ବିଧାନସଭାରେ ବିଶୃଙ୍ଖଳା ବରଦାସ୍ତ କରାଯିବନି: ବାଚସ୍ପତି, ବିଜେଡି କହିଲା ନାଲି ଆଖି ଚଳିବନି

ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତାମାସ ୧୩ତାରିଖରୁ ଆରମ୍ଭ ହେଉଥିବାବେଳେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ଯେ, ଚଳିତ ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ।

Surama Padhi

ବାଚସ୍ପତି ସୁରମା ପାଢ଼ୀ

Ordigital Desk
  • Published: Thursday, 23 January 2025
  • Updated: 23 January 2025, 08:13 PM IST

Sports

Latest News

ଚଳିତ ବିଧାନସଭା ଅଧିବେଶନରେ ବିରୋଧୀଙ୍କ ବିଶୃଙ୍ଖଳାକୁ ଆଉ ବରଦାସ୍ତ କରାଯିବନି । ବାଚସ୍ପତି ସୁରମା ପାଢ଼ୀଙ୍କ ଏଭଳି ଚେତାବନୀ ପରେ ଚିହିଁକି ଉଠିଛି ବିଜେଡି । ଆଉ ବିରୋଧୀ ଦଳ ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ନାଲି ଆଖି ଦେଖାଇଲେ ଚଳିବ ନାହିଁ ବୋଲି ପ୍ରମିଳା ବି ପାଲଟା ଜବାବ ଦେଇଛନ୍ତି । ଅବଶ୍ୟ କଂଗ୍ରେସ ସମସ୍ତଙ୍କୁ ନେଇ ଚାଲିଲେ ଗୃହରେ ବିଶୃଙ୍ଖଳା ହେବନି ବୋଲି ମତ ରଖିଛି ।

ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତାମାସ ୧୩ତାରିଖରୁ ଆରମ୍ଭ ହେଉଥିବାବେଳେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ଯେ, ଚଳିତ ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ବିରୋଧୀ ଗଠନମୂଳକ ପରାମର୍ଶ ଦେଲେ ତାହା ଉପାଦେୟ ହେବ । କିନ୍ତୁ ବିଶୃଙ୍ଖଳା ଆଚରଣ କଲେ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି ।

ଯାହା ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ପାଲଟା ଜବାବ ଦେଇଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ, ନାଲି ଆଖି ଦେଖାଇଲେ ଚଳିବ ନାହିଁ । ନିଜ ଆସନର ମର୍ଯ୍ୟାଦା ବାଚସ୍ପତି ରକ୍ଷା କରନ୍ତୁ । ବାଚସ୍ପତି କୌଣସି ଦଳର ନୁହଁନ୍ତି । ବାଚସ୍ପତି କାହିଁକି ବିଜେପି ଅଫିସକୁ ଯାଇଥିଲେ ।ଗଣତନ୍ତ୍ରରେ ବିରୋଧୀଙ୍କ ସ୍ୱର ଚପାଇଲେ ଚଳିବ ନାହିଁ । ବାଚସ୍ପତିଙ୍କ ଧମକରେ ବିରୋଧୀଙ୍କ ସ୍ୱର ବନ୍ଦ ହେବ ନାହିଁ । ନାଲିଆଖି ଦେଖାଇବା ବନ୍ଦ କରନ୍ତୁ । ସରକାରଙ୍କ ଦୋଷତ୍ରୁଟିକୁ ଉପସ୍ଥାପନ କରାଯିବ । ସେ ବାଚସ୍ପତି ଥିବାବେଳେ ବିଜେପି କିଭଳି ଗୃହରେ ବ୍ୟବହାର କରିଥିଲା ତାହା ଓଡ଼ିଶା ଦେଖିଥିଲା । କିନ୍ତୁ ଆମେ ସେପର୍ଯ୍ୟନ୍ତ ଯାଇନୁ । ଆଉ ସେମାନେ ବାଧ୍ୟ କଲେ ଆମେ ସେପର୍ଯ୍ୟନ୍ତ ଯିବୁ ବୋଲି ଶ୍ରୀମତୀ ମଲ୍ଲିକ ସ୍ପଷ୍ଟ କରିଛନ୍ତି ।

ସେହିପରି ବିଜେଡିର ଉପମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି ଯେ, ବାଚସ୍ପତିଙ୍କ ଉକ୍ତି ହାସ୍ୟାସ୍ପଦ । ବିଧାନସଭା ହେଉଛି ବିରୋଧୀ ଦଳଙ୍କର । ବିରୋଧୀ ଦଳ କୌଣସି ପ୍ରସଙ୍ଗ ଉଠାଇଲେ ସୁରୁଖୁରୁରେ ଗୃହ ଚଳାଇବା ଦାୟିତ୍ୱ ବାଚସ୍ପତିଙ୍କର । ହଟ୍ଟଗୋଳ ଓ ଅଚଳାବସ୍ଥା ପାଇଁ ବାଚସ୍ପତି ଦାୟୀ ରହିବେ । ବିରୋଧୀ ଦଳକୁ ଉଚିତ୍ ସମୟ ନଦେଲେ ହଟ୍ଟଗୋଳ ହେବ । ବାଚସ୍ପତି ଗୃହର ମାଲିକ ସେ ଯେମିତି ଗୃହକୁ ଚଳାଇବେ ସେମିତି ଚାଲିବ ବୋଲି ଶ୍ରୀ ଦେବ କହିଛନ୍ତି ।

Also Read

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ, ବାଚସ୍ପତଙ୍କ ପ୍ରତି ଆମର ସମ୍ମାନ ରହିଛି । କଂଗ୍ରେସ ଦଳ ଗଣତନ୍ତ୍ରରେ ବିଶ୍ୱାସ କରେ। ବାଚସ୍ପତି ସମସ୍ତଙ୍କୁ ସମାନ ଭାବେ ଦେଖିବା ଦରକାର । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଲେ ଗୃହରେ ବିଶୃଙ୍ଖଳା ହେବନି ବୋଲି ଶ୍ରୀ କାଡ଼ାମ କହିଛନ୍ତି ।

ଅନ୍ୟପକ୍ଷରେ ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି ଯେ, ବିଜେଡି ଏବେବି ଶାସନରେ ଅଛି ବୋଲି ଭାବୁଛି । ଆଉ ଯାହା ଚାହିଁବୁ କରିବୁ । ଗତ ଦୁଇଟି ବିଧାନସଭା ଅଧିବେଶନରେ ଏଭଳି ବିଶୃଙ୍ଖଳା କଲେ ଯେଉଁଥିପାଇଁ ସମସ୍ତେ ଶୃଙ୍ଖଳାରେ ରହିବା ଦରକାର ବୋଲି ଅନୁଭବ ହୋଇଛି । ସେ ବାଚସ୍ପତିଙ୍କ ବୟାନକୁ ସମର୍ଥନ କରି କହିଛନ୍ତି ଯେ ବାଚସ୍ପତିଙ୍କ ଦାୟିତ୍ୱ ଗୃହକୁ ସୁରୁଖୁରୁରେ ଚଳାଇବା । ଶୃଙ୍ଖଳା ରକ୍ଷା ପାଇଁ ଯାହା କାର୍ଯ୍ୟାନୁଷ୍ଠାନ ଦରକାର ନିଆଯିବ । ମହିଳା ବାଚସ୍ପତିଙ୍କୁ ବିଜେଡି ବିଧାୟକ ଯେମିତି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତାହା ଆଉ କେଉଁଠିବି ଦେଖିବେନି । ବିଜେଡି ଓ କଂଗ୍ରେସ ମିଶିକି ବାଚସ୍ପତିଙ୍କୁ ଅପମାନ କଲେ । ସେଥିପାଇଁ ନିନ୍ଦା ପ୍ରସ୍ତାବ ଆଗତ ହୋଇଥିଲା । ଯିଏ ବିଶୃଙ୍ଖଳା କରିବ ଦୃଢ଼ଭାବେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଆମେ ମଧ୍ୟ ବାଚସ୍ପତିଙ୍କୁ ଅନୁରୋଧ କରିଥିବା ଶ୍ରୀ ପାଢ଼ୀ କହିଛନ୍ତି ।

ସୂଚନାଯୋଗ୍ୟ, ବିଧାନସଭାର ବଜେଟ୍ ଅଧିବେଶନ ଫେବୃୟାରୀ ୧୩ରୁ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story