Advertisment

ଡି.ଆର୍‌ଙ୍କୁ ଠକିଛନ୍ତି କି ଦିଲ୍ଲୀପ?

‘ନକଲି ମୁଖା-ଅସଲି ଚେହେରା’ ଅଧ୍ୟାୟରେ ସେ ହୋଟେଲ ବ୍ୟବସାୟୀ ତଥା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସଂପର୍କରେ ଅବତାରଣା କରିଛନ୍ତି।

Dillip Ray and DRP

Dillip Ray and DRP

Advertisment

ସୌମ୍ୟରଂଜନ ପଟ୍ଟନାୟକଙ୍କ ବଡ଼ ଭାଇ ତଥା ଖଣି ମାଲିକ ଇଂ ଡିଆର ପଟ୍ଟନାୟକଙ୍କୁ ଅନେକ ଲୋକ ଠକିଥିବା ସେ ତାଙ୍କ ଜୀବନୀ- ‘ଡିଅର ଡି.ଆର’ରେ ଉଲ୍ଲେଖ କରିଛନ୍ତି। ‘ନକଲି ମୁଖା-ଅସଲି ଚେହେରା’ ଅଧ୍ୟାୟରେ ସେ ହୋଟେଲ ବ୍ୟବସାୟୀ ତଥା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସଂପର୍କରେ ଅବତାରଣା କରିଛନ୍ତି। ଦିଲ୍ଲୀପଙ୍କୁ ଧାରକରଜରୁ ମୁକୁଳାଇବା ସହ ତାଙ୍କ ଦ୍ୱାରା ପରିଚାଳିତ ହୋଟେଲ ବ୍ୟବସାୟରୁ ଅଂଶଧନ ପାଇବା ଆଶାରେ ସେ ପ୍ରଥମେ ଦିଲ୍ଲୀପ ରାୟଙ୍କୁ ୨୦୦ କୋଟି ଟଙ୍କା ଦେଇଥିଲେ। ସେହି ଟଙ୍କା ବିନିଯୋଗ କରି ଦିଲୀପ ରାୟ ଗୋପାଳପୁରରେ ମେ ଫେୟାର ହୋଟେଲ କଲେ, ଯାହାର ସେତେବେଳେ ମୂଲ୍ୟ ଥିଲା ୫୪ କୋଟି ଟଙ୍କା। ଦିଲୀପ ସେହି ହୋଟେଲ ଡି ଆରଙ୍କୁ ଦେବେ ବୋଲି କହିଥିଲେ। ହେଲେ ପରେ ନିଜ ପୁଅ ପାଇଁ ରଖିଦେଲେ। ପୁଣି ରାୟ ପ୍ରସ୍ତାବ ଦେଲେ ରାୟପୁର ହୋଟେଲରୁ ଅଂଶ ଦେବେ। ଡିଆର ସେଥିପାଇଁ ଆଉ ୧୦୦ କୋଟି ଟଙ୍କା ଦେଲେ। ହେଲେ ରାୟ ଚତୁରତାର ସହ ହୋଟେଲର ସେୟାର ବା ଅଂଶଧନ ନଦେଇ କେବଳ ଡିଆରଙ୍କୁ କମ୍ପାନୀ ବୋର୍ଡର ଜଣେ ଡାଇରେକ୍ଟର କରିଦେଲେ। ସେଥିପାଇଁ ୨୦୧୪ ନିର୍ବାଚନରେ ରାଉରେକଲାରୁ ଦିଲ୍ଲୀପ ରାୟ ଲଢ଼ିବା ପାଇଁ ଡିଆର ଯେଭଳି ସାହାଯ୍ୟ କରିଥିଲେ ୨୦୨୪ରେ ତାହା କରିନଥିଲେ। ଡିଆର କୁହନ୍ତି- ରାୟ କିଛି ଅର୍ଥ ଫେରାଇଥିଲେ ବି ଆହୁରି ୩୦୦ କୋଟି ଟଙ୍କା ଫେରାଇ ନାହାନ୍ତି।

Advertisment

ଡି ଆର ପଟ୍ଟନାୟକ ଅନ୍ୟକୁ ନ ଠକି ବରଂ ଅନ୍ୟକୁ ସାହାଯ୍ୟ କରିଥାନ୍ତି ବୋଲି ପୁସ୍ତକରେ ଦର୍ଶାଯାଇଛି। ‘ଜିତିଲି କେତେ ହାରିଲି କେତେ?’ ଅଧ୍ୟାୟରେ ସେ ଦର୍ଶାଇଛନ୍ତି- ରାଉରକେଲା ନିକଟ ଲାଠିକଟାର ‘ଓରିଣ୍ଡ କାରଖାନା’ରୁ କିଛି ଅଂଶ ପାଇବା ପାଇଁ ସେ ପ୍ରାୟ ୧୪-୧୫ କୋଟି ଟଙ୍କା ଦେଇଥିଲେ। ମାତ୍ର ସେହି ଶିଳ୍ପପତି ଠକାମି କରି କାରଖାନା ଜମିରୁ ଅନ୍ୟ ଦୁଇ ଜଣଙ୍କୁ ଜମି ବିକି ପଇସା ନେଇଯାଇଥିଲେ। ସେହି ଶିଳ୍ପପତିଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ଏହାସତ୍ତ୍ୱେ ଡି ଆର ରାଗ ନ ରଖି ଏବେ ବି ତାଙ୍କୁ ସାହାଯ୍ୟ କରୁଛନ୍ତି। ବ୍ୟବସାୟରେ ସଫଳତା ପାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଥିବା ଡିଆରଙ୍କୁ ଅନେକ ଲୋକ ଠକିଥିଲେ ବି ସେ ନିଜର ବ୍ୟକ୍ତିତ୍ୱକୁ ଦୃଢ଼ ରଖିପାରିଥିବା ପୁସ୍ତକରେ ଦର୍ଶାଯାଇଛି। ଏ ନେଇ ଆମେ ଦିଲୀପ ରାୟଙ୍କ ପ୍ରତିକ୍ରିୟା ପାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ମିଳିପାରିନାହିଁ।

Dillip Ray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe