Advertisment

ଭୋଟ ପୂର୍ବରୁ ଇଡିର ଦାବି: ବେଟିଂ ଆପରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନେଇଛନ୍ତି ୫୦୮ କୋଟି

ଇଡି କହିଛି ଯେ ୟୁଏଇରେ ରହୁଥିବା ମହାଦେବ ବେଟିଂ ଆପର ପ୍ରମୋଟର୍ସ ଠାରୁ ମୁଖ୍ୟମନ୍ତ୍ରୀ ବାଘେଲ ୫୦୮ କୋଟି ଟଙ୍କା ପାଇଥିବା ଅଭିଯୋଗ ହୋଇଛି। ଗୁରୁବାର ମହାଦେବ ବେଟିଂ ଆପ ସ୍କାମ ସହ ଜଡ଼ିତ ଗୋଟିଏ କୋରିୟର ଏଜେନ୍ସି ଉପରେ ଇଡି ଗୁରୁବାର ରେଡ କରିଥିଲା।

CM

CM

Advertisment

ଆସନ୍ତା ୭ ତାରିଖରେ ଛତିଶଗଡ଼ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନରକୁ ଆସିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ଇଡି ଦାବି କରିଛି ଯେ ଗୋଟିଏ ବେଟିଂ ଆପ୍‌ର ପ୍ରମୋଟର୍ସଙ୍କ ଠାରୁ ବାଘେଲ ୫୦୮ କୋଟି ଟଙ୍କା ନେଇଛନ୍ତି। ଏବେ ଏହାର ତଦନ୍ତ ଇଡି ଆରମ୍ଭ କରିଛି।

Advertisment

ଇଡି କହିଛି ଯେ ୟୁଏଇରେ ରହୁଥିବା ମହାଦେବ ବେଟିଂ ଆପର ପ୍ରମୋଟର୍ସ ଠାରୁ ମୁଖ୍ୟମନ୍ତ୍ରୀ ବାଘେଲ ୫୦୮ କୋଟି ଟଙ୍କା ପାଇଥିବା ଅଭିଯୋଗ ହୋଇଛି। ଗୁରୁବାର ମହାଦେବ ବେଟିଂ ଆପ ସ୍କାମ ସହ ଜଡ଼ିତ ଗୋଟିଏ କୋରିୟର ଏଜେନ୍ସି ଉପରେ ଇଡି ଗୁରୁବାର ରେଡ କରିଥିଲା।

ରେଡ ବେଳେ କୋରିୟର ସଂସ୍ଥା ପାଖରୁ  ନଗଦ ୫.୩୯ କୋଟି ଟଙ୍କା ମିଳିଥିଲା। ଉକ୍ତ କୋରିୟର ଗ୍ରହଣ କରିବାକୁ ଥିବା ବ୍ୟକ୍ତିଙ୍କୁ ଜେରା କରିବା ବେଳେ ସେ ଇଡିକୁ ସାଂଘାତିକ ତଥ୍ୟ ଦେଇଛନ୍ତି।

Advertisment

ବ୍ୟକ୍ତି ଜଣଙ୍କ ଦାବି କରିଛନ୍ତି ଯେ ମହାଦେବ ବେଟିଂ ଆପର ପ୍ରମୋଟର୍ସ ମୁଖ୍ୟମନ୍ତ୍ରୀ ବାଘେଲଙ୍କୁ ୫୦୮ କୋଟି ଟଙ୍କା ଦେଇଛନ୍ତି। ତାଙ୍କ ପାଖରେ ଥିବା ୫ କୋଟିରୁ ଅଧିକ ଟଙ୍କା ସେ ଛତିଶଗଡ଼ ନିର୍ବାଚନୀ ଖର୍ଚ୍ଚ ପାଇଁ ବାଘେଲଙ୍କୁ ଦେବାକୁ ରଖିଥିଲେ।

ଗୁଇନ୍ଦା ବିଭାଗ ଠାରୁ ଇଡି ସୂଚନା ପାଇଥିଲା ଯେ ନିର୍ବାଚନ ପୂର୍ବରୁ ମହାଦେବ ଆପର ପ୍ରମୋଟର୍ସ ଛତିଶଗଡ଼କୁ ବିପୁଳ ପରିମାଣର ଟଙ୍କା ପଠାଇଥିଲେ। ଏହାପରେ ଗୁରୁବାର ଇଡି ହୋଟେଲ ତ୍ରିତୋନ ଓ ଭିଲାଇର ଗୋଟିଏ ଠିକଣାରେ ରେଡ କରିଥିଲେ।

ଏହି ସମୟରେ ନଗଦ ୫ କୋଟିରୁ ଅଧିକ ଟଙ୍କା ପାଇଥିଲା। ଅସୀମ ଦାସ ନାମକ ଜଣେ ବ୍ୟକ୍ତି ଏହି ପାର୍ସଲ ହୋଇଥିବା ଟଙ୍କାକୁ କ୍ଷମତାସୀନ କଂଗ୍ରେସକୁ ଦେବା ପାଇଁ ସ୍ୱତନ୍ତ୍ର ଭାବେ ୟୁଏଇରୁ ଆସିଥିବା ଇଡି ଦାବି କରିଛି।

ମହାଦେବ ବେଟିଂ ଆପ କୋଟି କୋଟି ଟଙ୍କା ଠକେଇ କରିଥିବା ବେଳେ ଇଡି ଏହାର ତଦନ୍ତ କରୁଛି। ଏହି ଘଟଣାରେ ୪ ଜଣ ଗିରଫ ହୋଇଥିବା ବେଳେ ୪୫୦ କୋଟି ଟଙ୍କା ଜବତ କରିଛି। ସେହିପରି ୧୪ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ତଦନ୍ତକାରୀ ସଂସ୍ଥା ଆପ୍‌ର ପ୍ରମୋଟର ସୌରଭ ଚନ୍ଦ୍ରକର ଓ ରବି ଉପ୍ପାଲଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି।

ଏସବୁ ଭିତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାଁ ସାମ୍ନାକୁ ଆସିଛି। ଆସନ୍ତା ୭ ତାରିଖ ଓ ୧୭ ତାରିଖରେ ଛତିଶଗଡ଼ବାସୀ ଭୋଟ ଦେବେ। ତା’ ପୂର୍ବରୁ ଇଡି ଏପରି ଦାବି କରିଛି।

Chhattisgarh ED Raid Election Bhupesh Baghel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe