Advertisment

ଭୁବନେଶ୍ୱରରୁ ଦୁବାଇ ଉଡିଲା ବିମାନ, ଆରମ୍ଭରୁ କେଁ

ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଆଜି ୧୮୬ ଯାତ୍ରୀଙ୍କୁ ଧରି ଦୁବାଇ ଅଭିମୁଖେ ଇଣ୍ଡିଗୋର ଏକ ବିମାନ ଉଡ଼ିଥିବା ବେଳେ, ତା’ ପୂର୍ବରୁ ଦୁବାଇରୁ ୧୭୪ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରେ ପହଞ୍ଚିଥିଲା।

Arun Kumar Sahoo

Arun Kumar Sahoo

Advertisment

ଭୁବନେଶ୍ୱରରୁ ଦୁବାଇକୁ ସିଧା ଉଡ଼ିଲା ବିମାନ। ପ୍ରଥମ ଦିନରୁ ଫୁଲ୍‌ କାପାସିଟିରେ ଯାତ୍ରା କରିଛି ଇଣ୍ଡିଗୋ ବିମାନ। ତେବେ ଓଡ଼ିଶାରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭରୁ ତେଜିଛି ଅସନ୍ତୋଷର ରାଜନୀତି। କାରଣ ଭୁବନେଶ୍ୱରରୁ ଦୁବାଇ ଅଭିମୁଖେ ଉଡ଼ିଥିବା ପ୍ରଥମ ବିମାନରେ ୧୮୬ ଯାତ୍ରୀଙ୍କ ଭିତରୁ ପ୍ରାୟ ୭୦ ଜଣ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ଅନ୍ୟ ନିମନ୍ତ୍ରିତ ଅତିଥି। ଯାହାଙ୍କ ଭିତରେ ଅଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଦେବୀ ମିଶ୍ର, ଅରୁଣ ସାହୁ, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ର ସାରଥୀ ବେହେରା, ଦିବ୍ୟଶଙ୍କର ମିଶ୍ର, ବ୍ୟୋମକେଶ ରାୟ, ସଞ୍ଜୀବ ମଲ୍ଲିକ, ଦେବୀ ରଞ୍ଜନ ତ୍ରିପାଠୀ, ରୁଦ୍ର ମହାରଥୀ, ସୁଶାନ୍ତ ରାଉତ ଓ ବିକ୍ରମ ପଣ୍ଡା ପ୍ରମୁଖ। କେବଳ ଏମାନେ ନୁହନ୍ତି, ଏମାନଙ୍କ ଭିତରୁ କିଛି ନେତା ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ପ୍ରଥମ ଫ୍ଲାଇଟରେ ଦୁବାଇ ନେଇଛନ୍ତି।

Advertisment

ସେହିଭଳି ଫାଇଭ୍‌ ଟି ସଚିବ, ଉନ୍ନୟନ କମିଶନର ଓ ଓଡ଼ିଶା ପରିବାରର ନିର୍ଦ୍ଦେଶକ ଦୁବାଇ ଗସ୍ତ କରିଛନ୍ତି। ଏହି ନେତା ଓ ଅଫିସରମାନେ ଆସନ୍ତା ୧୬ ଓ ୧୭ ତାରିଖରେ ଦୁବାଇରେ ହେବାକୁ ଥିବା ଓଡ଼ିଶା ଦିବସ ଉତ୍ସବରେ ଯୋଗ ଦେବେ। ତେବେ ପ୍ରଶ୍ନ ଏଠି ଉଠୁଛି, ଓଡ଼ିଶା ଦିବସ ଯଦି ଏକ ସରକାରୀ କାର୍ଯ୍ୟକ୍ରମ, ତା’ହେଲେ ରାଜ୍ୟ ସରକାର ସବୁ ଦଳର ବିଧାୟକଙ୍କୁ ନିମନ୍ତ୍ରଣ କରି ନାହାନ୍ତି କାହିଁକ? ଉତ୍ସବକୁ କେବଳ ସରକାରୀ ଦଳର ହାତ ଗଣତି ନେତା ଓ ଅଫିସର ତା ପୁଣି ପରିବାର ସହିତ ଯିବାକୁ ଏ ସୁଯୋଗ କାହିଁକ? ଯାହାକୁ ନେଇ ବିରୋଧୀ ଖଡଗହସ୍ତ ହେବା ସହ ଏହା ରାଜ୍ୟବାସୀଙ୍କ ପାଇଁ ନିନ୍ଦନୀୟ କଥା ବୋଲି କହିଛନ୍ତି।

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, ବିଧାୟକ ଅଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁବାଇ ଯିବା କଥା କିଛି ଜାଣିନାହିଁ। ଯଦି ସରକାରୀ ଅର୍ଥରେ ବିଜେଡି ବିଧାୟକମାନେ ଯାଉଛନ୍ତି, ତାହାହେଲେ ଏହା ନିନ୍ଦା କଥା।

Advertisment

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଓଡ଼ିଶା ଗୋଟିଏ ଗରିବ ରାଜ୍ୟ। ଯଦି ବିଧାୟକମାନେ ବୁଲି ଯିବାର ଅଛି, ତାହାହେଲେ ନିଜ ଟଙ୍କାରେ ଯାଆନ୍ତୁ। ସରକାରୀ ଟଙ୍କାରେ କେବେ ହେଲେ ଯିବାକଥା ନୁହେଁ।

ସେପଟେ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ସେମାନେ ନିଜ ଆରେଞ୍ଜମେଣ୍ଟରେ ଯାଇଛନ୍ତି।

ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଆଜି ୧୮୬ ଯାତ୍ରୀଙ୍କୁ ଧରି ଦୁବାଇ ଅଭିମୁଖେ ଇଣ୍ଡିଗୋର ଏକ ବିମାନ ଉଡ଼ିଥିବା ବେଳେ, ତା’ ପୂର୍ବରୁ ଦୁବାଇରୁ ୧୭୪ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରେ ପହଞ୍ଚିଥିଲା। ପୂର୍ବରୁ ବିଭିନ୍ନ ସିଟି ଦେଇ ଦୁବାଇ ଯାତ୍ରା କରିବାକୁ ପ୍ରାୟ ୨୪ ଘଣ୍ଟା ଲାଗୁଥିଲା। ଏବେ କିନ୍ତୁ ମାତ୍ର ୪ ଘଣ୍ଟା ଲାଗିବ। ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ଏଭଳି ସପ୍ତାହକୁ ୩ ଥର ବିମାନ ଚାଲିବ। ତେବେ ସରକାର ଦୁବାଇ ଯିବା ଆସିବା ବିମାନ ଭଡ଼ା ୨୦ ହଜାର ଘୋଷଣା କରିଥିବା ବେଳେ ଏହା ବୁକିଂ ବେଳେ ଏହା ୨୬ରୁ ୨୭ ହଜାର ଟଙ୍କା ଦେଖାଉଥିବାରୁ ତାକୁ ନେଇ ଯାତ୍ରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

BjD Indigo Airlines Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe