ବର୍ଷିଲେ ଧର୍ମେନ୍ଦ୍ର: ରାଜ୍ୟରେ ଶଶୀକଳା ସିଣ୍ଡ୍ରୋମ ଚାଲିଛି, ରଥଯାତ୍ରା ବନ୍ଦ ପାଇଁ କିଏ କରିଥିଲା ଚେଷ୍ଟା? 

ଆସନ୍ତା ୬ତାରିଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଆରମ୍ଭ ହେବ । ସବୁ ପର୍ଯ୍ୟାୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ । ଓଡ଼ିଶାରେ ରାତିରେ ବି ରହିବେ

Dharmendra pradhan PhotoOR

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (ଫାଇଲ ଫଟୋ)

Ordigital Desk
  • Published: Friday, 03 May 2024
  • Updated: 03 May 2024, 10:55 PM IST

Sports

Latest News

କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରରୁ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟର କ୍ଷମତାସୀନ ବିଜେଡି ଉପରେ ବର୍ଷିଛନ୍ତି । ଶଶୀକଳା ସିଣ୍ଡ୍ରୋମ କଥା ପୁଣିଥରେ ଧର୍ମେନ୍ଦ୍ର ଦୋହରାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରା ବନ୍ଦ କରିବା ପାଇଁ କିଏ ଚେଷ୍ଟା କରିଥିଲା ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରିକ ଶାସନ, କୋଟୋରୀର ପ୍ରଭାବ, ବ୍ୟାକଡୋର, ଚଂଚକତା, ଦୁର୍ନୀତି ଓ ପରିବାରବାଦ ଆଦି ସବୁକୁ ମିଶାଇଲେ ଶଶୀକଳା ସିଣ୍ଡ୍ରୋମ ହିଁ କୁହାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କଡ଼ା ଭାଷାରେ ବିଜେଡିକୁ ଭର୍ସନା କରିଛନ୍ତି । ରାଜ୍ୟରେ ଅଗଣତାନ୍ତ୍ରିକ ଶାସନ ଚାଲିଛି । ଗୋଟିଏ ଅମଲା କୋଟେରୀ ଶାସନକୁ ହାଇଜ୍ୟାକ୍ କରିନେଇଛି । ଯାଜପୁର ଜିଳ୍ଲାରେ ପାରାଭାଡ଼ି ପାହାଡ଼ ଅଛି । ଓଏମସି ସେଠି ଖନନ କରୁଛି । ସେଠାରୁ ଅଷ୍ଟମ ଶତାବ୍ଦୀ ସମୟର ବୁଦ୍ଧ କୀର୍ତ୍ତିରାଜି ବାହାରିଲା । ତାହା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଦଳେ ବିବେକହୀନ ଭଡ଼ାଟିଆଙ୍କୁ ଧରି ଆମକୁ ସମାଲୋଚନା କରାଯାଉଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କେବେ ପଛାଇବି ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଜଣେ ଓଡ଼ିଆ ଭାବେ ବାହାର ରାଜ୍ୟରୁ ମୋତେ ରାଜ୍ୟସଭାକୁ ନିର୍ବାଚିତ କରିବା ମୋ ପାଇଁ ଗୌରବର ବିଷୟ । ଆଜି ମୋ’ ଉପରେ ଓଡ଼ିଆ ନେତା ଭାବେ ପ୍ରଶ୍ନ ଉଠିଛି, ଯାହାର ସାର୍ଟିଫିକେଟ୍ ଓଡ଼ିଆ ଲୋକମାନେ ଦେବେ । କିନ୍ତୁ ଆଜି ଓଡ଼ିଶାର ନେତୃତ୍ୱ କିଏ ନେବ ତାହା ଏକ ପ୍ରଶ୍ନବାଚୀ । ନବୀନ ପଟ୍ଟନାୟକ ସରକାରଙ୍କ ଆଂଚଳିକ ଦଳର ନେତୃତ୍ୱ ଜଣେ ବାହାରର ନେତା ନେଉଛନ୍ତି । ଓଡ଼ିଆ ସ୍ୱାଭିମାନକୁ ଆହଘାତ କରିବା ପାଇଁ ଅମଲାଙ୍କୁ ନେଇ ଗୋଟିଏ କୋଟେରୀ ଚେଷ୍ଟା କରୁଛି । ନିକଟ ଅତୀତରେ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ପୂର୍ବରୁ ଓଡ଼ିଆ ସ୍ୱାଭିମାନକୁ କୁଠାରଘାତ କରିଛି ।

Also Read

କୋଭିଡ୍ ସମୟରେ ରଥଯାତ୍ରା ବନ୍ଦ କରିବା ପାଇଁ କିଏ ଜନସ୍ୱାର୍ଥ ମାମଲା ଦାଏର କରିଥିଲା । ରଥ ତିଆରି ନକରିବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲେ । ରଥଯାତ୍ରା ବନ୍ଦ କରିବା ପାଇଁ ପିଆଇଏଲ୍ କରିନଥିଲେ ବୋଲି ମୁଖ୍ୟମନ୍ତ୍ରୀ ନିଜେ ନୈତିକତା ଥିଲେ ଉତ୍ତର ରଖନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହଜାର ବର୍ଷ ତଳର ଐତିହ୍ୟ ଓ କୀର୍ତ୍ତିରାଜିତକୁ ନଷ୍ଟ ବିଜେଡି ସରକାର କରିଛି । ଲଙ୍ଗୁଳି ମଠ, ଏମାର ମଠ, ମଙ୍ଗୁ ମଠ, ସାନଛତା ମଠ, ବଡ଼ ଆଖଡ଼ା ମଠକୁ ବି ଭାଙ୍ଗିଛନ୍ତି । ଶାରୀଦେଉଳ ପାଶ୍ୱର୍ରେ ସପ୍ତମ ଶତାବ୍ଦୀର ଦେବୀ ମନ୍ଦିରକୁ ନଷ୍ଟ କରିବାକୁ ବି ପଛାଇ ନାହାନ୍ତି । ବିକାଶକୁ କେହି ବିରୋଧ କରୁନାହାନ୍ତି କିନ୍ତୁ ବିକାଶ ନାଁରେ ଓଡ଼ିଆ ସଭ୍ୟତା, ଓଡ଼ିଆ ଐତିହ୍ୟକୁ ଭାଙ୍ଗିବା କେତେ ଠିକ୍ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଓଡ଼ିଆ ଭାଷା ଓ ଅସ୍ମିତାକୁ ନେଇ ଉଦବେଗ ବ୍ୟକ୍ତ କରି ଧର୍ମେନ୍ଦ୍ର କହିଛନ୍ତି ଯେ, ଓଡ଼ିଆ ଅସ୍ମିତା ଓ ରାଜ୍ୟରେ ଗଣତାନ୍ତ୍ରିକ ସମ୍ବିଧାନିକ ପ୍ରକ୍ରିୟାକୁ ଚପାଇ ଦେବାର ଅପଚେଷ୍ଟାକୁ ବିଜେପି ସଫଳ ହେବାକୁ ଦେବ ନାର୍ହି । ଓଡ଼ିଆ ଅସ୍ମିତା, ଅସ୍ତିତ୍ୱ, ଓଡ଼ିଶାର ଭବିଷ୍ୟତ ଓ ନୂଆ ପୀଢ଼ୀଙ୍କ ସୁରକ୍ଷା ଚଳିତ ନିର୍ବାଚନରେ ପ୍ରସଙ୍ଗ ହେବ । ଓଡ଼ିଆ ଭାଷା,ଐତିହ୍ୟ ଓ ଅସ୍ମିତାର ପରିଭାଷା ଉପରେ ମତ ରଖିବା ସହ ନବୀନ ସରକାର ଓ ମୋଦି ସରକାରରେ ଓଡ଼ିଆ ଅସ୍ମିତା ଉପରେ ଧର୍ମେନ୍ଦ୍ର ଏକ ତୁଳନାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ । ବକ୍ସି ଜଗବନ୍ଧୁଙ୍କୁ ବୀରତ୍ୱକୁ ନେଇ ଏକ ସ୍ମାରକୀ ନିର୍ମାଣ ପାଇଁ ଜାଗା ଦେବାକୁ ନିବେଦନ କରିବା ପରେ ଏହାକୁ କିଏ ବନ୍ଦ କରାଇଲେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।

୨୪ବର୍ଷର ସ୍ଥିର ସରକାର ରହିବା ପରେ ମଧ୍ୟ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ଲୋକଙ୍କୁ ପିଇବା ପାଣି ମିଳୁପାରୁନି । ଓଡ଼ିଶାର ବିକାଶ ସବୁ ଦିଗରୁ ନିମ୍ନଗାମୀ ହୋଇଛି । ବିଜେପିକୁ ଆଶୀର୍ବାଦ କଲେ ଓଡ଼ିଶାକୁ ବିକଶିତ ଭାରତରେ ଏକ ନମ୍ବର ରାଜ୍ୟରେ ପରିଣତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କହିଛନ୍ତି । ଓଡ଼ିଶାରେ ବିଜେପିର ରଣନୀତିକୁ ଦେଖିଲେ ସର୍ବାଧିକ ୨୧ରୁ ୨୧ଟି ଲୋକସଭା ଆସନ ବିଜେପି ଜିତିବା ଅବସ୍ଥାକୁ ଯାଉଛି । ଏଥର ଓଡ଼ିଶାରେ ବିଜେପି ସରକାର ହେବ । ଆସନ୍ତା ୬ତାରିଖରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଆରମ୍ଭ ହେବ । ସବୁ ପର୍ଯ୍ୟାୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ । ଓଡ଼ିଶାରେ ରାତିରେ ବି ରହିବେ । ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ପଛରେ ରହିବା ଉଚିତ୍ ନୁହେଁ ବୋଲି ଓଡ଼ିଶାବାସୀଙ୍କୁ ନିବେଦନ କରିବେ । ଓଡ଼ିଶାରେ ବିଜେପି ସରକାର ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟବାସୀଙ୍କୁ ନିବେଦନ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସମୀର ମହାନ୍ତି, ସୁଦୀପ୍ତ ରାୟ,ଦିଲ୍ଲୀପ ମଲ୍ଲିକ, ଦୁଲାଲ ପ୍ରଧାନ ଓ ସରୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story