Advertisment

'ହିନ୍ଦୀ ଭାଷା କହୁଥିବା ଲୋକେ ତାମିଲନାଡୁରେ ଟାଏଲେଟ୍‌ ସଫା କରୁଛନ୍ତି'

ଡିଏମ୍‌କେ ନେତାଙ୍କ ଏହି ବିବାଦୀୟ ବୟାନ ଉତ୍ତର ବନାମ ଦକ୍ଷିଣ ବିତର୍କ ନିଆଁରେ ଘିଅ ଢ଼ାଳିବା ଭଳି କାମ କରିଛି।

dmk-mp-dayanidhi-maran

dmk-mp-dayanidhi-maran

Advertisment

ଉତ୍ତର ବନାମ ଦକ୍ଷିଣ। ହିନ୍ଦୀ ଭାଷା କହୁଥିବା ଲୋକଙ୍କୁ ଦକ୍ଷିଣ ଭାରତରେ କରାଯାଉଛି ଅପମାନ। ବିଶେଷ କରି ସେଠାକାର ସାଧାରଣ ଲୋକେ ଏଭଳି ଅପମାନ କରିଥାନ୍ତି। କିନ୍ତୁ ଏବେ ଏଥିରେ ନେତା ମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ତାମିଲନାଡୁରୁ ଏଭଳି ଏକ ମାମଲା ଏବେ ସାମ୍ନାକୁ ଆସିଛି। ଜଣେ ଡିଏମକେ ସାଂସଦ ହିନ୍ଦୀ ଭାଷା କହୁଥିବା ଲୋକଙ୍କୁ ଅପମାନ କରିଛନ୍ତି। ସେ ତାଙ୍କ ବିରୋଧରେ ଦେଇଛନ୍ତି ବିବାଦୀୟ ବୟାନ।

Advertisment

'ୟୁପି ଓ ବିହାରର ହିନ୍ଦୀ ଭାଷାଭାଷୀ ଲୋକମାନେ ଆମ ରାଜ୍ୟ ତଥା ତାମିଲନାଡୁରେ ଶୌଚାଳୟ ଓ ରାସ୍ତା ସଫା କରୁଛନ୍ତି। ସେମାନେ କେବଳ ହିନ୍ଦୀ ଶିଖନ୍ତି। ସେମାନଙ୍କୁ ଇଂରାଜୀ କହି ଆସେନି। ଯେଉଁମାନେ ଇଂରାଜୀ ଶିକ୍ଷନ୍ତି ସେମାନେ ଆଇଟି କମ୍ପାନୀରେ ଭଲ ଚାକିରି କରନ୍ତି।' ନିକଟରେ ଏକ ସଭାରେ ଯୋଗ ଦେଇ ଡିଏମ୍‌କେ ସାଂସଦ ଦୟାନିଧି ମାରାନ ଏଭଳି କିଛି ବିବାଦୀୟ ବୟାନ ଦେଇଛନ୍ତି, ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ନେଇ ଏବେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଡିଏମ୍‌କେ ନେତାଙ୍କ ଏହି ବିବାଦୀୟ ବୟାନ ଉତ୍ତର ବନାମ ଦକ୍ଷିଣ ବିତର୍କ ନିଆଁରେ ଘିଅ ଢ଼ାଳିବା ଭଳି କାମ କରିଛି। ଏହି ମନ୍ତବ୍ୟକୁ ନେଇ ବିଜେପି ଆକ୍ରମଣାତ୍ମକ ହୋଇପଡିଛି।

କିଛି ଦିନ ପୂର୍ବରୁ ଦିଲ୍ଲୀରେ ଇଣ୍ଡିଆର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଅନେକ ବିରୋଧୀ ଦଳ ଅଂଶଗ୍ରହଣ କରିଥିଲେ। ଏହି ସମୟରେ, ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ଡିଏମକେ ନେତାଙ୍କ ମନ୍ତବ୍ୟରେ ବିରୋଧୀ ମେଣ୍ଟରେ ଫାଟ ସୃଷ୍ଟି କରିଛି। ଏହି ପ୍ରସଙ୍ଗରେ ବିଜେପି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ନେତା ଲାଲୁ ଯାଦବଙ୍କୁ ପ୍ରଶ୍ନ କରିଛି। ବିଜେପି କହିଛି ଦୟାନିଧି ମାରାନଙ୍କ ବିବୃତ୍ତି ୟୁପି ଏବଂ ବିହାର ଭଳି ହିନ୍ଦୀ ଭାଷାଭାଷୀ ରାଜ୍ୟକୁ ଅପମାନିତ କରିଛି। ବର୍ତ୍ତମାନ ତାଙ୍କର ସହଯୋଗୀମାନେ ଏହା ଉପରେ କ'ଣ ପ୍ରତିକ୍ରିୟା ଦେବେ?

Advertisment

ସେହିପରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, 'ନୀତୀଶ କୁମାର ଏବଂ ଲାଲୁ ଯାଦବ ହିନ୍ଦୀ ଭାଷାଭାଷୀ ଲୋକମାନଙ୍କ ଉପରେ ସେମାନଙ୍କର ମିଳିତ ସହଯୋଗୀଙ୍କ ମତ ସହିତ ସହମତ କି? ସେମାନେ ଏହା ସ୍ପଷ୍ଟ କରିବା ଉଚିତ ଡିଏମକେ ଏବଂ ଇଣ୍ଡିଆ ବ୍ଲକ ହିନ୍ଦୀ ଭାଷାଭାଷୀ ଲୋକମାନଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ। କାହିଁକି ସେମାନଙ୍କ ମନରେ ଏତେ ଘୃଣା ଅଛି ? ବୋଲି ସେ ପ୍ରଶ୍ନ କରିଛନ୍ତି।

DMK DKM MP Bjp Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe