Advertisment

'ଅପାତ୍ରରେ ଦିଆଯାଉଛି, ନୃତ୍ତାଙ୍ଗରେ ବେଶି'

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ହଇଚଇ ସୃଷ୍ଟି କରିଛି ମହାଙ୍ଗା ଡବଲ ମର୍ଡର ଘଟଣା। ଗତକାଲି  ବିଜେପି ପକ୍ଷରୁ ଡିଜିପି ଅଫିସ୍‌ ଘେରାଉ କରାଯାଇଥିବା ବେଳେ ଏ ହିଂସା କାହିଁକି ହେଲା ବୋଲି ଆଜି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଛନ୍ତି,  ଗତକାଲି ଆମ ଦଳର ଘେରାଉ ବେଳେ ଡିଜିପି ୧୦ ଦିନର ସମୟ ନେଇଛନ୍ତି । ଡିଆଇଜି ସ୍ତରରେ […]

'ଅପାତ୍ରରେ ଦିଆଯାଉଛି, ନୃତ୍ତାଙ୍ଗରେ ବେଶି'

dharmendra-1

Advertisment

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ହଇଚଇ ସୃଷ୍ଟି କରିଛି ମହାଙ୍ଗା ଡବଲ ମର୍ଡର ଘଟଣା। ଗତକାଲି  ବିଜେପି ପକ୍ଷରୁ ଡିଜିପି ଅଫିସ୍‌ ଘେରାଉ କରାଯାଇଥିବା ବେଳେ ଏ ହିଂସା କାହିଁକି ହେଲା ବୋଲି ଆଜି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Advertisment

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଛନ୍ତି,  ଗତକାଲି ଆମ ଦଳର ଘେରାଉ ବେଳେ ଡିଜିପି ୧୦ ଦିନର ସମୟ ନେଇଛନ୍ତି । ଡିଆଇଜି ସ୍ତରରେ ଏହି ଘଟଣାର ତଦନ୍ତ ହେବ । ୧୦ ଦିନ ଭିତରେ ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ବେଳେ ଓଡ଼ିଶାର ଦାୟିତ୍ୱ ନେଇ ଆସିଛନ୍ତି। ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେଇଛନ୍ତି । ହେଲେ କିଛି ବର୍ଷ ହେଲା ଏଗୁଡ଼ିକୁ ଅପାତ୍ରରେ ଯାଉଛି। ଦୁର୍ନୀତି କରି ଘର ଯୋଗାଯାଉଥିବା ଅଭିଯୋଗ ହୋଇ ଆସିଛି । ମାହାଙ୍ଗାରେ ବର୍ଷ ବର୍ଷ ଧରି ଅପାତ୍ରରେ ଘର ଦିଆଯାଉଛି । ବିଶେଷ କରି ନୃତ୍ତାଙ୍ଗରେ ଏଭଳି ଘଟଣା ବେଶି ରହିଛି । ବିଗତ ୪ ବର୍ଷ ହେଲା ବିଜେପିର ବରିଷ୍ଠ ନେତା କୁଳମଣି ବାବୁ ଏନେଇ ବିରୋଧ କରି ଆସୁଥିଲେ । କିଛି ଲୋକେ ଏହି ଅଭିଯୋଗକୁ ସହିପାରିଲେନି, ତେଣୁ ହତ୍ୟା ପର୍ଯ୍ୟନ୍ତ କଥା ଗଲା ବୋଲି କହିଛନ୍ତି ଧର୍ମେନ୍ଦ୍ର।

Advertisment

ସୂଚନା ଯୋଗ୍ୟ ଯେ, ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହଙ୍କ ହତ୍ୟା ଘଟଣାରେ ବିଜେପି ପ୍ରତିନିଧି ଦଳ ଗତକାଲି ଦୁଇ ମୃତକଙ୍କ ପରିବାରକୁ ଭେଟିଥିଲେ।  ସେମାନଙ୍କ ପରିବାର ସହ ମିଶି ବିଜେପି ଟିମ୍‌ ଆଲୋଚନା କରିଥିଲେ । ଏହା ପୂର୍ବରୁ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ବିଜେପି ଟିମ୍ ସହ ମୃତ କୁଳମଣି ବରାଳଙ୍କ ଗାଁ ନୃତ୍ତାଙ୍ଗ ଯାଇଥିଲେ। ସେଠାରେ ବିଜେପି ଟିମ୍‌ ମୃତକଙ୍କ ପରିବାରକୁ ଭେଟି ତାଙ୍କ ସହ ଆଲୋଚନା କରିଥିଲେ।

ପୁରନ୍ଦେଶ୍ୱରୀ  କହିଥିଲେ, ଏହି ହତ୍ୟା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ନେଇ ମୃତ କୁଳମଣି ବରାଳଙ୍କ ପୁଅ ବୟାନ ଦେଇଥିଲେ। ଏଫ୍‌ଆଇରରେ ମଧ୍ୟ ପ୍ରତାପ ଜେନାଙ୍କ ନାଁ ରହିଛି । ଏହାସତ୍ତ୍ୱେ ତାଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ।

ଏହି ହତ୍ୟା ଘଟଣାରେ କୁଳମଣିଙ୍କ ପୁଅ ୧୩ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ ଗିରଫ ହୋଇଛନ୍ତି।

Dharmendra Pradhan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe