Advertisment

ଆସନ୍ତା ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ଅତିକମ୍‌ରେ ୧୫ଟି ଆସନ ଜିତିବ: ଧର୍ମେନ୍ଦ୍ର

୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ପଦ୍ମ ଦଳ ୪୫ ପ୍ରତିଶତ ଭୋଟ୍ ପାଇବ ବୋଲି କହିଛନ୍ତି ଧର୍ମେନ୍ଦ୍ର।

author-image
Biswajit Samal
ଅଦ୍ୟତନ ହୋଇଛି
Dharmendra pradhan

Dharmendra pradhan

ଆସନ୍ତା ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ଅତିକମରେ ୧୫ଟି ଆସନ ଜିତିବ। ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି।

Advertisment

ଧର୍ମେନ୍ଦ୍ର କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ୪୫ ପ୍ରତିଶତ ଭୋଟ୍ ପାଇବ। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପ୍ରୁଭାଲ୍ ରେଟିଂ ୮୦ ପ୍ରତିଶତରୁ ଅଧିକ ରହିଛି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶାରେ ୨୨ ପ୍ରତିଶତ ଭୋଟ୍ ପାଇବା ସହ ଗୋଟିଏ ଲୋକସଭା ଆସନ ପାଇଥିଲା। ତେବେ ୧୯ ଲୋକସଭା ନିର୍ବାଚନରେ ଦଳର ଭୋଟ୍ ୩୮ ପ୍ରତିଶତକୁ ବୃଦ୍ଧି ପାଇବା ସହ ଆସନ ସଂଖ୍ୟା ୮ରେ ପହଞ୍ଚିଥିଲା। ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିର ଭୋଟ୍ ପ୍ରତିଶତ ବୃଦ୍ଧି ପାଉଥିବା ଧର୍ମେନ୍ଦ୍ର କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ପରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରତିକ୍ରିୟା ଦେଇଛନ୍ତି। ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ଜୟଦେବ ଜେନା କହିଛନ୍ତି, ଧର୍ମେନ୍ଦ୍ର ବାବୁ ବହୁତ ଦିନ ହେଲା ଓଡ଼ିଶାରୁ ନିର୍ବାଚନ ଲଢ଼ି ନାହାନ୍ତି। ନିକଟରେ ତିନିଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳରୁ ଉତ୍ସାହିତ ହୋଇ ସେ ଏକଥା କହିଛନ୍ତି। ବିଜେପି ଓ ବିଜେଡ଼ି ଭିତରେ ସମ ଦୂରତା ନାହିଁ ସମଝୌତା ଅଛି। ଏ ବାର୍ତା ତୃଣମୂଳ ସ୍ତରରେ ପହଞ୍ଚିଲାଣି। ରାଜ୍ୟରେ ବିଜେପିକୁ ୧୫ଟି ଏମପି ସିଟ୍ ମିଳିବା କେବଳ ଏକ ସ୍ୱପ୍ନ। ସେ କେବଳ କହୁ କହୁ କହି ଦେଇଛନ୍ତି। ତାଙ୍କର ଲଢ଼ିବାର ନିଶା ନାହିଁ। ଗ୍ରାମାଞ୍ଚଳରେ ଏକ ମାତ୍ର ବିକଳ୍ପ ହେଉଛି କଂଗ୍ରେସ। ଓଡ଼ିଶାରେ ସରକାର କରିବ କଂଗ୍ରେସ।

Advertisment

ସେହିପରି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ, ଲୋକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ରାଜନୀତିକ ଦଳ ସେମାନଙ୍କ କଥା କହିଥା’ନ୍ତି। କିନ୍ତୁ ଓଡ଼ିଶାରେ ବାସ୍ତବ ସ୍ଥିତି ହେଉଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପ୍ରତି ଲୋକଙ୍କ ବିଶ୍ୱାସ ଅତୁଟ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ନେତୃତ୍ୱ ଓ ଲୋକାଭିମୁଖୀ କାମ ପାଇଁ ତାହା ସମ୍ଭବ ହୋଇଛି। ୨୪ ନିର୍ବାଚନରେ ଆମର ଭୋଟ୍ ପ୍ରତିଶତ ବଢ଼ିବ ଓ ସିଟ୍ ସଂଖ୍ୟା ମଧ୍ୟ ବଢ଼ିବ। 

Dharmendra Pradhan Election