Advertisment

ବିଜେପି ଟିକେଟରେ ରାଉରକେଲାରୁ ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ

କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ୨୦୨୦ ଅକ୍ଟୋବର ୨୬ରେ ଟ୍ରାଏଲ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯିବା ଉପରେ ଦିଲ୍ଲୀ ହାଇକୋର୍ଟ ଗତକାଲି ରହିତାଦେଶ ଜାରି କରିଥିଲେ।

ଅଦ୍ୟତନ ହୋଇଛି
Dillip Ray

Dillip Ray

Advertisment

ରାଉରକେଲା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀପ ରାୟ। ବିଜେପି ଟିକେଟରେ ସେ ଏଠାରୁ ହେବେ ପ୍ରାର୍ଥୀ। ଆଜି ଏଭଳି କିଛି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ।

Advertisment

ଶ୍ରୀ ଓରାମ କହିଛନ୍ତି, ଦିଲ୍ଲୀପ ବାବୁଙ୍କ ନାଁ କେନ୍ଦ୍ରୀୟ ନିର୍ବାଚନ କମିଟି ସର୍ଟଲିଷ୍ଟ କରି ରଖିଛନ୍ତି। କେବଳ ତାଙ୍କ କୋର୍ଟ ମାମଲାକୁ ଅପେକ୍ଷା କରାଯାଇଥିଲା। କୋର୍ଟ ମାମଲାରେ ଯଦି ସେ ଜିତିବେ, ତା’ହେଲେ ରାଉରକେଲା ଟିକେଟ ତାଙ୍କୁ ଦିଆଯିବ ବୋଲି କେନ୍ଦ୍ରୀୟ ନିର୍ବାଚନ କମିଟିରେ ଏକରକମର ନିର୍ଣ୍ଣୟ ହୋଇଛି। ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଯେତେବେଳେ ବାହାରିବ ସେତେବେଳେ ଦିଲ୍ଲୀପ ବାବୁଙ୍କ ନାଁ ବାହାରିବ ବୋଲି ଆଶା କରାଯାଉଛି। ଦିନେ ଦୁଇ ଦିନ ଭିତରେ ଏହି ତାଲିକା ବାହାରିବ। 

କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ୨୦୨୦ ଅକ୍ଟୋବର ୨୬ରେ ଟ୍ରାଏଲ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯିବା ଉପରେ ଦିଲ୍ଲୀ ହାଇକୋର୍ଟ ଗତକାଲି ରହିତାଦେଶ ଜାରି କରିଥିଲେ। ଦିଲ୍ଲୀପଙ୍କୁ ଏହି କୋଇଲା ଦୁର୍ନୀତି ମାମଲାରେ ସିବିଆଇ କୋର୍ଟ ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୧୦ଲକ୍ଷ ଟଙ୍କାର ଜୋରିମାନା କରିଥିଲେ।

Advertisment

ଦିଲ୍ଲୀପଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସ୍ୱରନ କାନ୍ତ ଶର୍ମା ଶୁଣାଣି କରି ଏପ୍ରିଲ ୫ତାରିଖରେ ତାଙ୍କର ରାୟକୁ ସଂରକ୍ଷିତ ରଖିଥିଲେ । ଗତକାଲି ଏହି ରାୟ ପ୍ରକାଶ ପାଇଥିଲା । ଦିଲ୍ଲୀ ହାଇକୋର୍ଟଙ୍କ ୱେବସାଇଟରେ ଏହି ରାୟ ଉଲ୍ଲେଖ ରହିଛି । ଦିଲ୍ଲୀପ ତାଙ୍କ ଆବେଦନରେ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛା ବ୍ୟକ୍ତ କରି ସିବିଆଇ କୋର୍ଟ ଦ୍ୱାରା ଦୋଷୀସାବ୍ୟସ୍ତ କରାଯିବା ଓ ଦଣ୍ଡାଦେଶ ଉପରେ ରହିତାଦେଶ ନିମନ୍ତେ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ, ୧୯୯୯ ମସିହାରେ କେନ୍ଦ୍ରରେ ଅଟଳବିହାରୀ ବାଜପେୟୀ ସରକାରରେ ଦିଲ୍ଲୀପ କୋଇଲା ମନ୍ତ୍ରୀ ଥିବାବେଳେ ଝାଡ଼ଖଣ୍ଡର ଗିରିଡିହ କୋଲ୍ ବ୍ଲକ ଆବଂଟନରେ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଥିଲା। ୨୦୨୦ ଅକ୍ଟୋବର ୨୬ତାରିଖରେ ଟ୍ରାଏଲ କୋର୍ଟ ଏହି କୋଲ୍ ବ୍ଲକ୍ ଆବଂଟନ ଅନିୟମିତତା ମାମଲାରେ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ତା’ ସହିତ ୧୦ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଟ୍ରାଏଲ କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ଦିଲ୍ଲୀପ ରାୟ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Bjp Dilip Ray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe