Advertisment

ଧର୍ମେନ୍ଦ୍ର ଆଗୁଆ, ବବି ପଛୁଆ

ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବିଜେଡ଼ି ପ୍ରାର୍ଥୀ ବବି ଦାସ ।

author-image
Niharika Rout
Dharmendra Pradhan & Babi Das

Dharmendra Pradhan & Babi Das

ସମ୍ବଲପୁର ଲୋକସଭା ଆସନରେ ରୋଚକ ହେଉଛି ଲଢ଼େଇ। ଏଠାରେ ବିଜେପି ଓ ବିଜେଡି ତରଫରୁ ଦୁଇ ହେଭିୱେଟ ମଇଦାନରେ ଥିବା ବେଳେ ସେମାନଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ତେବେ ଏହି ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ବିଜେଡ଼ି ପ୍ରାର୍ଥୀ ବବି ଦାସ ।

Advertisment

ବାଙ୍ଗିରିପୋଷି ବିଧାନସଭା ଆସନରେ ବିଜେପି ଆଗୁଆ ଅଛି। ଏହି ଆସନରେ ବିଜେପି ପ୍ରାର୍ଥୀ ସଂଜଳି ମୁର୍ମୁ ଆଗୁଆ ଅଛନ୍ତି। ବାସୁଦେବପୁର ବିଧାନସଭାରେ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ଆଗୁଆ ଥିବା ବେଳେ ବେଗୁନିଆ ବିଧାନସଭାରେ ବିଜେଡି ପ୍ରାର୍ଥୀ ପ୍ରଦୀପ ସାହୁ ଆଗରେ ଅଛନ୍ତି ।

ଭୁବନେଶ୍ୱର ଉତ୍ତର ବିଧାନସଭାରେ ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ଆଗୁଆ ଥିବା ବେଳେ ବିଷମକଟକ ବିଧାନସଭାରେ ଆଗରେ ଅଛନ୍ତି ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକା ।

Advertisment

ଚିଲିକା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ ଆଗରେ ଥିବା ବେଳେ ଘସିପୁରା ବିଧାନସଭାରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗରେ ଅଛନ୍ତି।

2024 General Election Election Results Odisha Assembly Election 2024