Advertisment

ନବୀନଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର: କହିଲେ- ଆପଣ ବୁଝିବା ଅବସ୍ଥାରେ ନାହାନ୍ତି, ଥକି ଗଲେଣି

ପଦ୍ମପୁର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଥିବା ବେଳେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ନନେଇ ସେମାନଙ୍କ ଉପରେ ଖୁବ୍ ବର୍ଷିଥିଲେ। ଆଜି ତା’ର ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ତା’ ଭିତରେ ସେ  କହିଛନ୍ତି, ମୁଖ୍ୟମନ୍ତ୍ରୀ ମହାଶୟ, ଆପଣ ବୁଝିବା ଅବସ୍ଥାରେ ନାହାନ୍ତି, ଥକି ଗଲେଣି। ଆଜି ପଦ୍ମପୁରରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]

author-image
Manoranjan Sial
ଅଦ୍ୟତନ ହୋଇଛି
ନବୀନଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର: କହିଲେ- ଆପଣ ବୁଝିବା ଅବସ୍ଥାରେ ନାହାନ୍ତି, ଥକି ଗଲେଣି

Dharmendra Pradhan

ପଦ୍ମପୁର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଥିବା ବେଳେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ନନେଇ ସେମାନଙ୍କ ଉପରେ ଖୁବ୍ ବର୍ଷିଥିଲେ। ଆଜି ତା’ର ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ତା’ ଭିତରେ ସେ  କହିଛନ୍ତି, ମୁଖ୍ୟମନ୍ତ୍ରୀ ମହାଶୟ, ଆପଣ ବୁଝିବା ଅବସ୍ଥାରେ ନାହାନ୍ତି, ଥକି ଗଲେଣି।

Advertisment

ଆଜି ପଦ୍ମପୁରରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗତକାଲି କିଛି ପ୍ରସଙ୍ଗ ଉଠାଇଲେ। ମୁଁ ଏଠି ପଚାରିବାକୁ ଚାହୁଁଛି, ମୁଖ୍ୟମନ୍ତ୍ରୀ ମହାଶୟ ଆପଣ ଗତ ଦୁଇ ବର୍ଷ ହେଲା ବିଧାନସଭାରୁ ଛୁଟି ନେଇ ବସିଛନ୍ତି। ହେଲେ ଆଣପଙ୍କୁ ପ୍ରଜାତନ୍ତ୍ର ଦରବାରକୁ ଆସିବାକୁ ପଡ଼ିଲା ଓ ନତମସ୍ତକ ହେବାକୁ ପଡ଼ିଲା। ଏଇଟା ହେଉଛି ବିଜେପିର ନୈତିକ ବିଜୟ। ଏଇଟା ହେଉଛି ପଦ୍ମପୁରର ବିଜୟ। ଏଇଟା ଭାରତର ଗଣତନ୍ତ୍ରର ବିଜୟ ବୋଲି ସେ କହିଛନ୍ତି।

https://twitter.com/dpradhanbjp/status/1598984452210069504?s=20&t=fSq3Z0Oa0WyktBI8ccJo6A

Advertisment

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନେଇ ଶ୍ରୀ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ମହାଶୟ ଆପଣଙ୍କ ଗତକାଲି ବକ୍ତବ୍ୟକୁ ପଢ଼ୁଥିଲି। ଆପଣ କହିଲେ, ଆମେ ଏୟା ସେୟା କରିବୁ। ତା’ହେଲେ ୨୨ ବର୍ଷର ହିସାବ କୁଆଡ଼େ ଗଲା? ୨୦୧୯ ମସିହାରେ ପ୍ରଦୀପ ପୁରୋହିତ ବିଧାୟକ ଥିଲା ବେଳେ ଏ ଅଞ୍ଚଳର ବରିଷ୍ଠ ନାଗରିକମାନେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଆପଣଙ୍କ ପାଖକୁ ଯାଇଥିଲେ। ସେତେବେଳେ ଆପଣ କହିଥିଲେ ଖୁବ୍‌ଶୀଘ୍ର ହେବ। ଏବେ ଆପଣ କହୁଛନ୍ତି, ୨୦୨୩ ମସିହାରେ ହେବ। ମୁଖ୍ୟମନ୍ତ୍ରୀ ମହାଶୟ ଆପଣ କେଉଁଟା ସତ କହୁଛନ୍ତି? ୧୯୯୩ ମସିହାରେ ଜିଲ୍ଲା ଗଠନ ବେଳେ କେଉଁମାନେ ପଦ୍ମପୁରକୁ ଜିଲ୍ଲା କରାଇ ଦେଇ ନଥିଲେ? ଯେଉଁମାନେ ସେତେବେଳେ ପଦ୍ମପୁରକୁ ଜିଲ୍ଲା କରାଇ ଦେଇନଥିଲେ, ସେମାନେ ଆଜି ଆପଣଙ୍କ ବାମ ଓ ଡାହାଣରେ ଛିଡ଼ା ହୋଇଛନ୍ତି। ଆପଣଙ୍କ କଥାକୁ ପଦ୍ମପୁର ଲୋକ ବିଶ୍ୱାସ କରିବେ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

https://twitter.com/dpradhanbjp/status/1598982978805587974?s=20&t=fSq3Z0Oa0WyktBI8ccJo6A

ସେ ଆହୁରି କହିଛନ୍ତି, ଆପଣ ୨୨ ବର୍ଷର  ମୁଖ୍ୟମନ୍ତ୍ରୀ। ପଦ୍ମପୁରରେ ଜିତିବା ଓ ହାରିବା କିଛି ଫରକ ପଡ଼ୁନି। କିନ୍ତୁ ଓଡ଼ିଶାବାସୀଙ୍କୁ ତ ସତ କୁହନ୍ତୁ? ୧ ତାରିଖରେ ଆପଣଙ୍କ ରାଜସ୍ୱ ମନ୍ତ୍ରୀ, ଆପଣଙ୍କ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ନୂତନ ଜିଲ୍ଲା ଗଠନର ଯୋଜନା ନାହିଁ। ପଦ୍ମପୁର ଲୋକଙ୍କ ଆଗରେ ଆପଣ ଅସତ୍ୟ କହିଛନ୍ତି। ପାଇକମାଳକୁ ଏନ୍‌ଏସି କରିବେ ବୋଲି କହିଛନ୍ତି। ତା’ହେଲେ ୨୨ ବର୍ଷ ହେଲା କ’ଣ କରୁଥିଲେ? ପଡ଼ୋଶୀ ବିଜେପୁରକୁ ଏନ୍‌ଏସି କରିବା ବେଳେ ପାଇକମାଳକୁ ତ କରିପାରିଥାଆନ୍ତେ। ଆପଣ କହିଲେ ଝାରବନ୍ଧରେ ସିଏସ୍‌ଚି ଓ ଜଳସେଚନ ପ୍ରକଳ୍ପ କରିବୁ। କିନ୍ତୁ ଆପଣ ଭୁଲିଗଲେ, ୨୨ ବର୍ଷ ହେଲା ଆପଣ ମୁଖ୍ୟମନ୍ତ୍ରୀ ଅଛନ୍ତି। ଭୋଟ ପାଇଁ ଆପଣ ଡହଳ ବିକଳ ହେଉଛନ୍ତି। ଲୋକଙ୍କ ଆଗରେ ମିଛ କହିବା ପାଇଁ ପଛାଉନାହାନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ରେଳ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ତେଚ୍ଛା ବାଣର ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମହାଶୟ ଆପଣ କହିଥିଲେ- କେନ୍ଦ୍ର ରେଳମନ୍ତ୍ରୀ କୁହନ୍ତୁ, ପଦ୍ମପୁର ଅଞ୍ଚଳରେ କେଉଁଠି କେଉଁଠି ଷ୍ଟେସନ୍‌ ହେବ? ହେଲେ ମୁଖ୍ୟମନ୍ତ୍ରୀ ମହାଶୟ ଆପଣ ପଦ୍ମପୁର ସାରା ହୋଡିଂ ମାରିଛନ୍ତି, ଆମେ ରେଳ ଲାଇନ୍‌ କରୁଛୁ। ଆପଣଙ୍କ ମନ୍ତ୍ରୀଙ୍କ ଚିଠିର କେନ୍ଦ୍ର ରେଳମନ୍ତ୍ରୀ ଉତ୍ତରରେ ଲେଖିଥିଲେ। ଆପଣଙ୍କ ରାଜ୍ୟ ସରକାରଙ୍କ ସଂସ୍ଥା ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍‌କୁ କାମ ଦିଆଯାଇଛି। ରେଳ ବିଭାଗ ନୀତିଗତ ନିଷ୍ପତ୍ତି କରିଛି। ନିୟୋଜନ ଆପଣଙ୍କ ସରକାରଙ୍କ ସଂସ୍ଥା କରିବ। ଯେଉଁ ସଂସ୍ଥାର ଅଧ୍ୟକ୍ଷ ଅଛନ୍ତି ମୁଖ୍ୟଶାସନ ସଚିବ। କିଛି କହିବା ଆଗରୁ ଟିକେ ପଚାରି ଆସି ଥାଆନ୍ତେ? ଆପଣ ଏତେ କାନକୁହା? ଏତେ କାଗଜ ଉପରେ ନିର୍ଭର କରୁଛନ୍ତି, ଟିକେ ଭଲ କରି ବୁଝି ଥାଆନ୍ତେ। ଆପଣଙ୍କ ଗୁମାସ୍ତାମାନେ ଆପଣଙ୍କ ହାତରେ କ’ଣ ଲେଖା ଦେଉଛନ୍ତି? ଆଉ ଆପଣଙ୍କ ପାଟିରେ କୁହାଉଛନ୍ତି। ମୋତେ କେବେ କେବେ ଲାଗେ, ନବୀନ ବାବୁ ଆପଣ ଆଉ ବୁଝିବା ଅବସ୍ଥାରେ ନାହାନ୍ତି। ବୁଝି ବିଚାରି କହୁନାହାନ୍ତି। ଆପଣ ଥକି ଗଲେଣି। ଭୋଟ ପାଇବା ପାଇଁ ଆପଣଙ୍କ ମୁହଁରେ ଅସତ୍ୟ କୁହାଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦୁପତ୍ରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନୁହେଁ ବରଂ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମୁଖ୍ୟମନ୍ତ୍ରୀ ଠିକରେ ହିସାବ ନ ଦେଇ କେନ୍ଦୁପତ୍ରରେ ୧୮%  ଜିଏସଟି ଲାଗିବା କଥା କହୁଛନ୍ତି। ମୁଖ୍ୟମନ୍ତ୍ରୀ ମହାଶୟ, ଆପଣଙ୍କ ଅର୍ଥମନ୍ତ୍ରୀ ଦିନେ ହେଲେ ଜିଏସ୍‌ଟି କାଉନ୍‌ସିଲ୍‌ରେ ୧୮% କଥା ଉଠାଇ ନାହାନ୍ତି। କିନ୍ତୁ ଆପଣ ଭୁଲିଗଲେ, ସେହି ୧୮ ପ୍ରତିଶତରୁ ୯% ଆପଣଙ୍କ ରାଜ୍ୟକୁ ଆସୁଛି। ଆପଣ ଏତେ ସୁବିଧାବାଦୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାଳିଦେଲେ ଓ ମିଛୁଆ କହିଲେ। ମୋଦି ଆସିବା ପୂର୍ବରୁ ରେଳ ବଜେଟରେ ଓଡ଼ିଶାକୁ ବାର୍ଷିକ ୮୩୮ କୋଟି ଆସୁଥିଲା। ହେଲେ ଆଜି ୧୦ ହଜାର କୋଟି ଟଙ୍କାରୁ ଅଧିକ ଆସୁଛି। ଏଇଟା କ’ଣ ଠକାମୀ?

https://twitter.com/dpradhanbjp/status/1598982524772167680?s=20&t=fSq3Z0Oa0WyktBI8ccJo6A

PadampurBypoll