ଆସନ୍ତାକାଲି ଜିଲ୍ଲାପାଳ ସମ୍ମିଳନୀ: ଫୋକସରେ ରହିବ ନିଜସ୍ୱ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ, ମନ୍ତ୍ରୀମାନଙ୍କ ସହ ରାତ୍ରିଭୋଜନ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁସାରେ, ଲୋକସେବା ଭବନର କନଭେନସନ ସେଂଟରରେ ସାଢ଼େ ୯ଟାରେ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହେବ । ଉନ୍ନୟନ କମିଶନର ଅନୁ ଗର୍ଗ ସ୍ୱାଗତ ଭାଷଣ ଦେବା ପରେ ମୁଖ୍ୟ ସଚିବ ମନୋଜ ଆହୁଜା ଜିଲ୍ଲାପାଳ ସମ୍ମିଳନୀ ଡାକିବା ସମ୍ପର୍କରେ ସମ୍ୟକ ସୂଚନା ଦେବେ ।

Chief Minister and Cabinet of Ministers

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସହ ମୁଖ୍ୟ ଶାସନ ସଚିବ

Ordigital Desk
  • Published: Thursday, 26 September 2024
  • Updated: 26 September 2024, 09:55 PM IST

Sports

Latest News

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଆସନ୍ତାକାଲି ଜିଲ୍ଲାପାଳ ଓ ପରଦିନ ପୁଲିସ୍ ଏସପି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ପ୍ରଥମ ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ବିଜେପି ସରକାରର ନିଜସ୍ୱ ନୂଆ ଯୋଜନା ସହ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ, ଇଜି ଅଫ ଡୁଇଙ୍ଗ ବିଜିନେସ୍ , ଅଭିଯୋଗ ସମାଧାନ ଓ ସରକାରୀ ସେବା ପ୍ରଦାନ ସମେତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ଉପକୂଳ ସୁରକ୍ଷା ଓ ମାଓବାଦୀ ସମସ୍ୟା, ରାଜ୍ୟରେ ମହିଳା ସୁରକ୍ଷାକୁ ନେଇ ଜିରୋ ଟଲେରାନ୍ସ  ଓ ନିଶା କାରବାରର ମୁକାବିଲା ଆଦି ପ୍ରସଙ୍ଗରେ ଚର୍ଚ୍ଚା ହେବ । ଏହାସହିତ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ନିର୍ଦ୍ଦେଶକମାନଙ୍କ ସହ ଜିଲ୍ଲାପାଳମାନେ ରାତ୍ରିଭୋଜନରେ ସାମିଲ ହେବେ ବୋଲି ଜଣାପଡ଼ିଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁସାରେ, ଲୋକସେବା ଭବନର କନଭେନସନ ସେଂଟରରେ ସାଢ଼େ ୯ଟାରେ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହେବ । ଉନ୍ନୟନ କମିଶନର ଅନୁ ଗର୍ଗ ସ୍ୱାଗତ ଭାଷଣ ଦେବା ପରେ ମୁଖ୍ୟ ସଚିବ ମନୋଜ ଆହୁଜା ଜିଲ୍ଲାପାଳ ସମ୍ମିଳନୀ ଡାକିବା ସମ୍ପର୍କରେ ସମ୍ୟକ ସୂଚନା ଦେବେ । ୯ଟା ୪୦ମିନିଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସରକାରର ପ୍ରାଥମିକତା ସମ୍ପର୍କରେ ପ୍ରାୟ ୨୦ମିନିଟ୍ ଧରି ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଇବେ ।

ତା’ପରେ ସକାଳ ସାଢ଼େ ୧୦ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଏବଂ ସାଢ଼େ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ସମ୍ମିଳନୀ ଜାରି ରହିବ । ସାଢ଼େ ୧୦ଟାରୁ ୧୧ଟା ୧୫ମିନିଟ୍ ପର୍ଯ୍ୟନ୍ତ ଅଧିବେଶନରେ ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା ଯୋଜନା’ର ସଫଳ କାର୍ଯ୍ୟାନ୍ୱୟନ ସଂକ୍ରାନ୍ତରେ ମହିଳା ଓ ଶିଶୁବିକାଶ ପ୍ରମୁଖ ସଚିବ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ପ୍ରମୁଖ ସଚିବଙ୍କ ସମେତ କଟକ ଓ କୋରାପୁଟ ଜିଲ୍ଲାପାଳ ନିଜର ମତ ରଖିବେ । ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଏହି ଅଧିବେଶନକୁ ପରିଚାଳନା କରିବେ ।

Also Read

ସେହିପରି ୧୧ଟା ୧୫ରୁ ୧୨ଟା ପର୍ଯ୍ୟନ୍ତ ଅଧିବେଶନରେ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ଉପରେ ଆଲୋଚନା ବେହ । ଏଥିରେ ଖାଦ୍ୟଯୋଗାଣ ବିଭାଗ ଓ ସମବାୟ ବିଭାଗର ପ୍ରମୁଖ ସଚିବ, କୃଷି ନିର୍ଦ୍ଦେଶକ, ସମବାୟ ରେଜିଷ୍ଟ୍ରାରଙ୍କ ସମେତ ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳ ନିଜର ରିପୋର୍ଟ ଉପସ୍ଥାପନ କରିବେ । ଏହି ଅଧିବେଶନକୁ ପରିଚାଳନା କରିବେ ଓଡ଼ିଶା ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ।

ସେହିପରି ୧୨ଟାରୁ ୪୫ମିନିଟ୍ ଧରି ରାଜ୍ୟରେ ପିଏମ-ଜନମନ ଯୋଜନା ସମେତ ଆଦିବାସୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଅନ୍ୟ ନୂଆ ଯୋଜନା(ମାଧୋ ସିଂ ହାତଖର୍ଚ୍ଚ ସମେତ) ଆଦିର କାର୍ଯ୍ୟକାରିତାକୁ ନେଇ ଆଲୋଚନା ହେବ । ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବଙ୍କ ସମେତ କେନ୍ଦୁଝର ଓ ମାଲକାନଗିରି ଜିଲ୍ଲାପାଳ ନିଜର ମତ ରଖିବେ । ଏହି ଅଧିବେଶନକୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ପରିଚାଳନା କରିବେ ।

ସେହିପରି ୧୨ଟା ୪୫ରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଅଧିବେଶନରେ ପିଏମଶ୍ରୀ ଯୋଜନାର ପ୍ରଶିକ୍ଷଣ, ନିପୁଣ ଓଡ଼ିଶାର କାର୍ଯ୍ୟକାରିତା, ଗୋଦାବରୀଶ ମଇଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମାଗଦର୍ଶିକା ପାଇଁ ପରାମର୍ଶ ଆଦି ପ୍ରସଙ୍ଗରେ ଆଲୋଚନା ହେବ । ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସମେତ ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାପାଳ ଏଥିରେ ନିଜର ମତାମତ ରଖିବେ । ଏହି ଅଧିବେଶନକୁ ଓପେସା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପରିଚାଳନା କରିବେ ।

ସେହିପରି ମଧ୍ୟାହ୍ନଭୋଜନ ପରେ ସାଢ଼େ ୨ଟାରେ ଅପରାହ୍ନ ଅଧିବେଶନ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଉଭୟ ଗ୍ରାମାଂଚଳ ଓ ସହରାଂଚଳ) ଏବଂ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରିତାକୁ ଆଲୋଚନା ହେବ । ଏଥିରେ ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ସମେତ ସୁନ୍ଦରଗଡ଼ ଓ ଗଞ୍ଜାମ ଜିଲ୍ଲାପାଳ ନିଜର ମତ ରଖିବେ । ଏହି ୪୫ମିନିଟର ଅଧିବେଶନକୁ ପାନୀୟ ଜଳ ନିର୍ଦ୍ଦେଶକ ପରିଚାଳନା କରିବେ ।

ସେହିପରି ୩ଟା ୧୫ମିନିଟରେ ଶିଳ୍ପାଂଚଳ ବିକାଶ ପ୍ରସଙ୍ଗରେ ୪୫ମିନିଟ୍ ଧରି ଆଲୋଚନା ହେବ । ଏଥିରେ ‘ଇଜିଅଫ୍ ଡୁଇଙ୍ଗ ବିଜିନେସ ଓ ଉତ୍ତରଦାୟୀ ପ୍ରଶାସନ’ ପ୍ରସଙ୍ଗରେ ଆଲୋଚନାରେ ଶିଳ୍ପ ବିଭାଗର ପ୍ରମୁଖ ସଚିବଙ୍କ ସମେତ ଅନୁଗୁଳ ଓ ବାଲେଶ୍ୱର ଜିଲ୍ଲାପାଳ ମତାମତ ରଖିବେ । ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଏହି ଅଧିବେଶନକୁ ପରିଚାଳନା କରିବେ ।

ଆସନ୍ତାକାଲିର ଶେଷ ଅଧିବେଶନ ୪ଟା ୧୫ମିନିଟରେ ଆରମ୍ଭ ହେବ ଓ ଏଥିରେ ଅଭିଯୋଗର ସମାଧାନ ଓ ସରକାରୀ ସେବା ପ୍ରଦାନ ପ୍ରସଙ୍ଗରେ ଜିଲ୍ଲାପାଳମାନଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅବଗତ କରାଇବେ । ମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲାପାଳମାନେ ଗ୍ରୁଫ୍ ଫଟୋ ଉଠାଇବେ ।

ରାତିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାପାଳମାନେ ରାତ୍ରିଭୋଜନ କରିବେ ।

ଦ୍ୱିତୀୟ ଦିନ ଅର୍ଥାତ୍ ୨୮ତାରିଖ ସକାଳ ସାଢ଼େ ୯ଟାରେ ଜିଲ୍ଲା ଏସପି ସମ୍ମିଳନୀ ଅନୁଷ୍ଠିତ ହେବ । ପୁଲିସ ଡିଜି ୱାଇବି ଖୁରାନିଆ ସ୍ୱାଗତ ଅଭିଭାଷଣ ରଖିବେ । ମୁଖ୍ୟ ସଚିବ ମନୋଜ ଆହୁଜା ସମ୍ମିଳନୀ ସମ୍ପର୍କରେ ସମ୍ୟକ ସୂଚନା ଦେବାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରାୟ ୨୫ମିନିଟ୍ ଧରି ଏସପିମାନଙ୍କୁ ଗୁରୁମନ୍ତ୍ର ଦେବେ ।

ଜିଲ୍ଲା ଏସପିମାନଙ୍କ ପାଇଁ ୧୦ଟା ୪୫ମିନିଟରୁ ୪ଟି ଅଧିବେଶନ ଆୟୋଜନ କରାଯାଇଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ସରକାରଙ୍କ ଆଭିମୁଖ୍ୟ ସଂକ୍ରାନ୍ତରେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରାୟ ୪୫ମିନିଟ୍ ଧରି ମତାମତ ସହ ରିପୋର୍ଟ ଉପସ୍ଥାପନ କରିବେ ।

ସେହିପରି ସାଢ଼େ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ମାଓବାଦୀ ସମସ୍ୟା ଓ ଉପକୂଳ ସୁରକ୍ଷା ପ୍ରସଙ୍ଗରେ ୩୦ମିନିଟର ଅଧିବେଶନରେ ରାଜ୍ୟ ପୁଲିସ ଅତିରିକ୍ତ ଡିଜି(ଅପରେସନ) ମତାମତ ରଖିବେ ।

୧୨ଟାରେ ‘ରାଜ୍ୟରେ ମହିଳା ସୁରକ୍ଷାକୁ ନେଇ ଜିରୋ ଟଲେରାନ୍ସ ’ ନୀତି ପ୍ରସଙ୍ଗରେ ଆଲୋଚନା ହେବ । ଏଥିରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ଓ ଆଇଜି(କ୍ରାଇମ) ପ୍ରାୟ ୪୫ମିନିଟ୍ ଧରି ବିଭିନ୍ନ ରିପୋର୍ଟ ଓ ମତ ଉପସ୍ଥାପନ କରିବେ ।

ସେହିପରି ୧୨ଟା ୪୫ମିନିଟରେ ରାଜ୍ୟରେ ନିଶା କାରବାର ମୁକାବିଲା ପ୍ରସଙ୍ଗରେ ୪୫ମିନିଟ୍ ଧରି ଆଲୋଚନା ହେବ । ଯେଉଁଥିରେ ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଆଇଜି ରିପୋର୍ଟ ଉପସ୍ଥାପନ କରି ପୁଲିସ ଏସପିମାନଙ୍କୁ ମାର୍ଗଦର୍ଶନ କରିବେ ।

ଏହାପରେ ମୁଖ୍ୟସଚିବ ଓ ମୁଖ୍ୟମନ୍ତ୍ରୀ ଉଦଯାପନୀ ଅଭିଭାଷଣ ଦେବେ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ଏହି ଦୁଇଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଲୋକଙ୍କ ସମସ୍ୟା ସଂକ୍ରାନ୍ତରେ ଓଡ଼ିଶା ସରକାରଙ୍କ ବିକାଶର ରୋଡମ୍ୟାପ ସଂକ୍ରାନ୍ତରେ ସବୁ ଜିଲ୍ଲାପାଳ,ଏସପି ଓ ଉପରିସ୍ଥ ଅଫିସରମାନଙ୍କ ସହ ବୈଠକ କରାଯିବ । ସରକାରଙ୍କ ବିଭିନ୍ନ ଯୋଜନାର କ୍ରିୟାନ୍ୱୟନ ଉପରେ ବିସ୍ତୃତ ଆଲୋଚନା, ପ୍ରଶାସନକୁ ଲୋକାଭିମୁଖୀ କରିବା, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ସମାଜର ଶେଷଧାଡ଼ିର ଲୋକ ପାଖରେ ପହଂଚାଇବା ଆଦିକୁ ନେଇ ଅଫିସରମାନଙ୍କୁ ସରକାର ଗୁରୁମନ୍ତ୍ର ଦେବେ । ଆଇନ ପ୍ରତି ଭୟ ଓ ଲୋକଙ୍କ ପ୍ରତି ମମତା ହିଁ ଆସନ୍ତାକାଲିର ଜିଲ୍ଲାପାଳ ବୈଠକର ମୂଳ ମନ୍ତ୍ର ବୋଲି ଶ୍ରୀ ପୂଜାରୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story