Advertisment

ଦୀପାଳି କହିଲେ- ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ

ଝାରସୁଗୁଡ଼ା ଉପନିର୍ବାଚନ ବିଜୟ ନେଇ ବିଜେଡି ବିଜୟ ଉତ୍ସବରେ ଏହା କହିଛନ୍ତି ଦୀପାଳି ଦାସ।

ଅଦ୍ୟତନ ହୋଇଛି
Dipali Das

Dipali Das

Advertisment

ଏ ବିଜୟ ଶଙ୍ଖର ବିଜୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ, ଝାରସୁଗୁଡ଼ାବାସୀଙ୍କ ବିଜୟ, ବିଜେଡିର ବରିଷ୍ଠ ନେତାମାନଙ୍କର ବିଜୟ, ନବ ଦାସଙ୍କ ବିଜୟ। ଝାରସୁଗୁଡ଼ା ଉପନିର୍ବାଚନ ବିଜୟ ନେଇ ବିଜେଡି ବିଜୟ ଉତ୍ସବରେ ଏହା କହିଛନ୍ତି ଦୀପାଳି ଦାସ। ଭୁବନେଶ୍ୱର ଶଙ୍ଖ ଭବନରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସମସ୍ତ ବିଜେଡି ନେତାମାନଙ୍କୁ ସମ୍ବୋଧନ ଦେଇ ଦୀପାଳି ଭିଡିଓ କନ୍‌ଫରେନ୍ସିଂ ଯୋଗେ ସମ୍ବୋଧନ ଦେଇଥିଲେ।

Advertisment

ତାଙ୍କୁ ବିଜୟୀ କରିଥିବାରୁ ଓ ବିଶ୍ୱାସକୁ ନେଇ ଜିତାଇଥିବାରୁ ସେ ଝାରସୁଗଡ଼ା ବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଆଶା ଓ ବିଶ୍ୱାସ ପ୍ରକାଶ କରି ନବୀନଙ୍କ ଦିଗ ନିର୍ଦ୍ଦେଶନାରେ କାମ କରିବେ ବୋଲି କହିଥିଲେ।

ସେପଟେ ବିଜେଡି ବରିଷ୍ଠ ନେତା ତଥା ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ବକ୍ତବ୍ୟ ରଖି ଦଳୀୟ ନେତାମାନଙ୍କୁ ବିଜୁ ପଟ୍ଟନାୟକଙ୍କ ରେକର୍ଡ ଭାଙ୍ଗିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ଏହି ବିଜୟକୁ ନେଇ ଉପସ୍ଥିତ ନେତାମାନେ ଅତ୍ୟଧିକ ଉତ୍ସାହିତ ହୋଇ କେବଳ ତାଳି ବଜାଇଲେ ହେବନି ପରାଜୟରୁ ଯେମିତି ଶିକ୍ଷା ମିଳିଛି ବିଜୟରୁ ମଧ୍ୟ ଶିକ୍ଷା ନେବାକୁ ପଡ଼ିବ। କେଉଁଠି ତ୍ରୁଟି ରହିବାରୁ ଅଧିକ ଭୋଟ ମିଳୁନି ତାହାର ମଧ୍ୟ ଆତ୍ମସମୀକ୍ଷା କରିବାକୁ ପଡ଼ିବ। ଗୋଟିଏ ପରୀକ୍ଷା ପରେ ଆଉଗୋଟିଏ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେବାକୁ ପଡ଼ିବ। ଯେମିତି ଝାରସୁଗଡ଼ାରେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟ ମିଳିଛି ୨୦୨୪ରେ ରେକର୍ଡ କରିବାକୁ ପଡ଼ିବ। ୧୯୯୦ ମସିହାରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱଧୀନ ଦଳ ଓଡ଼ିଶା ବିଧାନସଭାରେ ସର୍ବାଧିକ ୧୨୩ ଆସନ ପାଇଥିଲା। ୨୦୨୪ରେ ବିଜେଡି ନେତାମାନେ ଏହି ରେକର୍ଡକୁ ମଧ୍ୟ ଭାଙ୍ଗିବେ ବୋଲି ଆଶା ରହିଛି।

Advertisment
Jharsuguda Bypoll Jharsuguda Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe