Advertisment

ମଧ୍ୟପ୍ରଦେଶ ରାଜନୀତି ସରଗରମ; ଦିଗବିଜୟ ସିଂଙ୍କ ଇସ୍ତଫା ପତ୍ର ଭାଇରାଲ, ଉତ୍ତର ରଖିଲେ ନେତା

ଗତକାଲି ମଧ୍ୟପ୍ରଦେଶ ରାଜନୀତି ସରଗରମ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ଇସ୍ତଫା ପତ୍ର ଭାଇରାଲ ହୋଇଛି। ଏହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଦିଗବିଜୟ ସିଂ ।

‌Digvijay Singh

‌Digvijay Singh

Advertisment

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରଠୁ ଦେଖାଦେଲାଣି ରାଜନୈତକ ହଟଚମଟ । ଟିକେଟ ନ ମିଳିବାରୁ କିଏ ନିଜ ପାର୍ଟି ବିରୋଧରେ ପାଟି ଫିଟାଇଲାଣି ତ କିଏ ଦଳ ବଦଳ କଲାଣି। ଏପରି ସମୟରେ ଗତକାଲି ମଧ୍ୟପ୍ରଦେଶ ରାଜନୀତି ସରଗରମ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ଇସ୍ତଫା ପତ୍ର ଭାଇରାଲ ହୋଇଛି। ଏହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଦିଗବିଜୟ ସିଂ ।

Advertisment

ଏହି ଚିଠିରେ ଲେଖାଅଛି, ପାଞ୍ଚ ଦଶକ ଧରି ଜଣେ ସକ୍ରିୟ କର୍ମୀ ଭାବେ ମୁଁ କଂଗ୍ରେସରେ କାମ କରୁଛି। ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବ କାମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଞ୍ଚିଛି। ପାର୍ଟି ମୋତେ ରାଷ୍ଟ୍ରୀୟ ମହାସଚିବଠୁ ଆରମ୍ଭ କରି ରାଜ୍ୟସଭା ସଦସ୍ୟ ପର୍ଯ୍ୟନ୍ତ ମନୋନୀତ କରି ଗୁରୁ ଦାୟିତ୍ୱ ଅର୍ପଣ କରି ସାରିଛି।

କିନ୍ତୁ ଗତ କିଛି ମାସ ଧରି ଶୀର୍ଷ ନେତୃତ୍ୱଙ୍କ ଉଦାସୀନତା ମୋତେ ଖୁବ୍‌ ମାନସିକ ଆଘାତ ଦେଉଛି। ମଧ୍ୟପ୍ରଦେଶରେ କଂଗ୍ରେସ ଦଳ ଏବେ ବିଶେଷ ନେତା କେନ୍ଦ୍ରୀତ ଦଳ ହୋଇ ଗଲାଣି। ଫଳରେ ମୁଁ ନିଜକୁ ଅସୁରକ୍ଷିତ ଅନୁଭବ କରୁଛି। ମଧ୍ୟପ୍ରଦେଶ ନିର୍ବାଚନ ନିମନ୍ତେ ମୁଁ ଦାଖଲ କରିଥିବା ଆଶାୟୀଙ୍କ ତାଲିକା ଉପରେ ବିଚାର କରାଗଲା ନାହିଁ। ନିଷ୍ଠାପର କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରାଯିବାରୁ ମୋ’ ସ୍ୱାଭିମାନ ଉପରେ ଆଞ୍ଚ ଆସିଛି। ତେଣୁ ଏପରି ଅନ୍ୟାୟପୂର୍ଣ୍ଣ ମାହୋଲରେ ମୁଁ ନିଜକୁ ଖୁବ୍‌ ଅସହଜ ଅନୁଭବ କରୁଛି। ତେଣୁ ମୁଁ କଂଗ୍ରେସର ପ୍ରାଥମକି ସଦସ୍ୟ ସମେତ ସମସ୍ତ ପଦରୁ ଇସ୍ତଫା ଦେଉଛି ବୋଲି ଉକ୍ତ ପତ୍ରରେ ଲେଖା ଅଛି।

Advertisment

ଏହି ଖବର ନିଆଁ ପରି ବ୍ୟାପିଯିବା ପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଦିଗବିଜୟ ସିଂ। ସେ କହିଛନ୍ତି, ବିଜେପି ମିଛ କହିବାରେ ଧୁରନ୍ଧର । ୧୯୭୧ ମସିହାରେ ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟ ଭାବେ ଶପଥ ନେଇଥିଲି। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିବି। ଏପରି ମିଥ୍ୟା ଚିଠି ଭାଇରାଲ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଥାନାରେ ମାମଲା ରୁଜୁ କରିବି। ଏନେଇ ମଧ୍ୟପ୍ରଦେଶ କଂଗ୍ରେସ ତରଫରୁ ଭୋପାଳସ୍ଥିତ ସାଇବର ସେଲ୍‌ରେ ଅଭିଯୋଗ କରାଯାଇଛି।

Congress Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe