Advertisment

କାହିଁକି କଟିଲା ମନ୍ତ୍ରୀଙ୍କ ନାମ, କୁହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଇନମନ୍ତ୍ରୀଙ୍କୁ ନେଇ ହୁଲସ୍ତୁଲ ମୌସୁମୀ ଅଧିବେଶନ।  ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟା ମାମଲାର FIRରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବାବେଳେ କାହିଁକି ଚାର୍ଜସିଟ୍‌ରୁ କାଟି ଦିଆଗଲା ? FIRର ୧୩ ନମ୍ବରରେ ଥିବା ମନ୍ତ୍ରୀ ପ୍ରତାପଙ୍କ ସମ୍ପର୍କରେ ତଦନ୍ତ ପାଇଁ ସାଲେପୁର JMFC କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେବା ସତ୍ତ୍ୱେ କାହିଁକି […]

author-image
Tapas Behera
ଅଦ୍ୟତନ ହୋଇଛି
କାହିଁକି କଟିଲା ମନ୍ତ୍ରୀଙ୍କ ନାମ, କୁହ

Pratap-Jena-89

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଇନମନ୍ତ୍ରୀଙ୍କୁ ନେଇ ହୁଲସ୍ତୁଲ ମୌସୁମୀ ଅଧିବେଶନ।  ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟା ମାମଲାର FIRରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବାବେଳେ କାହିଁକି ଚାର୍ଜସିଟ୍‌ରୁ କାଟି ଦିଆଗଲା ? FIRର ୧୩ ନମ୍ବରରେ ଥିବା ମନ୍ତ୍ରୀ ପ୍ରତାପଙ୍କ ସମ୍ପର୍କରେ ତଦନ୍ତ ପାଇଁ ସାଲେପୁର JMFC କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେବା ସତ୍ତ୍ୱେ କାହିଁକି ପଦକ୍ଷେପ ନିଆଯାଉନି ? ଏଭଳି ଏକାଧିକ ପ୍ରଶ୍ନ ଉଠାଇ ମନ୍ତ୍ରିପଦରୁ ପ୍ରତାପ ଜେନାଙ୍କୁ ବହିଷ୍କାର ଦାବି କରି ଆଜି ଗୃହ ବାହାରେ ଓ  ଭିତରେ ସ୍ୱର ଉତ୍ତୋଳନ କରିଛନ୍ତି ବିରୋଧୀ ।

Advertisment

ଆଜି ଗୃହ ଆରମ୍ଭ ହେବା କ୍ଷଣି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଗର୍ଜିଥିଲା ବିଜେପି । ବାଚସ୍ପତିଙ୍କ ପୋଡ଼ିୟମ୍ ଆଗରେ ପୋଷ୍ଟର ଧରି କରିଥିଲା ହୋହଲ୍ଲା । ଏଣେ ଗୃହ ବାହାରେ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଂଗ୍ରେସର ଟାର୍ଗେଟ୍। ଉଭୟ ଦଳର ସେହି ସମାନ ଦାବି । ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟା ମାମଲାରେ ମନ୍ତ୍ରୀଙ୍କୁ ବହିଷ୍କାର କର । ଗୃହ ବାହାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ, FIRର ୧୩ ନମ୍ବରରେ ଥିବା ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC । ଅଥଚ କୌଣସି ପଦକ୍ଷେପ ନେଇନାହାଁନ୍ତି ରାଜ୍ୟ ସରକାର। ଯଦି ବି ତାଙ୍କ ବିରୋଧରେ ତଦନ୍ତ ହୁଏ, ତାହେଲେ କେଉଁ ଆଧାରରେ ଜଣେ ଥାନା ଅଧିକାରୀ ଆଇନମନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରିବ ? ତେଣୁ ନୈତିକତା ଦୃଷ୍ଟିରୁ ଆଇନମନ୍ତ୍ରୀ ପ୍ରତାପ ଜେନା ଇସ୍ତଫା ଦିଅନ୍ତୁ, ନଚେତ ତାଙ୍କୁ ବହିଷ୍କାର କରାଯାଉ ଏବଂ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଦାବି କରି ଗୃହ ଭିତରେ ଓ ବାହାରେ ଅଡ଼ିବସିଛି ବିଜେପି । କଂଗ୍ରେସ ବି ପ୍ରତାପ ଜେନାଙ୍କୁ ନିଶାନା କରି ୨୦୧୪ରୁ ୫ଟି ହତ୍ୟା ମାମଲା ତାଙ୍କ ନାଁରେ ଥିବାବେଳେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରଶ୍ନ ଉଠାଇ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି।

୨ ଜାନୁଆରୀ, ୨୦୨୧ । ବିଜେପି ନେତା କୁଳମଣି ଓ ଦିବ୍ୟସିଂହଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ଏହି ଘଟଣାରେ କୁଳମଣିଙ୍କ ପୁଅ ରମାକାନ୍ତ ମାହାଙ୍ଗା ଥାନାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୩ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ । ଆଉ ୧୩ ନମ୍ବର ମୁଦାଲା ଭାବେ ମନ୍ତ୍ରୀଙ୍କ ନାଁ ଥିଲା FIRରେ।  ଏହାର ପ୍ରାୟ ୫ ମାସ ଧରି ତଦନ୍ତ ପରେ ମେ’ରେ ଚାର୍ଜସିଟ୍ ଦାଖଲ କରିଥିଲା ମାହାଙ୍ଗା ପୁଲିସ।  ସେଥିରେ କିନ୍ତୁ ନଥିଲା ମନ୍ତ୍ରୀଙ୍କ ନାଁ। ଏନେଇ ଗତ ଅଗଷ୍ଟ ୧୬ରେ ସାଲେପୁର JMFC କୋର୍ଟରେ ରମାକାନ୍ତ ଦାଖଲ କରିଥିଲେ ଏକ ପ୍ରୋଟେଷ୍ଟ ପିଟିସନ। ଏହାର ଶୁଣାଣି କରି କୋର୍ଟ ମନ୍ତ୍ରୀଙ୍କ ସଂପୃକ୍ତିର ସାନି ତଦନ୍ତ କରି ରିପୋର୍ଟ ଦେବାକୁ ଗତ ୨୫ ତାରିଖରେ ମାହାଙ୍ଗା ପୁଳିସକୁ ନିର୍ଦ୍ଦେଶ ଦେଇଥିଲେ।  ତାପରଠୁ ଖଡ୍ଗହସ୍ତ ବିରୋଧୀ । ଚଳିତ ଅଧିବେଶନରେ ସରକାରଙ୍କୁ ହଲାପଟା କରୁଥିବାବେଳେ ଶାସକ ଦଳ କହିଛି, ଆଲୋଚନା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲେ ବି ୨ଟି ଅପରାଧିକ ମାମଲାକୁ ଧରି ବିରୋଧୀ ନିଜର ଦଳୀୟ ପ୍ରଚାର କରୁଛନ୍ତି ।

Advertisment

ତେଣେ ମରୁଡ଼ି ପ୍ରସଙ୍ଗରେ ଆଜି କଂଗ୍ରେସ ବିଧାୟକ ଗୃହ ମଧ୍ୟଭାଗରେ ପାଟିତୁଣ୍ଡ କରିଥିବାବେଳେ ବାଚସ୍ପତି ଗୃହକୁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକରେ ନିଷ୍ପତ୍ତି ହେଲା ମରୁଡ଼ି ପ୍ରସଙ୍ଗରେ ପୁଣି ଥରେ ଆଲୋଚନା ହେବ।

Mahanga Murder Case Pratap Jena