Advertisment

ବଞ୍ଚିଛନ୍ତି ଦିବ୍ୟା ସ୍ପନ୍ଦନା, କିନ୍ତୁ ଭାଇରାଲ ହେଲା ମୃତ୍ୟୁ ଖବର

ଏବେ ଅନେକ ଗଣମାଧ୍ୟମ କଂଗ୍ରେସ ନେତ୍ରୀ ଦିବ୍ୟାଙ୍କ ମୃତ୍ୟୁ ଖବର ଗୁଜବ ବୋଲି କହିଛନ୍ତି। କଂଗ୍ରେସ ନେତ୍ରୀ ଦିବ୍ୟା ସଂପୂର୍ଣ୍ଣ ଠିକ ଅଛନ୍ତି ଓ ସେ ଜେନେଭା ଟୁରରେ ଯାଇଥିବା କଂଗ୍ରେସ କହିଛି।

author-image
Hemant Lenka
Divya Spandana

Divya Spandana

ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଦିବ୍ୟା ସ୍ପନ୍ଦନା ଓରଫ ରାମ୍ୟାଙ୍କ ମୃତ୍ୟୁ ଖବର ଆଜି ସକାଳୁ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ତାମିଲ ନ୍ୟୁଜ ଚ୍ୟାନେଲ ମଧ୍ୟ ଦିବ୍ୟା ସ୍ପନ୍ଦନଙ୍କ ଦେହାନ୍ତ ହୋଇଥିବା ଖବର ପ୍ରସାରଣ କରିଛନ୍ତି।

Advertisment

ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଏବେ ଅନେକ ଗଣମାଧ୍ୟମ କଂଗ୍ରେସ ନେତ୍ରୀ ଦିବ୍ୟାଙ୍କ ମୃତ୍ୟୁ ଖବର ଗୁଜବ ବୋଲି କହିଛନ୍ତି। କଂଗ୍ରେସ ନେତ୍ରୀ ଦିବ୍ୟା ସଂପୂର୍ଣ୍ଣ ଠିକ ଅଛନ୍ତି ଓ ସେ ଜେନେଭା ଟୁରରେ ଯାଇଥିବା କଂଗ୍ରେସ କହିଛି। 

ହଠାତ୍‌ ଆଜି ସକାଳୁ ଦିବ୍ୟା ସ୍ପନ୍ଦନ ସୋଶାଲ ମିଡିଆ ସାଇଟ ଏକ୍ସରେ ଟ୍ରେଣ୍ଡ କରିବାରେ ଲାଗିଥିଲେ। ଅନେକ ଲୋକ ଦିବ୍ୟାଙ୍କ ଅକଳା ବିୟୋଗରେ ଶୋକ ପ୍ରକାଶ କରିଥିଲେ। ଖବର ଭାଇରାଲ ହେବା ପରେ ସମସ୍ତେ ଏଥିରେ ସତ୍ୟତା ଜାଣିବାକୁ ଚେଷ୍ଟା କରିଥିଲେ।

Advertisment

ଶେଷରେ କଂଗ୍ରେସ ଆଇଟି ସେଲ ଅଧ୍ୟକ୍ଷ ଥିରୁ କେଟି ଲକ୍ଷ୍ମୀ କେ ପୂରା ଖବରକୁ ଗୁଜବ ବୋଲି କହିଥିଲେ। ସେ କହିଛନ୍ତି, “ଆମ ସୋଶାଲ ମିଡିଆର ପୂର୍ବତନ ଅଧ୍ୟକ୍ଷ ଦିବ୍ୟା ସ୍ପନ୍ଦନା ସଂପୂର୍ଣ୍ଣ ଭାବେ ଠିକ ଅଛନ୍ତି। ଗୁଜବକାରୀ ଓ କିଛି ଟିଭି ଚ୍ୟାନେଲର ରିପୋର୍ଟ ୧୦୦% ଭୁଲ।”

ଏହାପୂର୍ବରୁ ଜଣେ ସାମ୍ବାଦିକ ମଧ୍ୟ ଦିବ୍ୟାଙ୍କ ମୃତ୍ୟୁ ଖବରକୁ ଗୁଜବ ବୋଲି କହିଥିଲେ। ଧ୍ୟାନ୍ୟା ରାଜେନ୍ଦ୍ରନ କହିଥିଲେ, “ଏବେ ହିଁ ଦିବ୍ୟାଙ୍କ ସହ କଥା ହୋଇଛି। ସେ ଜେନେଭାରେ ଅଛନ୍ତି ଓ ଫୋନ ଆସିବା ଯାଏ ସେଠାରେ ସେ ଶାନ୍ତିରେ ଶୋଇଥିଲେ। ଏପରି ଟ୍ୱିଟ କରିଥିବା ବ୍ୟକ୍ତି ଓ ଖବର ପ୍ରସାରଣ କରିଥିବା ସଂସ୍ଥାଗୁଡ଼ିକ ଲଜ୍ଜା ଲାଗିବା କଥା।”

ତାଙ୍କ କହିବା କଥା ଭାରତରେ ବୁଧବାର ସକାଳୁ ଦିବ୍ୟାଙ୍କ ମୃତ୍ୟୁ ଖବର ଭାଇରାଲ ହେଉଥିଲେ ହେଁ ସେ ଏବିଷୟରେ କିଛି ବି ଜାଣି ନଥିବା ଫୋନରେ ଧ୍ୟାନ୍ୟାଙ୍କୁ କହିଛନ୍ତି।

କନ୍ନଡ ଅଭିନେତ୍ରୀ ଦିବ୍ୟା ସ୍ପନ୍ଦନ ୨୦୧୨ରେ ଯୁବ କଂଗ୍ରେସରେ ସାମିଲ ହୋଇଥିଲା। ସେ କଂଗ୍ରେସର ସୋଶାଲ ମିଡିଆ ମୁଖ୍ୟ ରହିଥିଲେ। କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ସୋଶାଲ ମିଡିଆରେ ଅଧିକ ପରିଚିତ କରାଇବା ପଛରେ ମଧ୍ୟ ଦିବ୍ୟା ରହିଛନ୍ତି। ତେବେ ୨୦୧୮ରେ ସେ କଂଗ୍ରେସ ପକ୍ଷରୁ ମିଳିଥିବା ପଦକୁ ଛାଡ଼ି ଦେଇଥିଲେ। ତଥାପି ସେ ଏବେ ବି କଂଗ୍ରେସରେ ଅଛନ୍ତି।

Congress