Advertisment

କଂଗ୍ରେସ ଗଡ଼ରେ ମନ୍ତ୍ରୀ ଦୀନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କଲା ବିଜେପି

୨୦୧୪ ଓ ୨୦୧୯ରେ ପୂରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲହର ଦେଖିବାକୁ ମିଳିଥିଲା। ହେଲେ ରାଏ ବରେଲୀରେ ବିଜେପି ଜିତି ପାରି ନଥିଲା।

Dinesh

Dinesh

Advertisment

କଂଗ୍ରେସର ଗଡ଼ ଭାବେ ପରିଚିତ ଉତ୍ତର ପ୍ରଦେଶର ରାଏବରେଲୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ଦୀନେଶ ପ୍ରତାପ ସିଂହଙ୍କୁ ବିଜେପି ଏଠାରେ ଟିକେଟ ଦେଇଛି।

Advertisment

୨୦୧୪ ଓ ୨୦୧୯ରେ ପୂରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲହର ଦେଖିବାକୁ ମିଳିଥିଲା। ହେଲେ ରାଏ ବରେଲୀରେ ବିଜେପି ଜିତି ପାରି ନଥିଲା। ଏହା ଗାନ୍ଧି ପରିବାରର ଗଡ଼ ଭାବେ ପରିଚିତ ଥିଲା ଓ ମୋଦି ଲହରରେ ମଧ୍ୟ ସୋନିଆ ଗାନ୍ଧି ଏଠାରୁ ଜିତିଥିଲେ।

କିନ୍ତୁ ୨୦୨୪ରେ ଚିତ୍ର ବଦଳିଛି। ସୋନିଆ ଏଥର ଲଢ଼ୁ ନାହାନ୍ତି। ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ହୋଇଥିବା ବେଳେ ଏଯାଏ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି। ଏସବୁ ଭିତରେ ଦୀନେଶଙ୍କୁ ମୈଦାନକୁ ଓହ୍ଲାଇଛି।

Advertisment

ଜଣେ ବ୍ଲକ ସ୍ତରୀୟ ନେତାଙ୍କୁ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ଦୀନେଶ ଏବେ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ରେ ରହିଛନ୍ତି।

୨୦୦୪ରେ ଦୀନେଶ ସମାଜବାଦୀ ପାର୍ଟିରୁ ତାଙ୍କ ରାଜନୀତିକ ଇନିଂସ ଆରମ୍ଭ କରିଥିଲେ। ସେ ପ୍ରଥମଥର ବିଧାନ ପରିଷଦ ନିର୍ବାଚନ ଲଢ଼ିଥିଲେ। ୨୦୦୭ରେ ସେ ବହୁଜନ ସମାଜ ପାର୍ଟି ଟିକେଟରୁ ତିଲୋଇ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ।

ଏହାପରେ ସେ କଂଗ୍ରେସରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ୨୦୧୦ରେ ସେ ପ୍ରଥମଥର କଂଗ୍ରେସ ଟିକେଟରୁ ଜଣେ କାଉନସିଲ ଭାବେ ନିର୍ବାଚିତ ହୋଇଥିଲେ।

୨୦୧୬ରେ ସେ ପୁଣି କାଉନସିଲର ହୋଇଥିଲେ ଓ ତାଙ୍କ ଭାଇ ଜିଲ୍ଲା ପଞ୍ଚାୟତ ସଭାପତି ହୋଇଥିଲେ। ୨୦୧୭ରେ ତାଙ୍କର ଆଉ ଜଣେ ଭାଇ କଂଗ୍ରେସରୁ ହରିଚାନ୍ଦପୁରରୁ ବିଧାୟକ ଭାବେ ନିର୍ବାଚନ ଜିତିଥିଲେ।

୨୦୧୯ରେ ଦୀନେଶ ବିଜେପିରେ ସାମିଲ ହୋଇଥିଲେ ଓ ସୋନିଆ ଗାନ୍ଧିଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ପରାଜୟ ସତ୍ତ୍ୱେ ସେ ପ୍ରାୟ ୪ ଲକ୍ଷ ଭୋଟ ତାଙ୍କୁ ମିଳିଥିଲା।

ଏଥର ଦଳ ତାଙ୍କୁ ପୁଣି ପ୍ରାର୍ଥୀ କରିଛି। ସେ ଟିକେଟ ପାଇବା ପରେ କହିଛନ୍ତି, “ବିଜେପି ମୋ ଭଳି ଜଣେ ଛୋଟିଆ କର୍ମୀଙ୍କ ଉପରେ ବିଶ୍ୱାସ ଦେଖାଇଛି। ଏଥିପାଇଁ ମୁଁ ଦଳକୁ ଧନ୍ୟବାଦ ଜଣାଉଛି। ମୁଁ ପ୍ରତିଶ୍ରୁତି ଦେଉଛି ଏହି ବିଶ୍ୱାସ କେବେ ହେଲେ ଭାଙ୍ଗିବାକୁ ଦେବି ନାହିଁ।

ଏକଦା ରାଏବରେଲୀ କଂଗ୍ରେସର ଗଡ଼ ଥିଲା। କିନ୍ତୁ ମୋଦିଜୀ ଦେଶର ଦାୟିତ୍ୱ ନେବା ପରେ ଏହି ସଂଜ୍ଞା ବଦଳି ଯାଇଛି। କଂଗ୍ରେ ଗୋଟିଏ ହେଲେ ଗ୍ରାମ ପ୍ରଧାନ ପଦ ମଧ୍ୟ ରାଏବରେଲୀରେ ଜିତି ପାରିନି। ଏବେ ରାଏବରେଲୀ ବିଜେପିର ଗଡ଼। ଏଠାରେ ସର୍ବାଧିକ ଭୋଟ ବିଜେପିର ରହିଛି। ନକଲି ଗାନ୍ଧି ପରିବାର ରାଏବରେଲୀର ବିଶ୍ୱାସ ଭାଙ୍ଗି ଦେଇଛନ୍ତି।

ଯଦି ମୁଁ ନିର୍ବାଚନ ଲଢ଼ି ସୋନିଆ ଗାନ୍ଧିଙ୍କୁ ଅଡ଼ୁଆରେ ପକାଇ ପାରିଲି, ତା’ହେଲେ ପ୍ରିୟଙ୍କା ଗାନ୍ଧି କେମିତି ଲଢ଼ିବେ? ତାଙ୍କ ପାଖରେ ଭାରତୀୟତାର ମୂଲ୍ୟବୋଧ ନାହିଁ। ସେ ଆମ ସଂସ୍କୃତି ଠାରୁ ବହୁତ ଦୂରରେ। ଯଦି ସେ ଏଠାକୁ ଆସିବେ, ତା’ହେଲେ ନିଶ୍ଚୟ ହାରିବେ।”

Uttar Pradesh Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe