Advertisment

ଅଡ଼ୁଆରେ ଢେଙ୍କାନାଳ ବିଧାୟକ; ନିଜ ଫେସବୁକ୍‌ ପୋଷ୍ଟ ପାଇଁ ବିବାଦରେ ଫସିଲେ

ଆଗକୁ ନିର୍ବାଚନ ଥିବା ବେଳେ ଲାଗୁ ହୋଇ ସାରିଛି ନିର୍ବାଚନ ଆଚରଣ ବିଧି। ଏପରି ସମୟରେ ବିଜେଡିର ଜଣେ ବିଧାୟକ ନିଜ ଫେସ୍‌ବୁକ୍‌ରେ ପୋଷ୍ଟ ପାଇଁ ବିବାଦରେ ଫସିଛନ୍ତି।

ଅଦ୍ୟତନ ହୋଇଛି
Cycle Distribution

Cycle Distribution

Advertisment

ଆଗକୁ ନିର୍ବାଚନ ଥିବା ବେଳେ ଲାଗୁ ହୋଇ ସାରିଛି ନିର୍ବାଚନ ଆଚରଣ ବିଧି। ଏହାସତ୍ତ୍ୱେ ବିଜେଡିର ଜଣେ ବିଧାୟକ ସାଇକେଲ ବଣ୍ଟନ କରୁଥିବା ଭିଡିଓ ନିଜ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ସଫେଇ ଦେଇଛନ୍ତି ବିଧାୟକଜଣକ । ଏପରି ଏକ ଘଟଣାକୁ ନେଇ ଢେଙ୍କାନାଳ ରାଜନୀତି ସରଗରମ ହୋଇଥିବା ବେଳେ ବିବାଦରେ ଫସିଛନ୍ତି ବିଜେଡି ବିଧାୟକ ସୁଧିର କୁମାର ସାମଲ।

Advertisment

ଗତ ଶନିବାର ରାତିରେ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଅଉଖମା ଗ୍ରାମରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କୁ ସାଇକେଲ ବାଣ୍ଟିଥିଲେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ । ଗତକାଲି ଏହାର ଫଟୋ ସେ ନିଜ ଫେସ୍‌ବୁକ୍‌ରେ ଅପଲୋଡ କରିଛନ୍ତି ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏପରିକି ନିର୍ବାଚନ ସମୟରେ ଏପରି କରି ବିଧାୟକ ଆଚରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଛି।

Advertisment

ତେବେ ଏ ସମ୍ପର୍କରେ ବିଧାୟକ ସୁଧିର ସାମଲଙ୍କୁ ପଚାରିବାରୁ ସେ ନିଜ ପକ୍ଷ ରଖିଛନ୍ତି। ସେ କହିଛନ୍ତି, ତୈଳିକ ବୈଶ୍ୟ ସମାଜର କର୍ଯ୍ୟକ୍ରମର ଯୋଗ ଦେଇ ଯାଇଥିବା ବେଳେ ସେଠାରେ ଆୟୋଜକମାନେ ସାଇକେଲ ବଣ୍ଟନ କରିବାକୁ ପୂର୍ବରୁ ପ୍ରସ୍ତୁତି କରିଥିଲେ।

ତୈଳିକ ସମାଜ ସଦସ୍ୟଙ୍କ ଅନୁରୋଧ କ୍ରମେ ମୁଁ ଉକ୍ତ ସାଇକେଲଗୁଡ଼ିକୁ ବଣ୍ଟନ କରିଥିଲି। ସାଇକେଲ ନିମନ୍ତେ ମୁଁ କିଛି ବି ଟଙ୍କା ଖର୍ଚ୍ଚ କରି ନାହିଁ। ତାହା କେବଳ ମୋ’ ଦ୍ୱାରା ବଣ୍ଟା ଯାଇଛି ବୋଲି କହିଛନ୍ତି ବିଧାୟକ ।

BjD Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe