Advertisment

ଷୋଡ଼ଶ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ, ବିଜ୍ଞପ୍ତି ଜାରି

ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ବିଧାନସଭା ଭଙ୍ଗ ପାଇଁ ସୁପାରିଶ କରାଯାଇଥିଲା।

undefined

Assembly

Advertisment

ରାଜ୍ୟ କ୍ୟାବିନେଟର ସୁପାରିଶ ପରେ ଆଜି ଷୋଡ଼ଶ ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଆଜି ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବିଧାନସଭା ନିର୍ବାଚନ ଭୋଟ ଗଣତିର ଦିନକ ପୂର୍ବରୁ ଷୋଡ଼ଶ ବିଧାନସଭାକୁ ଭଙ୍ଗ ପାଇଁ ରାଜ୍ୟ କ୍ୟାବିନେଟ୍ ସୁପାରିଶ କରିଥିଲେ ।

Advertisment

ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭାରତୀୟ ସମ୍ବିଧାନର ଧାରା ୧୭୪(୨)(ଖ)ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ଜାତୀୟ ନିର୍ବାଚନ କମିଶନଙ୍କ ୨୦୧୯ ମେ’ ୨୫ତାରିଖ ବିଜ୍ଞପ୍ତି ଆଧାରରେ ଗଠିତ ଓଡ଼ିଶା ବିଧାନସଭାକୁ ଭଙ୍ଗ କରାଗଲା । ଯାହାକି ନିର୍ବାଚନ ଆୟୋଗଙ୍କ ଦ୍ୱାରା ନବ ନିର୍ବାଚିତ ବିଧାୟକଙ୍କୁ ନେଇ ଗଠନ ଦିନଠୁ ପ୍ରଭାବୀ ହେବ । ରାଜ୍ୟପାଳଙ୍କ ଏହି ନିର୍ଦ୍ଦେଶ ସଂକ୍ରାନ୍ତ ବିଜ୍ଞପ୍ତିକୁ ଆଜି ସାଧାରଣ ବିଜ୍ଞପ୍ତି ଆକାରରେ ମୁଖ୍ୟ ସଚିବଙ୍କ ଦ୍ୱାରା ଜାରି ହୋଇଛି ।

ଉଲ୍ଲେଖଯୋଗ୍ୟ, ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ବିଧାନସଭା ଭଙ୍ଗ ପାଇଁ ସୁପାରିଶ କରାଯାଇଥିଲା ।

Advertisment

ସୂଚନାଯୋଗ୍ୟ, ପ୍ରଚଳିତ ପ୍ରାବଧାନ ଅନୁସାରେ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ବିଧାନସଭାକୁ ଭଙ୍ଗ କରାଯାଇଥାଏ । ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ୍ ମନ୍ତ୍ରୀମାନେ ଇସ୍ତଫା ଦେଇଥାନ୍ତି । ଆଉ ନୂଆ ସରକାର ଦାୟିତ୍ୱ ନେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କାମଚଳା ଦାୟିତ୍ୱରେ ରହିଥାନ୍ତି ।

Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe