Advertisment

ନବୀନଙ୍କୁ ଧର୍ମେନ୍ଦ୍ର ତାଚ୍ଛଲ୍ୟ: ମାଙ୍କଡ଼ ହାତରେ ଶାଳଗ୍ରାମ

ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଜେପିର ୫ ଜଣ ବରିଷ୍ଠ ନେତା।

author-image
Tapaswini Nayak
ଅଦ୍ୟତନ ହୋଇଛି
Dharmendra Pradhan

Dharmendra Pradhan

ରାଜ୍ୟ ସରକାରଙ୍କୁ ଆଜି କଡ଼ା ଭାଷାରେ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ। ମାଙ୍କଡ଼ ହାତରେ ଶାଳଗ୍ରାମ କହି ନବୀନଙ୍କୁ କରିଛନ୍ତି ତାଚ୍ଛଲ୍ୟ।

Advertisment

ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି,  ନବୀନଙ୍କ ୨୫ ବର୍ଷ ଶାସନ କାଳରେ ଓଡ଼ିଶା ଆଜି ପଛରେ ପଡ଼ିଛି। ୨୫ ବର୍ଷରେ ଗୋଟିଏ ଯୁଗ ଓ ପିଢ଼ି ପରିବର୍ତ୍ତନ ହେବା ସମ୍ଭବ। ହେଲେ ୨୫ ବର୍ଷରେ ଓଡ଼ିଶା ଯେଉଁ ସ୍ଥାନକୁ ଯିବା କଥା ତାହା ଯାଇନାହିଁ। ଲୋକମାନେ ପିଇବା ପାଣି ପାଉନାହାନ୍ତି। ଦୂଷିତ ପାଣି ପିଇବା ଦ୍ୱାରା ଲୋକଙ୍କୁ ହଇଜା ହେଉଛି। ଓଡ଼ିଶାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଏଠାରେ ନାରୀମାନେ ସୁରକ୍ଷିତ ନୁହନ୍ତି। ଏକ ତୃତୀୟାଂଶ ଲୋକେ ଏଠାରେ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି। ବିଶେଷ ଲୋକ ଗୁଜୁରାଟ ଯାଇଛନ୍ତି। ବିଶେଷ କରି ହିଞ୍ଜିଳିରୁ ଅଧିକ ଲୋକ ଗୁଜୁରାଟ ଯାଇଛନ୍ତି। 

ଧର୍ମେନ୍ଦ୍ର ଆହୁରି କହିଛନ୍ତି, ଓଡ଼ିଶାରେ ଶିଶୁ ମୃତ୍ୟୁହାର ୩୬ ପ୍ରତିଶତ ରହିଛି। ଓଡ଼ିଶାରେ ଶିଶୁ ମୃତ୍ୟୁହାରରେ ଦେଶରେ ତୃତୀୟ ସ୍ଥାନରେ ରହିଛ। ଯେଉଁମାନେ ଗୁଜୁରାଟ ସହ ପ୍ରତିଦ୍ୱନ୍ଦୀ କରୁଛନ୍ତି ସେମାନେ ଜାଣିରଖନ୍ତୁ ଗୁଜୁରାଟରେ ଶିଶୁ ମୃତ୍ୟୁହାର ମୃତ୍ୟୁ ହାର ୨୩ ରହିଛି। ଜାତୀୟ ସ୍ତରର ମୁଣ୍ଡ ପିଛା ଆୟରେ ବି ପଛରେ ପଡ଼ିଛି ଓଡ଼ିଶା। ରାଜ୍ୟରେ ୫୦% ପିଲା ମାଟ୍ରିକ ପରୀକ୍ଷା ଦେବାକୁ ଯାଉନାହାନ୍ତି। ଯେପରି ମାଙ୍କଡ଼ ହାତରେ ଶାଳଗ୍ରାମ ଦିଆଯାଇଛି।

Advertisment

ପ୍ରଧାନମନ୍ତ୍ରୀ ଏଜେଣ୍ଡା ସେଟ୍ କରିଛନ୍ତି। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବା ଦରକାର।  ଓଡ଼ିଶାକୁ ୧ନଂ ରାଜ୍ୟ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ରଖିଛନ୍ତି। ଏଇଥର ବିଜେପିକୁ ସୁଯୋଗ ଦିଅନ୍ତୁ, ଓଡ଼ିଶା ଏକ ନମ୍ବର ହେବ।  ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଆଜି ଭୁବନେଶ୍ୱରରେ ବିଜେପିର ୫ ବରିଷ୍ଠ ନେତା ଯଥା ପ୍ରତାପ ଷଡଙ୍ଗୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ମିଳିତ ଟାର୍ଗେଟ୍‌ କରିଥିଲେ।

Bjp Dharmendra Pradhan 2024 General Election Loka Sabha Election 2024 Odisha Assembly Election 2024