ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି: ବିଜେପି ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି ଦିଲ୍ଲୀପ ରାୟ

ଦିଲ୍ଲୀପଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସ୍ୱରନ କାନ୍ତ ଶର୍ମା ଶୁଣାଣି କରି ଏପ୍ରିଲ ୫ତାରିଖରେ ତାଙ୍କର ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ଏହି ରାୟ ପ୍ରକାଶ ପାଇଛି ।

Dillip Ray

ଦିଲ୍ଲୀପ ରାୟ

Ordigital Desk
  • Published: Monday, 08 April 2024
  • Updated: 08 April 2024, 07:42 PM IST

Sports

Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ଆଶ୍ୱସ୍ତି । ସେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଟିକେଟରେ ପୁଣିଥରେ ରାଉରକେଲାରୁ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି । କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ୨୦୨୦ ଅକ୍ଟୋବର ୨୬ରେ ଟ୍ରାଏଲ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯିବା ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ରହିତାଦେଶ ଜାରି କରିଛନ୍ତି । ଦିଲ୍ଲୀପଙ୍କୁ ଏହି କୋଇଲା ଦୁର୍ନୀତି ମାମଲାରେ ସିବିଆଇ କୋର୍ଟ ୩ବର୍ଷର ଜେଲ ଦଣ୍ଡାଦେଶ ଓ ୧୦ଲକ୍ଷ ଟଙ୍କାର ଜୋରିମାନା ଧାର୍ଯ୍ୟ ହୋଇଥିଲା ।

ଦିଲ୍ଲୀପଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସ୍ୱରନ କାନ୍ତ ଶର୍ମା ଶୁଣାଣି କରି ଏପ୍ରିଲ ୫ତାରିଖରେ ତାଙ୍କର ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ଏହି ରାୟ ପ୍ରକାଶ ପାଇଛି । ଦିଲ୍ଲୀ ହାଇକୋର୍ଟଙ୍କ ୱେବସାଇଟରେ ଏହି ରାୟ ଉଲ୍ଲେଖ ରହିଛି । ଦିଲ୍ଲୀପ ତାଙ୍କ ଆବେଦନରେ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛା ବ୍ୟକ୍ତ କରି ସିବିଆଇ କୋର୍ଟ ଦ୍ୱାରା ଦୋଷୀସାବ୍ୟସ୍ତ କରାଯିବା ଓ ଦଣ୍ଡାଦେଶ ଉପରେ ରହିତାଦେଶ  ନିମନ୍ତେ ଅନୁରୋଧ କରିଥିଲେ ।

ଜଷ୍ଟିସ ଶର୍ମା ତାଙ୍କ ରାୟରେ କହିଛନ୍ତି ଯେ, ଯଦି ଶ୍ରୀ ରାୟଙ୍କ ପ୍ରାର୍ଥନାକୁ ମଞ୍ଜୁର କରାନଯାଏ, ତା’ହେଲେ ସେ ନିର୍ବାଚନ ଲଢ଼ିବାର ସୁଯୋଗ ହରାଇ ବସିବେ । ଏହା ତାଙ୍କର ରାଜନୀତିକ କ୍ୟାରିୟରକୁ ଅପୂରଣୀୟ କ୍ଷତି କରିବ । ତେଣୁ ରାୟ ଦୋଷୀ ସାବ୍ୟସ୍ତ ହେବାକୁ ନେଇ ରାୟ ଉପରେ କୋର୍ଟରେ ଚ୍ୟାଲେଞ୍ଜ କରିଥିବାରୁ ଟ୍ରାଏଲ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରାଯାଉଛି ।

ଶ୍ରୀ ରାୟଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଓ ପ୍ରମୋଦ କୁମାର ଦୁବେ ମାମଲାର ପରିଚାଳନା କରୁଥିଲେ । ସିବିଆଇ ପକ୍ଷରୁ ବରିଷ୍ଠ ଆଡଭୋକେଟ୍ ଆରଏସ୍ ଚିମା ଓ ତରନ୍ନୁମ ଚିମା ହାଜର ହୋଇ ଶ୍ରୀ ରାୟଙ୍କ ଦୋଷୀ ସାବ୍ୟସ୍ତ ଉପରେ ରହିତାଦେଶ ଜାରିକୁ ବିରୋଧ କରିଥିଲେ ।

Also Read

ଆବେଦନରେ ଦର୍ଶାଇଛନ୍ତି ଯେ, ଦିଲ୍ଲୀପ ରାୟଙ୍କ ବିରୁଦ୍ଧରେ ଚାଲିଥିବା ମାମଲାରେ ଶୀଘ୍ର ରାୟ ଆସିବାର ଆଶା କ୍ଷୀଣ ।  ଲୋକପ୍ରତିନିଧି ଆଇନର ଧାରା ୮(୩) ଅନ୍ତର୍ଗତ ୩ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବାରୁ ସେ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିପାରିବେ ନାହିଁ କିମ୍ବା ରାଜ୍ୟସଭାକୁ ମନୋନୀତ ହୋଇପାରିବେ ନାହିଁ । ଦିଲ୍ଲୀପ ଏବେ ୭୧ବର୍ଷ ବୟସର ହେଲେଣି । ଯଦି ଏସବୁ ମାମଲାରେ ରାୟ ଆସିବାରେ ବିଳମ୍ବ ହୁଏ ତା’ହେଲେ ତାଙ୍କର ଅପୂରଣୀୟ କ୍ଷତି ହେବାର ସମ୍ଭାବନା ରହିଛି ବୋଲି ତାଙ୍କ ଆବେଦନରେ ଦର୍ଶାଇଥିଲେ ।

ସୂଚନାଯୋଗ୍ୟ, ୧୯୯୯ ମସିହାରେ କେନ୍ଦ୍ରରେ ଅଟଳବିହାରୀ ବାଜପେୟୀ ସରକାରରେ ଦିଲ୍ଲୀପ କୋଇଲା ମନ୍ତ୍ରୀ ଥିବାବେଳେ ଝାଡ଼ଖଣ୍ଡର ଗିରିଡିହ କୋଲ୍ ବ୍ଲକ ଆବଂଟନରେ ଅନିୟମିତତା ଅଭିଯୋଗ ତାଙ୍କ ବିରୁଦ୍ଧରେ ଆସିଥିଲା । ୨୦୨୦ ଅକ୍ଟୋବର ୨୬ତାରିଖରେ ଟ୍ରାଏଲ କୋର୍ଟ ଏହି କୋଲ୍ ବ୍ଲକ୍ ଆବଂଟନ ଅନିୟମିତ୍ତା ମାମଲାରେ ୩ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ଲକ୍ଷ ଟଙ୍କାର ଜୋରିମାନା ଧାର୍ଯ୍ୟ କରିଥିଲେ । ତେବେ ଟ୍ରାଏଲ କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ଦିଲ୍ଲୀପ ରାୟ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ, ରାଉରକେଲା ବିଧାନସଭା ଆସନରୁ ଦିଲ୍ଲୀପ ବିଜେପି ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି କାରଣରୁ ବିଜେପି ଏପର୍ଯ୍ୟନ୍ତ ଉକ୍ତ ଆସନରେ କାହାରି ନାଁ ଘୋଷଣା କରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story