ଧର୍ମେନ୍ଦ୍ରଙ୍କ କଟାକ୍ଷ : ଇଷ୍ଟଇଣ୍ଡିଆ ପ୍ରତିନିଧିଙ୍କ ସାର୍ଟିଫିକେଟ୍ ଲୋଡ଼ା ନାହିଁ

ଆଜି ବିଜେପିର ଏକ ମିଶ୍ରଣ ପର୍ବରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

Dharmendra pradhan PhotoOR

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ordigital Desk
  • Published: Tuesday, 16 January 2024
  • Updated: 16 January 2024, 05:16 PM IST

Sports

Latest News

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୀତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ଟାର୍ଗେଟ୍ କରିବା ସହ ଗତ କିଛିଦିନ ଧରି ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କରୁଥିବା ସମାଲୋଚନାର ମଧ୍ୟ ଜବାବ ରଖିଛନ୍ତି । ଇଷ୍ଟଇଣ୍ଡିଆ ପ୍ରତିନିଧିଙ୍କ ସାର୍ଟିଫିକେଟ୍ ମୋର ଦରକାର ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଆଜି ବିଜେପିର ଏକ ମିଶ୍ରଣ ପର୍ବରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ରାଜ୍ୟରେ ରୂପାନ୍ତରଣ ନାଁରେ ଛଳନା ଚାଲିଛି । ରୂପାନ୍ତରଣ ନାଁରେ ଦିନରେ ଲଣ୍ଠନ ଦେଖାଉଛନ୍ତି । ମୁଖ୍ୟମନ୍ତ୍ରୀ ଜନ୍ମ ହେବାପରେ ସୁନା ଚାମଚରେ ଖାଇଲେ, ଗରିବଙ୍କ ଦୁଃଖ ଜାଣିବେ କେମିତି? ଓଡ଼ିଶାରେ ମହିଳା ଅସୁରକ୍ଷିତ ।  ମମିତା ମେହେର ଓ ଇତିଶ୍ରୀ ଘଟଣାରେ ମୁଖ୍ୟମନ୍ତ୍ରୀ କ’ଣ କଲେ, ତାହା ସମସ୍ତେ ଦେଖିଲେ । ଆପଣଙ୍କ ଗୁମାସ୍ତାମାନେ ଗୋଟିଏ ଝିଅକୁ ମାରି ପୋତି ଦେଲେ, ଜେଲ ଭିତରେ ଅଭିଯୁକ୍ତ ଆତ୍ମହତ୍ୟା କଲା । କ’ଣ ହେଲା ସେ ମାମଲାରେ, କେହି ଜାଣିପାରିଲେ ନାହିଁ । କିଏ ଧୃତରାଷ୍ଟ୍ର, କିଏ ଆଖିରେ କଳାପଟି ବାନ୍ଧିଛି ଲୋକେ ତା’ର ଜବାବ ଦେବେ ।

ଶିଶୁଙ୍କ ଅପପୁଷ୍ଟି ହାର ବଢ଼ିଛି ।  ଘରୋଇ ମେଡିକାଲରେ ଆପଣଙ୍କ କାର୍ଡ ଦୁରୂପଯୋଗ ହେଉଛି । ଆପଣଙ୍କ ଗୁମାସ୍ତାମାନେ କୋଟି କୋଟି ଟଙ୍କା ଲୁଟ୍ କରିବାକୁ ଜାଲ ବିଛାଇଛନ୍ତି । ଆଉ ଲୁଟ୍ କରୁଛନ୍ତି । ଆପଣ ରୂପାନ୍ତରଣ କଥା କହୁଛନ୍ତି । ଓଡ଼ିଶାରେ ପିଲାଙ୍କ ଡ୍ରପଆଉଟ୍ ହାର ୪୯% ଓ ଏହା କ’ଣ ରୂପାନ୍ତରୀକରଣ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।

Also Read

ଆପଣ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ବୋଲି କହୁଛନ୍ତି । ଶ୍ରୀଜଗନ୍ନାଥଙ୍କ ପତାକା, ମହାପ୍ରସାଦ ଛୁଇଁ କହିପାରିବେ କି ଆପଣଙ୍କ ନିର୍ବାଚନମଣ୍ଡଳୀ  ହିଞ୍ଜିଳିରେ କାମ ଯୋଗାଇ ଦେଉଛନ୍ତି, ଆଉ କେହି ଦାଦନ ଖଟିବାକୁ ଯାଉନାହାନ୍ତି ବୋଲି କହିପାରିବେ କି? ମୁଖ୍ୟମନ୍ତ୍ରୀ ଏନେଇ ଶ୍ୱେତପତ୍ର ଆଣିବାକୁ ସେ ଆହ୍ୱାନ କରିଥିଲେ ।

ଅନୁଗୁଳରେ କେନାଲ ପାଣି ମାଡ଼ି ପାରିଲା ନାହିଁ । ଚାଷୀ ହନ୍ତସନ୍ତ ହେଉଛନ୍ତି । ଠିକାଦାର ଆପଣ ପୋଷିଛନ୍ତି, ସେମାନେ ଆପଣଙ୍କୁ ନିୟନ୍ତ୍ରଣ କରୁଛନ୍ତି । ୨୫ବର୍ଷର ସରକାରରେ ରୂପାନ୍ତରଣ କରି ବାହାସ୍ଫୋଟ ମାରୁଛନ୍ତି । ଆଗାମୀ ନିର୍ବାଚନରେ ଓଡ଼ିଶାବାସୀ ଏହାର ଉଚିତ୍ ଜବାବ ଦେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଗରିବ ଲୋକଙ୍କୁ ମାଗଣାରେ ଚାଉଳ ଦେଉଛନ୍ତି । ଦେଶର ୨୪କୋଟି ଲୋକ ଦାରିଦ୍ର‌୍ୟତାରୁ ବାହାରି ସ୍ୱଚ୍ଛନ୍ଦରେ ଜୀବନ ବିତାଇ ପାରୁଛନ୍ତି । ଓଡ଼ିଶାରେ ଏକ କୋଟିରୁ ଅଧିକ ଲୋକ ଦାରିଦ୍ର‌୍ୟତାରୁ ବାହାରି ଆତ୍ମନିର୍ଭର ଦିଗରେ ଗତିଶୀଳ । ଓଡ଼ିଶାରେ ଯଦି ଦାରିଦ୍ର‌୍ୟ କମିଥାଏ ତା’ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ, ଗତ କିଛିଦିନ ଧରି ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ସଭା ମଂଚରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ୍ କରୁଥିଲେ । ଆଜି ଧର୍ମେନ୍ଦ୍ର ନିଜ ଭାଷଣରେ ପାଣ୍ଡିଆନଙ୍କ ନାଁ ନନେଇ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିବା ଆଳରେ ପାଣ୍ଡିଆନଙ୍କୁ ଇଷ୍ଟଇଣ୍ଡିଆ କମ୍ପାନୀର ପ୍ରତିନିଧି ବୋଲି କଟାକ୍ଷ କରିବାକୁ ପଛାଇ ନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story