Advertisment

ସମ୍ୱଲପୁରରୁ ଧର୍ମେନ୍ଦ୍ର, କେନ୍ଦ୍ରାପଡ଼ାରୁ ବୈଜୟନ୍ତ, ଭୁବନେଶ୍ୱରରୁ ଅପରାଜିତା

ରାଜ୍ୟର ସବୁଠାରୁ ଚର୍ଚ୍ଚିତ ଲୋକସଭା ଆସନ ଭାବେ ପରିଚିତ ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ବିଜୟୀ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଜଧାନୀ ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ ଜିତିଛନ୍ତି।

BJP

BJP

Advertisment

ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ଅଭୁତପୂର୍ବ ସଫଳତା ପାଇଛି। ୨୧ ଲୋକସଭା ଆସନରୁ ବିଜେପି ୬ଟିରେ ଆଗୁଆ ଥିବା ବେଳେ ୧୩ଟିରେ ବିଜୟୀ ହୋଇଛି। ରାଜ୍ୟର ସବୁଠାରୁ ଚର୍ଚ୍ଚିତ ଲୋକସଭା ଆସନ ଭାବେ ପରିଚିତ ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ବିଜୟୀ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଜଧାନୀ ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ ଜିତିଛନ୍ତି।

Advertisment

ଭାରତୀୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ସମ୍ୱଲପୁରରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବିଜୟୀ ହୋଇଛନ୍ତି। ସେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ହରାଇଛନ୍ତି। ସେ ୧ ଲକ୍ଷ ୧୯ ହଜାର ୮୩୬ ଭୋଟରେ ପ୍ରଣବଙ୍କୁ ହରାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୯୨୧୬୨ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ପ୍ରଣବ ପ୍ରକାଶ ଦାସ ୪୭୨୩୨୬ ଓ କଂଗ୍ରେସର ନଗେନ୍ଦ୍ର କୁମାର ପ୍ରଧାନ ୮୯୧୧୩ ଖଣ୍ଡ ଭୋଟ୍‌ ପାଇଛନ୍ତି।

ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଲୋକସଭା ଆସନ ହେଉଛି କେନ୍ଦ୍ରାପଡ଼ା। ଏଠାରେ ବିଜେପି ବିଜୟୀ ହୋଇଛି। ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଜୟୀ ହୋଇଛନ୍ତି। ସେ ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ୬୬ ହଜାର ୫୩୬ ଖଣ୍ଡ ଭୋଟରେ ହରାଇଛନ୍ତି। ଶ୍ରୀ ପଣ୍ଡା ୬୧୫୭୦୫ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡିର ଅଂଶମାନ ୫୪୯୧୬୯ ଓ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ ୯୪୮୩୨ ଖଣ୍ଡ ଭୋଟ୍‌ ପାଇଛନ୍ତି।

Advertisment

ସେହିପରି ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ବିଜୟୀ ହୋଇଛି। ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି। ସେ ୩୫,୧୫୨ ଭୋଟରେ ବିଜେଡି ପ୍ରାର୍ଥୀ କ୍ୟାପଟେନ୍‌ ମନ୍ମଥ ରାଉତରାୟଙ୍କୁ ହରାଇଛନ୍ତି।

କଟକ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଛି। ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ବିଜୟୀ ହୋଇଛନ୍ତି। ସେ ୫୭, ୦୭୭ ଭୋଟରେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ହରାଇଛନ୍ତି।

ବରଗଡ଼ ଲୋକସଭା ଆସନରେ ବିଜେପି ବିଜୟୀ ହୋଇଛି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହୋଇଛି। ବିଜେଡିର ପରିଣୀତା ମିଶ୍ରଙ୍କୁ ସେ ୨,୫୧, ୬୬୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ଜଗତସିଂହପୁର ଲୋକସଭା ଆସନରେ ବିଜେପି ବିଜୟୀ। ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ ବିଜୟୀ ହୋଇଛନ୍ତି। ସେ ବିଜେଡିର ରାଜଶ୍ରୀ ମଲ୍ଲିକଙ୍କୁ ୪୦, ୬୯୬ ଭୋଟରେ ହରାଇଛନ୍ତି।

କଳାହାଣ୍ଡି ଲୋକସଭା ଆସନରେ ବିଜେପି ବିଜୟୀ। ବିଜେପି ପ୍ରାର୍ଥୀ ମାଳବିକା ଦେବୀ ବିଜୟୀ ହୋଇଛନ୍ତି। ସେ ୧ ଲକ୍ଷ ୩୩ ହଜାର ୮୧୩ ଭୋଟରେ ବିଜେଡିର ଲମ୍ୱୋଦର ନିଆଲଙ୍କୁ ପରାସ୍ତ କରିଛନ୍ତି। ମାଳବିକା ୫୪୪୩୦୩ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଲମ୍ୱୋଦର ନିଆଲ ପାଇଛନ୍ତି ୪୧୦୪୯୦ ଓ କଂଗ୍ରେସର ଦ୍ରୌପଦୀ ମୁର୍ମୁ ୩୦୩୧୯୯ ଖଣ୍ଡ ଭୋଟ୍‌ ପାଇଛନ୍ତି।

Bjp Election Results Election Results 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe