Advertisment

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦ ଜିତିଲେ ବିପିନଙ୍କ ପ୍ରାର୍ଥୀ, ବିପ୍ଲବଙ୍କୁ ଝଟକା

କିଛି ମାସ ମାସ ପୂର୍ବରୁ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ପରେ ବ୍ଲକ ଅଧ୍ୟକ୍ଷ ପଦ ଖାଲିପଡ଼ିଥିଲା।

ଅଦ୍ୟତନ ହୋଇଛି
Digapahandi

Digapahandi

Advertisment

ଦିଗପହଣ୍ଡିରେ ବାଜି ମାରିଲା ବିପିନ ଗୋଷ୍ଠୀ। ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନରେ ନିଲମ୍ବିତ ବିଜେଡି ନେତା ବିପିନ ପ୍ରଧାନଙ୍କ ଗୋଷ୍ଠୀର ବିଜୟ ହୋଇଛି। ବିପିନ ପ୍ରଧାନ ଗୋଷ୍ଠୀର ଯମୁନା ନାୟକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ କେହି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନଥିବାରୁ ନିର୍ବାଚନ କମିଶନ ଯମୁନାଙ୍କୁ  ବିଜୟୀ ବୋଲି ଘୋଷଣା କରିଛନ୍ତି।

Advertisment

ବିପିନଙ୍କ ଗୋଷ୍ଠୀ ବିଜୟୀ ହେବା ପରେ ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ଝଟ୍‌କା ଲାଗିଛି। ବିପିନ ପ୍ରଧାନଙ୍କ ଗୋଷ୍ଠୀରେ ଥିବା ୧୪ ଜଣ ସମିତି ସଭ୍ୟ ଯମୁନାଙ୍କୁ ଭୋଟ ଦେଇଥିଲେ। ହେଲେ ବିପ୍ଳବଙ୍କ ଗୋଷ୍ଠୀର ୧୦ ଜଣ ସମିତି ସଭ୍ୟଙ୍କର ଦେଖା ଦର୍ଶନ ନଥିଲା। ବିପ୍ଲବଙ୍କ ପକ୍ଷରୁ ମଧ୍ୟ କାହାକୁ ପ୍ରାର୍ଥୀ କରାଯାଇ ନଥିଲା। 

ଦିଗପହଣ୍ଡି ବ୍ଲକରେ ୨୫ଟି ପଞ୍ଚାୟତ ଅଛି। ଦୀର୍ଘ ଦିନ ହେବ ବିପ୍ଲବ ପାତ୍ର ଓ ବିପିନ ପ୍ରଧାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଯେଉଁ ଗୋଷ୍ଠୀକୁ ବ୍ଲକ ଅଧ୍ୟକ୍ଷ ପଦ ମିଳିବ, ଆସନ୍ତା ନିର୍ବାଚନରେ ତାଙ୍କର ଦବଦବା ରହିବ ବୋଲି ଚର୍ଚ୍ଚା ହେଉଥିଲା। ଏପରିକି ବିଧାୟକ ଟିକେଟ ମଧ୍ୟ ସେହି ଗୋଷ୍ଠୀକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। ତେଣୁ ସେମାନେ ବ୍ଲକ ଅଧ୍ୟକ୍ଷ ବ୍ଲକ ହାତେଇବାକୁ ପ୍ରାଣପଣେ ଲାଗି ପଡ଼ିଥିଲେ। ଶେଷରେ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନରେ ବିପିନଙ୍କ ଗୋଷ୍ଠୀର ବିଜୟ ହୋଇଛି। ନିକଟରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ବିପିନ ପ୍ରଧାନ। ଦଳବିରୋଧୀ କାର୍ଯ୍ୟ ଦର୍ଶାଇ ବିପିନଙ୍କୁ  ବହିଷ୍କୃତ କରାଯାଇଥିଲା।

Advertisment

ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ପରେ ବିପିନ ପ୍ରଧାନ କହିଛନ୍ତି, ଏହା ଜନ ସାଧାଣରଣଙ୍କର ବିଜୟ। ଧର୍ମର ଜୟ ହୋଇଛି। ଆମେ ସମସ୍ତେ ବିଜେଡିର ଲୋକ।  ଆମେ ସମସ୍ତେ ମିଳିମିଶି କାମ କରିବୁ। ଆମେ ସମସ୍ତଙ୍କୁ ନେଇ ଚଳିବୁ।

ସୂଚନାଯୋଗ୍ୟ, କିଛି ମାସ ମାସ ପୂର୍ବରୁ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ପରେ ବ୍ଲକ ଅଧ୍ୟକ୍ଷ ପଦ ଖାଲିପଡ଼ିଥିଲା। ଗତ ଅଗଷ୍ଟ ୩୧ ତାରିଖରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ହେବ ବୋଲି ତାରିଖ ଘୋଷଣା ହୋଇଥିଲା। ନିର୍ବାଚନ ବେଳେ ପ୍ରବଳ ହିଂସା ହୋଇଥିବାରୁ ଅଧାରୁ ନିର୍ବାଚନକୁ ବାତିଲ କରାଯାଇଥିଲା।

Digapahandi Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe