Advertisment

ପ୍ରାର୍ଥୀତ୍ୱ ଘୋଷଣା ପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ଓ ସମ୍ବିତ

ଓଡ଼ିଶାରେ ଏଥର ପରିବର୍ତ୍ତନ ନିଶ୍ଚିତ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

puri

puri

Advertisment

ଲୋକସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ସପରିବାର ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଦୁଇ ନେତା ସକାଳୁ ସକାଳୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି।

Advertisment

ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୋର ପରମ ସୌଭାଗ୍ୟ, ଆଜି ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦର୍ଶନ ପାଇଲି। ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ମୋଦିଙ୍କ ଦୃଷ୍ଟି, ସଂକଳ୍ପ ଓ ଯୋଜନାକୁ ନେଇ ଆଗକୁ ବଢିବୁ। ଆଗାମୀ ୨୫ ବର୍ଷର ସ୍ୱପ୍ନକୁ ନେଇ ଘରକୁ ଘର ବୁଲିବୁ। ଓଡ଼ିଶାରେ ଏଥର ପରିବର୍ତ୍ତନ ନିଶ୍ଚିତ ହେବ। ମହାପ୍ରଭୁ ବି ନବକଳେବର ହୋଇ ପରିବର୍ତ୍ତନ ସ୍ୱୀକାର କରନ୍ତି। ଗୁଣ୍ଡୁଚି ମୂଷା ଭଳି ସମ୍ବଲପୁର ବିକାଶ ପାଇଁ କାମ କରିବି। ଏଥର ଡବଲ ଇଞ୍ଜିନ ସରକାର ହେବ। ଏଥର ସମ୍ବଲପୁରବାସୀ ତାଙ୍କୁ ଆଶୀର୍ବାଦ କରିବେ ବୋଲି ଆଶା କରିଛନ୍ତି ଧର୍ମେନ୍ଦ୍ର।

ସମ୍ବିତ ପାତ୍ର କହିଛନ୍ତି, ଗତ ଥର ଅଳ୍ପ ବ୍ୟବଧାନରେ ରହିଯାଇଥିଲା। ମହାପ୍ରଭୁ କହିଥିଲେ, ଅଧିକ ତପସ୍ୟା କରିବାକୁ ପଡ଼ିବ। ତାଙ୍କର ଆଜ୍ଞା ପାଳନ କରି ମୁଁ ୫ ବର୍ଷ ଲୋକଙ୍କ ସହିତ ରହିଛି। ଜନ ପ୍ରତିନିଧି ପାଇଁ ଏହା ହିଁ ତପସ୍ୟା। ଏବେ ମହାପ୍ରଭୁ ଯାହା ଦେବେ, ତାକୁ ସ୍ୱୀକାର କରିବି।

Advertisment
Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe