Advertisment

ହାରିଲେ ଦୀପାଳି, ଜିତିଲେ ଟଙ୍କଧର!

ଝାରସୁଗୁଡ଼ା ବିଧାନସଭା ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିବା ଦୀପାଳି ଦାସ ପରାସ୍ତ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ସେ ୧୩୨୨ ଭୋଟରେ ପରାସ୍ତ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Dipali Das

Dipali Das

Advertisment

ଝାରସୁଗୁଡ଼ା ବିଧାନସଭା ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିବା ଦୀପାଳି ଦାସ ପରାସ୍ତ ହୋଇଥିବା ସୂଚନା ମିଳିଛି। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ସେ ୧୩୨୨ ଭୋଟରେ ପରାସ୍ତ ହୋଇଥିବା ଜଣାଯାଇଛି। 

Advertisment

ନବ ଦାସ ହତ୍ୟା ପରେ ଝାରସୁଗୁଡ଼ା ବିଧାନସଭା ସିଟ୍‌ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେତେବେଳେ ବାପାଙ୍କ ସିଟ୍‌ରୁ ଦୀପାଳି ମଇଦାନକୁ ଓହ୍ଲାଇ ବିଜୟୀ ହୋଇଥିଲେ। ସେତେବେଳେ ମଧ୍ୟ ଟଙ୍କଧର ତାଙ୍କ ବିରୋଧରେ ଛିଡ଼ା ହୋଇଥିବା ବେଳେ ପରାସ୍ତ ହୋଇଥିଲେ। ମାତ୍ର ଚଳିତ ଥର ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି ଟଙ୍କଧର । ଫଳରେ ଝାରସୁଗୁଡ଼ାରେ ବିଜେପି ଶିବିରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

Election Results Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe