି। ଅଗଷ୍ଟ ୨୨ ତାରିଖ ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସୌମ୍ୟ ନିଜର ଚିରାଚରିତ ଢଙ୍ଗରେ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବା ଏକ ଆକସ୍ମିକ ଘଟଣା ଓ ଏହା ଓଡ଼ିଆ ଅସ୍ମିତାର ବିଜୟ ନୁହେଁ, ବରଂ ବିଜେଡିର ଅହଙ୍କାରର ପରାଜୟ ବୋଲି କହିବା ପରେ ଧର୍ମେନ୍ଦ୍ର ମଧ୍ୟ ପାଲଟା ଜବାବ ଦେଇ ବିଜେପିର ବିଜୟ ଆକସ୍ମିକ ନୁହେଁ ବରଂ ଅର୍ଗାନିକ୍ ଗ୍ରୋଥ୍ ବୋଲି କହିଥିଲେ। ରାଜ୍ୟରେ ଏକ ନୂଆ ଆଂଚଳିକ ଦଳ ଗଠନକୁ ନେଇ ସୌମ୍ୟ ଓ ତାଙ୍କର ସହଯୋଗୀମାନେ ସମ୍ଭାବନା ଅନ୍ୱେଷଣ କରୁଥିବାବେଳେ ଆଜି ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ବିଜେପିକୁ କଟାକ୍ଷ କରିବା ରାଜ୍ୟ ରାଜନୀତିକୁ ସରଗରମ କରିଛି।

Advertisment

କ’ଣ କହିଲେ ସୌମ୍ୟ?

ରାଜ୍ୟରେ ବିଜେପି କ୍ଷମତାସୀନ ହେବା ଏକ ଆକସ୍ମିକ ଘଟଣା ବୋଲି ସୌମ୍ୟ କହିଛନ୍ତି। ୨୦୨୪ ନିର୍ବାଚନରେ ବିଜେପି ୪୦.୭% ଭୋଟ ପାଇଥିବାବେଳେ ବିଜେଡି ୪୦.୨୨% ଭୋଟ ପାଇଥିଲା। ବିଜେଡିଠାରୁ ବିଜେପିର ଭୋଟ ହାର ଅଳ୍ପ କମ୍‌ ସତ୍ତ୍ୱେ ଦଳ ୭୮ ଆସନ ହାସଲ କରି ସରକାର ଗଠନ କରିଛି। ସୌମ୍ୟ ଯୁକ୍ତି ବାଢ଼ି କହିଛନ୍ତି ଯେ, ଏହା ଓଡ଼ିଆ ଅସ୍ମିତାର ବିଜୟ ନୁହେଁ, ବରଂ ବିଜେଡିର ଅହଙ୍କାରର ପରାଜୟ। ଏହି ପରିସ୍ଥିତି ରାଜ୍ୟରେ ଆଂଚଳିକ ଦଳଗୁଡ଼ିକୁ ମୁଣ୍ଡ ଟେକି ଉଠିବାର ସୁଯୋଗ ଦେଇପାରେ। ଓଡ଼ିଆ ଅସ୍ମିତାକୁ ରାଜନୈତିକ ପ୍ରସଙ୍ଗ ନକରି ଏହାର ଅଧ୍ୟୟନ ଓ ସଠିକ୍ କାର୍ଯ୍ୟକାରୀ ନିମନ୍ତେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସୌମ୍ୟ ମତ ଦେଇଛନ୍ତି।

ପାଲଟା ଜବାବ ଦେଲେ ଧର୍ମେନ୍ଦ୍ର

ସୌମ୍ୟଙ୍କ ଏଭଳି କଟାକ୍ଷ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ବିଜେପି ହେଉଛି ଏକ ଅର୍ଗାନିକ ଶକ୍ତି। ୧୯୮୦ ମସିହାରୁ ଦେଶରେ ଏକ ସଂଗଠିତ ରାଜନୈତିକ ଶକ୍ତି ଭାବେ ବିଜେପି ଉଭା ହୋଇଛି ଏବଂ ଏହାର ୪୫ ବର୍ଷର ଇତିହାସ ଏକ ଅର୍ଗାନିକ ଅଭିବୃଦ୍ଧିର ପରିଚୟ ଦେଇଛି। ସେ ସୌମ୍ୟଙ୍କ ଆକ୍ସିଡେଂଟାଲ ବିଜୟ ମନ୍ତବ୍ୟକୁ ଖଣ୍ଡନ କରି କହିଛନ୍ତି ଯେ, ବିଜେପିର ଅର୍ଗାନିକ୍ ଗ୍ରୋଥ ହୋଇଛି। ବିଜେପି ଓଡ଼ିଶାରେ ୨୦୨୪ ନିର୍ବାଚନରେ ପୂର୍ଣ୍ଣ ବହୁମତ ସହ ସାଢ଼େ ଚାରିକୋଟି ଓଡ଼ିଆଙ୍କ ଆଶୀର୍ବାଦ ପାଇଛି। ଏହା ଏକ ଐତିହାସିକ ବିଜୟ। ଓଡ଼ିଆ ଅସ୍ମିତା କେବଳ ରାଜନୈତିକ ପ୍ରସଙ୍ଗ ନୁହେଁ, ଏହା ଏକ ସାଂସ୍କୃତିକ ଓ ଅର୍ଥନୈତିକ ଆକାଂକ୍ଷାର ପ୍ରତିଫଳନ। ଓଡ଼ିଆ ଅସ୍ମିତା ଏକ ସଭ୍ୟତାକୁ ପ୍ରତିନିଧିତ୍ୱ କରେ ଏବଂ ଏହାର ସୁରକ୍ଷା ପାଇଁ ସମସ୍ତଙ୍କର ମିଳିତ ଉଦ୍ୟମ ଆବଶ୍ୟକ। ଏହାକୁ ଯିଏ ଯେଉଁ ଢଙ୍ଗରେ ବୁଝିଲା। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁ ମଧ୍ୟ ବିଜେପିକୁ ଏକଦା ‘ସାଇନବୋର୍ଡ ପାର୍ଟି’ କହିଥିଲେ, କିନ୍ତୁ ଆଜି ବିଜେପି ଓଡ଼ିଶାରେ ଏକ ଶକ୍ତିଶାଳୀ ରାଜନୈତିକ ଶକ୍ତି ଭାବେ ଉଭା ହୋଇଛି।

Advertisment

ସେହିପରି ଧର୍ମେନ୍ଦ୍ର ମଧ୍ୟ ସୌମ୍ୟଙ୍କ ନୂଆ ଆଂଚଳିକ ଦଳ ଗଠନର ସମ୍ଭାବନା ପ୍ରସଙ୍ଗରେ ରାଜନୈତିକ ଶୈଳୀରେ ଜବାବ ଦେଇଛନ୍ତି। ସେ କହିଥିଲେ ଯେ, ସବୁ ଦଳର ନିଜସ୍ୱ ରଣନୀତି ଥାଏ। ଯେଉଁମାନେ ବିଜେପିର ଅଭ୍ୟୁଦୟକୁ ସ୍ୱୀକାର କରିବାରେ କୁଣ୍ଠାବୋଧ ହେଉଛି, ସେମାନେ ଯଦି ମିଶି ଆଉ ଗୋଟିଏ ନୂଆ ଆଂଚଳିକ ଦଳ ଗଠନ କରିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଅନେକ ଶୁଭେଚ୍ଛା। ଏହି ନୂଆ ରାଜନୀତିକ ଦଳର ଗଠନ ଓଡ଼ିଶାରେ ଗଣତନ୍ତ୍ରକୁ ଆହୁରି ମଜବୁତ କରିବ, କିନ୍ତୁ ତାକୁ ଆକଳନ କରି ବିଜେପିକୁ ଆକ୍ସିଡେଂଟାଲ ପାର୍ଟି କହିବା ଅନୁଚିତ୍ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସୂଚନାଯୋଗ୍ୟ, ତିନି ଦିନ ତଳେ ବରିଷ୍ଠ ନେତା ଅମର ଶତପଥୀଙ୍କ ଦ୍ୱାରା ଓଳାଶୁଣି ଗୁମ୍ପାଠାରେ ଆୟୋଜିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସୌମ୍ୟଙ୍କ ସମେତ ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ, ପ୍ରସନ୍ନ ପାଟ୍ଟଶାଣୀ, ରବି ପାଣି ଓ ରାମଚନ୍ଦ୍ର ହାଁସଦା ପ୍ରମୁଖ ଯୋଗ ଦେବା ପରେ ଏକ ନୂଆ ଆଂଚଳିକ ଦଳ ଗଠନ ଚର୍ଚ୍ଚା ଜୋର ଧରିଛି।

Bjp BjD Odia Pride Odisha Soumya Ranjan Patnaik Odia Language Dharmendra Pradhan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe