Advertisment

ଭୋଟ ଦେଲେ ପାଣି ମିଳିବ କହିବାରୁ ଡିକେ ଶିବକୁମାରଙ୍କ ନାଁରେ ମାମଲା

ଗ୍ରାମୀଣ ବେଙ୍ଗାଲୁରୁର ଡିକେ ସୁରେଶ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି। ସୁରେଶ ହେଉଛନ୍ତି ଶିବକୁମାରଙ୍କ ଭାଇ।

D. K. Shivakumar

D. K. Shivakumar

Advertisment

କର୍ଣ୍ଣାଟକା ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଅଡ଼ୁଆ ବଢ଼ିଛି। ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ କରାଯାଇଛି। କଂଗ୍ରେସ ପାଇଁ ବେଙ୍ଗାଲୁରୁରେ ପ୍ରଚାର କରିବା ବେଳେ ପାଣି ବଦଳରେ ଭୋଟ ଦେବାକୁ ସେ ଲୋକଙ୍କୁ କହିଥିବା ଗୋଟିଏ ଭିଡିଓ ସାମ୍ନାକୁ ଆସିଛି।

Advertisment

ଗ୍ରାମୀଣ ବେଙ୍ଗାଲୁରୁର ଡିକେ ସୁରେଶ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି। ସୁରେଶ ହେଉଛନ୍ତି ଶିବକୁମାରଙ୍କ ଭାଇ। ତାଙ୍କ ପାଇଁ ପ୍ରଚାର କରିବା ବେଳେ ଶିବକୁମାର କହିଥିଲେ ଯେ ଯଦି ଲୋକମାନେ ଡିକେ ସୁରେଶଙ୍କୁ ଭୋଟ ଦେବେ, ତା’ହେଲେ କାବେରୀ ନଦୀରୁ ପାଣି ସମସ୍ତଙ୍କୁ ଯୋଗାଇ ଦିଆଯିବ।

ଏହାର ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ଶିବକୁମାରଙ୍କ ଭାଷଣ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘଦ କରୁଛି। ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ସେ ଖୋଲାଖୋଲି ଭାବେ ଲାଞ୍ଚ କାରବାର କଥା କହୁଥିବାରୁ ତାଙ୍କ ବିରୋଧରେ ପୁଲିସ୍‌ରେ ମାମଲା କରାଯାଇଛି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଶିବକୁମାର ସ୍ପଷ୍ଟ ଭାବେ ଗୋଟିଏ ହାଉସିଂ ସୋସାଇଟିକୁ କହୁଛନ୍ତି ଯେ “ମୁଁ ଏଠାରେ ଗୋଟିଏ ବିଜନେସ ମିଟିଂ ପାଇଁ ଆସିଛି। ଆପଣମାନେ କାବେରୀ ପାଣି ଚାହୁଁଛନ୍ତି। ବାକି ସବୁ ପ୍ରସଙ୍ଗ ଛୋଟ। ଯଦି ମୁଁ ପାଣି ଯୋଗାଇ ଦେବି, ତା’ହେଲେ ଆପଣମାନେ ମୋ ପାଇଁ କ’ଣ କରିବେ? ମୁଁ କମିଶନରଙ୍କ ସହ ଏ ପ୍ରସଙ୍ଗରେ କଥା ହୋଇଛି।

କ’ଣ କରାଯାଇ ପାରିବ ମୁଁ ତାଙ୍କୁ ପଚାରିଛି। ମୁଁ ଶେୟାରିଂ ଓ କେୟାରିଂରେ ବିଶ୍ୱାସ କରେ। ଆପଣମାନେ ମୋ ଉପରେ ବିଶ୍ୱାସ ଦେଖାଇଲେ ମୁଁ ମଧ୍ୟ ଆପଣଙ୍କ କଥା ବୁଝିବି। ଆପଣମାନେ ପ୍ରାର୍ଥୀଙ୍କ ପାଇଁ ନୁହେଁ, ବୁଥ ଅନୁସାରେ ଭୋଟ ଦେଉଛନ୍ତି। ମୁଁ ଉପ ମୁଖ୍ୟମନ୍ତ୍ରୀ। ବିଡିଏ, ବେଙ୍ଗାଲୁରୁ ଓ ପାଣି ମନ୍ତ୍ରୀ। ମୁଁ ଆଜି ଏଠାକୁ ଆସିଛି। ଆପଣଙ୍କ ପକେଟରେ ସବୁ କିଛି ଅଛି। ମୁଁ ଆପଣଙ୍କ ଘରୁ ଆସିଛି। ମୋର ବ୍ୟବହାର କରନ୍ତୁ ଓ ମୋ ସପକ୍ଷରେ ଭୋଟ ଦିଅନ୍ତୁ। ୨ରୁ ୩ ମାସ ମଧ୍ୟରେ ଆପଣମାନଙ୍କୁ ସବୁ ସମସ୍ୟାର ସମାଧାନ ମୁଁ କରିଦେବି।”

ଦୀର୍ଘ ୨ ମାସ ହେଲାଣି ବେଙ୍ଗାଲୁରୁବାସୀ ପାଣି ସଙ୍କଟର ସମ୍ମୁଖୀନ ହେଉଛନ୍ତି। ବେଙ୍ଗାଲୁରୁକୁ କାବେରୀ ଓ ଭୂତଳ ଜଳ ମିଳିଥାଏ। ରିସାଇକେଲ ପ୍ରକ୍ରିୟା ଦ୍ୱାରା ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯାଏ। କିନ୍ତୁ ବର୍ଷାର ଅଭାବ ଯୋଗୁ ପାଣିର ସଙ୍କଟ ଦେଖିବାକୁ ମିଳିଛି।

ଏବେ ଡିକେ ଶିବକୁମାର କାବେରୀ ପାଣି ପାଇଁ ଲୋକଙ୍କ ଆଗରେ ଭୋଟ ଦେବାକୁ ସର୍ତ୍ତ ରଖିଛନ୍ତି। କର୍ଣ୍ଣାଟକାରେ ଆସନ୍ତା ଏପ୍ରିଲ ୨୬ ଓ ମେ’ ୭ରେ ଦୁଇଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ।

Congress Karnataka DK Shivakumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe