Advertisment

୨୦୨୪ରେ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ

ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ କିମ୍ବା ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢିପାରନ୍ତି ବୋଲି ନେଇ ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Dharmendra and Ashwini

Dharmendra and Ashwini

Advertisment

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେଉଁଠୁ ନିର୍ବାଚନ ଲଢିବେ? ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଉଭୟ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। 

Advertisment

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ଜୋରଦାର ପ୍ରସ୍ତୁତି କରୁଛି। ଦଳର ୧୮ ଜଣ ରାଜ୍ୟସଭା ସାଂସଦ ନିର୍ବାଚନ ଲଢିବେ। ଯେଉଁଥିରେ ୧୨ ଜଣ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ଯାହାକୁ ନେଇ ସରଗରମ ହୋଇଛି ରାଜନୀତି। ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ କିମ୍ବା ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢିପାରନ୍ତି ବୋଲି ନେଇ ଚର୍ଚ୍ଚା ହେଉଛି। ସେହିପରି ଓଡ଼ିଶା କୋଟାରୁ ରାଜ୍ୟସଭା ଯାଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି। ସେ ବାଲେଶ୍ୱର କିମ୍ବା କଟକ ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ କଳ୍ପନାଜଳ୍ପନା ଲାଗି ରହିଛି।

ତେବେ ଦଳର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ନିର୍ବାଚନ ଲଢିବେ। ସେହି ଦୃଷ୍ଟିରୁ ଦଳ ପ୍ରସ୍ତୁତି ଆରମ୍ଭ କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ନିର୍ବାଚନ ଲଢ଼ିବା ଏକ ରକମର ସ୍ଥିର ହୋଇଛି। ତେବେ ସେ କେଉଁ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ, ସେ ବାବଦରେ ଆଗକୁ ତାର ସ୍ପଷ୍ଟ ଚିତ୍ର ଆସିବ। ସେହିପରି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେଉଁଠୁ ନିର୍ବାଚନ ଚଢ଼ିବେ, ତାହା ସ୍ଥିତିକୃତ ହୋଇନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

Advertisment
Bjp State Bjp Dharmendra Pradhan Ashwini Vaishnaw
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe