Advertisment

୧୧ ବିଧାୟକ, ୧୯ ମନ୍ତ୍ରୀଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୩ ମାସର ବ୍ୟବଧାନ ପରେ ରାଜ୍ୟ ସରକାର ଜିଲ୍ଲା ଯୋଜନା କମିଟିଗୁଡ଼ିକର ପୁର୍ନଗଠନ କରିଛନ୍ତି। ୧୧ ବିଧାୟକ ଓ ୧୯ ମନ୍ତ୍ରୀଙ୍କୁ ସମସ୍ତ ୩୦ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସରକାର ଦଳୀୟ  ସଙ୍ଗଠନକୁ ସୁହାଇଲା ଭଳି  ବିଧାୟକ ଓ ମନ୍ତ୍ରୀଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ୧୧ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ ବିଧାୟକଙ୍କୁ ଥଇଥାନ କରି ସିଧାସଳଖ ସେମାନଙ୍କୁ […]

author-image
Ordigital Desk
୩୦ ବରିଷ୍ଠ ଆଇଏଏସଙ୍କୁ ଜିଲ୍ଲା ଦାୟିତ୍ୱ: ତଦାରଖ କରିବେ, ସମାଧାନ ଖୋଜିବେ

Lokaseba Bhaban

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୩ ମାସର ବ୍ୟବଧାନ ପରେ ରାଜ୍ୟ ସରକାର ଜିଲ୍ଲା ଯୋଜନା କମିଟିଗୁଡ଼ିକର ପୁର୍ନଗଠନ କରିଛନ୍ତି। ୧୧ ବିଧାୟକ ଓ ୧୯ ମନ୍ତ୍ରୀଙ୍କୁ ସମସ୍ତ ୩୦ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସରକାର ଦଳୀୟ  ସଙ୍ଗଠନକୁ ସୁହାଇଲା ଭଳି  ବିଧାୟକ ଓ ମନ୍ତ୍ରୀଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ୧୧ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ ବିଧାୟକଙ୍କୁ ଥଇଥାନ କରି ସିଧାସଳଖ ସେମାନଙ୍କୁ ପୁରସ୍କୃତ କରିଛନ୍ତି। ଅବଶ୍ୟ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ବାଦ ଦେଲେ ପୂର୍ବରୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦା୍ରିତ୍ୱ ତୁଲାଉଥିବା ବିଧାୟକଙ୍କୁ ପୁଣି ଥରେ ସୁଯୋଗ ମିଳିଛି। ଏହି ବିଧାୟକମାନେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଡ଼ଗ ପାଇବେ ବୋଲି ଜଣାଯାଇଛି।

Advertisment

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ବିଧାୟକ ଅନନ୍ତ ଦାସ ବାଲେଶ୍ୱର ଜିଲ୍ଲା ଯୋଜନା କମିଟି ଭାବେ ଥଇଥାନ ହୋଇଥିବା ବେଳେ ବିଧାୟକ ଦେବେଶ ଆଚାର୍ଯ୍ୟ-ବରଗଡ଼, ବିଧାୟକ ବ୍ୟୋମକେଶ ରାୟ-ଭଦ୍ରକ, ବିଧାୟକ-ମହିଧର ରଣା-ବୌଦ୍ଧ, ବିଧାୟକ ପ୍ରମୋଦ ମଲ୍ଲିକ-କଟକ, ବିଧାୟକ ଜଗନ୍ନାଥ ନାୟକ-କେନ୍ଦୁଝର, ବିଧାୟକ ରାଜେନ୍ଦ୍ର ସାହୁ- ଖୋର୍ଦ୍ଧା, ବିଧାୟକ ରଘୁରାମ ପୋଡ଼ାଲ-କୋରାପୁଟ, ବିଧାୟକ ମନୋହର ରାନ୍ଧାରୀ-ନବରଙ୍ଗପୁର, ବିଧାୟକ ସତ୍ୟନାରାୟଣ ପ୍ରଧାନ-ନୟାଗଡ଼, ବିଧାୟକ ଶାରଦା ନାୟକ-ସୁନ୍ଦରଗଡ଼ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇବେ  । ଶ୍ରୀ ରନ୍ଧାରୀ ଓ ରାଜେନ୍ଦ୍ର ସାହୁଙ୍କୁ ନୂତୀ ଭାବେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଛି।

ସେହିପରି ମନ୍ତ୍ରୀ ଅଶୋକ ପଣ୍ଡା- ଅନୁଗୋଳ, ମନ୍ତ୍ରୀ ରୋହିତ ପୂଜାରୀ-ବଲାଙ୍ଗିର, ରାଜେନ୍ଦ୍ର ଢୋଲକିଆ- ଦେବଗଡ଼, ବାସନ୍ତି ହେମ୍ବ୍ରମ-ଢେଙ୍କାନାଳ, ଜଗନ୍ନାଥ ସାରକା-ଗଜପତି, ପ୍ରଫୁଲ ମଲ୍ଲିକ- ଗଞ୍ଜାମ, ପ୍ରମିଳା ମଲ୍ଲିକ- ଜଗତସିଂହପୁର, ସମୀର ଦାଶ- ଯାଜପୁର, ପ୍ରିତୀରଞ୍ଜନ ଘଡେଇ- ଝାରସୁଗୁଡ଼ା, ନବ ଦାସ- କଳାହାଣ୍ଡି, ଶ୍ରୀକାନ୍ତ ସାହୁ-କନ୍ଧମାଳ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ-କେନ୍ଦ୍ରାପଡ଼ା,  ତୁଷାରକାନ୍ତି ବେହେରା-ମାଲକାନିଗିରି, ଅଶ୍ୱୀନି ପାତ୍ର- ମୟୂରଭଞ୍ଜ, ଟୁକୁନି ସାହୁ- ନୂଆପଡ଼ା, ନୀରଞ୍ଜନ ପୂଜାରୀ-ପୁରୀ, ଅତନୁ ସବ୍ୟସାଚୀ ନାୟକ-ରାୟଗଡ଼ା, ପ୍ରତାପ କେଶରୀ ଦେ ସମ୍ବଲପୁର ଓ ପ୍ରଦୀପ ଅମାତଙ୍କୁ ସୋନପୁର ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି।

Advertisment