Advertisment

ବାଜି ମାରିଲେ ବିଜେପିର ଦିୟା କୁମାରୀ ଓ ବସୁନ୍ଧରା ରାଜେ

ଦିୟା କୁମାରୀ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ରହିଛନ୍ତି।

Raje

Raje

Advertisment

ସାଂସଦ ଥିବା ସତ୍ତ୍ୱେ ବିଜେପି ଟିକେଟରୁ ବିଧାନସଭା ନିର୍ବାଚନ ଲଢ଼ୁଥିବା ଦିୟା କୁମାରୀ ବାଜିମାତ କରିଛନ୍ତି। ଦଳ ତାଙ୍କୁ ରାଜସ୍ଥାନର ବିଦ୍ୟାଧର ନଗରରୁ ପ୍ରାର୍ଥୀ କରିଥିଲେ। ସେ ଦଳ ଏଠାରେ ଆଦୌ ନିରାଶ କରି ନାହାନ୍ତି। ସେ ଏଠାରେ ୧,୫୮,୫୧୬ ଖଣ୍ଡ ଭୋଟ ପାଇଛନ୍ତି।

Advertisment

ଦିୟା କୁମାରୀ କଂଗ୍ରେସର ସୀତାରାମ ଅଗ୍ରୱାଲଙ୍କୁ ୭୧,୩୬୮ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି। ରାଜ ପରିବାରରୁ ଆସୁଥିବା ଦିୟା କୁମାରୀ ବିଜେପିର ବିଜୟ ନେଇ ଆରମ୍ଭରୁ ହିଁ ଦମ୍ଭୋକ୍ତି କରି ଆସିଥିଲେ। ଏବେ ବିଜେପି ମଧ୍ୟ ରାଜସ୍ଥାନରେ ସରକାର ଗଠନ କରିବାକୁ ଯାଉଛି। ବିଜେପି ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ନିର୍ବାଚନ ଲଢ଼ୁଥିଲା। ତେଣୁ ଦିୟା କୁମାରୀ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ରହିଛନ୍ତି।

ଅନ୍ୟପଟେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ବସୁନ୍ଧରା ରାଜେଙ୍କ ମଧ୍ୟ ଝାଲରାପଟନମ ଆସନରୁ ବିଜୟୀ ହୋଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀଙ୍କୁ ୫୩,୧୯୩ ଖଣ୍ଡ ଭୋଟରେ ହରାଇଛନ୍ତି। ବସୁନ୍ଧରାଙ୍କୁ ମୋଟ ୧,୩୮,୮୩୧ ଖଣ୍ଡ ଭୋଟ ମିଳିଛି।

Advertisment

ଏହାବାଦ ବିଜେପି ଏଯାଏ ରାଜସ୍ଥାନର ୧୯୯ ବିଧାନସଭା ଆସନରୁ ୩୭ଟିରେ ଜିତି ସାରିଥିବା ବେଳେ ୭୯ଟିରେ ଲିଡ କରୁଛି। କଂଗ୍ରେସ ୨୩ଟିରେ ଜିତିଛି ଓ ୪୫ଟିରେ ଆଗରେ ରହିଛି। ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୦୦।

Election Results Rajasthan Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe