Advertisment

ଦାୟିତ୍ୱ ବାଣ୍ଟିଲେ ମୋଦି: ଜୁଏଲ, ଅଶ୍ୱିନୀ ଓ ଧର୍ମେନ୍ଦ୍ରଙ୍କୁ କେଉଁ ବିଭାଗ ମିଳିଲା ଜାଣନ୍ତୁ

୫ ବର୍ଷ ବ୍ୟବଧାନ ପରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି ଜୁଏଲ ଓରାମ।

ଅଦ୍ୟତନ ହୋଇଛି
Juel, Aswini, Dharmendra

Juel, Aswini, Dharmendra

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭାଗ ବଣ୍ଟନ କରିଛନ୍ତି। ଗତକାଲି ମନ୍ତ୍ରୀ ଭାବେ ଶପଥ ନେଇଥିବା ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ତାଙ୍କ କ୍ୟାବିନେଟରେ ଓଡ଼ିଶାରୁ ୩ ଜଣ- ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିବା ବେଳେ ସେମାନଙ୍କୁ ମିଳିଛି ବଡ଼ ବିଭାଗ।

Advertisment

ରେଳ ସହ ଆଇଟି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାଇଛନ୍ତି ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ବୈଷ୍ଣବ। ମୋଦି ସରକାରଙ୍କ ଗତ ପାଳିରେ ମଧ୍ୟ ସେ ରେଳ ଓ ଆଇଟି ମନ୍ତ୍ରୀ ଥିଲେ। ଏଥର ତାଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନୂତନ ଭାବେ ମିଳିଛି।

ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁନଶ୍ଚ ଶିକ୍ଷା ମନ୍ତ୍ରଣାଳୟ ମିଳିଛି। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରୁ ଲଗାତାର ତୃତୀୟ ଥର ପାଇଁ ବିଜୟୀ ହୋଇଥିବା ଜୁଏଲ ଓରାମଙ୍କୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ କରାଯାଇଛି। 1999 ମସିହାରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସରକାର ବେଳେ ପ୍ରଥମ ଥର ପାଇଁ ଏହି ମନ୍ତ୍ରଣାଳୟ ଗଠନ କରାଯାଇଥିବା ବେଳେ ଜୁଏଲ ଓରାମ ଏହାର ପ୍ରଥମ ମନ୍ତ୍ରୀ ହୋଇଥିଲେ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିରେ ଅର୍ଥାତ୍ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଜୁଏଲ ଏହି ବିଭାଗର ମନ୍ତ୍ରୀ ହୋଇଥିଲେ। 

Advertisment

ଅନ୍ୟମାନଙ୍କ ମଧ୍ୟରେ ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିଥିବା ବେଳେ ଅମିତ ଶାହଙ୍କୁ ସ୍ୱରାଷ୍ଟ୍ର, ନୀତୀନ ଗଡ଼କରୀଙ୍କୁ ସଡ଼କ ଓ ପରିବହନ, ଜେପି ନଡ୍ଡାଙ୍କୁ ସ୍ୱାସ୍ଥ୍ୟ, ଶିବରାଜ ସିଂହ ଚୌହାନଙ୍କୁ କୃଷି ଓ ଗ୍ରାମ୍ୟ ଉନ୍ନୟନ, ନିର୍ମଳା ସୀତାରମଣଙ୍କୁ ଅର୍ଥ, ଏସ ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର,  ମନୋହର ଲାଲ ଖଟ୍ଟରଙ୍କୁ ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ, ଏଚଡି କୁମାରସ୍ୱାମୀଙ୍କୁ ଇସ୍ପାତ ଓ ଭାରୀ ଶିଳ୍ପ, ପୀୟୂଷ ଗୋଏଲଙ୍କୁ ବାଣିଜ୍ୟ ଓ ଶିଳ୍ପ, ଜିତନ ରାମ ମାଞ୍ଝୀଙ୍କୁ ଏମଏସ୍‌ଏମଇ, ଲଲନ ସିଂହଙ୍କୁ ପଞ୍ଚାୟତି ରାଜ, ମତ୍ସ୍ୟ  ଓ ପ୍ରାଣୀ ସମ୍ପଦ, ସର୍ବାନନ୍ଦ ସୋନେୱାଲଙ୍କୁ ବନ୍ଦର ଓ ଜାହାଜ ଚଳାଚଳ, ବୀରେନ୍ଦ୍ର କୁମାରଙ୍କୁ ସମାଜିକ ନ୍ୟାୟ ଓ ସଶକ୍ତୀକରଣ, ରାମ ମୋହନ ନାଇଡୁ କିଞ୍ଜରାପ୍ପୁଙ୍କୁ ବେସାମରିକ ବିମାନ ଚଳାଚଳ, ପ୍ରହ୍ଲାଦ ଯୋଶୀଙ୍କୁ ଖାଦ୍ୟ ଓ ସାଧାରଣ ବଣ୍ଟନ, ଗିରିରାଜ ସିଂହଙ୍କୁ ବୟନ ଶିଳ୍ପ, ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ଟେଲିକମ ଓ ଉତ୍ତର ପୂର୍ବ ରାଜ୍ୟ ବିକାଶ, ଭୂପେନ୍ଦ୍ର ଯାଦବ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ଗଜେନ୍ଦ୍ର ସିଂହ ଶିଖାୱତଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି, ଅନପୂର୍ଣ୍ଣା ଦେବୀଙ୍କୁ ମହିଳା ଓ ଶିଶୁ ବିକାଶ, କିରଣ ରିଜିଜୁଙ୍କୁ ସଂସଦୀୟ ବ୍ୟାପାର ଓ ସଂଖ୍ୟାଲଘୁ ବ୍ୟାପାର, ହରଦୀପ ସିଂହ ପୁରୀଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଓ ମନସୁଖ ମାଣ୍ଡଭୀୟଙ୍କୁ ଶ୍ରମ ଏବଂ ନିଯୁକ୍ତି ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦିଆଯାଇଛି। 

Ashwini Vaishnaw Juel Oram Dharmendra Pradhan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe