Advertisment

'ଗୋମୂତ୍ର' ବୟାନକୁ ନେଇ ବଢ଼ିଲା ବିବାଦ, କ୍ଷମା ମାଗିଲେ ଡିଏମ୍‌କେ ସାଂସଦ

ବୁଧବାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ମାତ୍ରେ ସାଂସଦ ସେନ୍ଥିଲକୁମାରଙ୍କ ଏହି ବୟାନକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା।

Senthil Kumar

Senthil Kumar

Advertisment

ହିନ୍ଦୀ ହାର୍ଟ ଲ୍ୟାଣ୍ଡ ରାଜ୍ୟକୁ ଗୋମୂତ୍ର ରାଜ୍ୟ କହି ପରିହାସ କଲେ। ବିବାଦ ବଢ଼ିବା ପରେ ଏବେ କ୍ଷମା ମାଗିଲେ। ବୁଧବାର ସଂସଦରେ ଡିଏମ୍‌କେ ସାଂସଦ ସେନ୍ଥିଲକୁମାର ନିଜ ଦେଇଥିବା ବୟାନକୁ ଫେରାଇ ନେଇଛନ୍ତି। ଏଥିସହ ସମସ୍ତଙ୍କ ସାମ୍ନାରେ ସେ କ୍ଷମା ମାଗିଛନ୍ତି।

Advertisment

ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିପୁଳ ବିଜୟ ପରେ ଗତକାଲି ଲୋକସଭାରେ ଡିଏମ୍‌କେ ସାଂସଦ ଏସ୍‌ ସେନ୍ଥିଲ କୁମାର ବିଜେପିକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ବିଜେପିର ନିର୍ବାଚନ ଜିତିବା ଶକ୍ତି କେବଳ ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟଗୁଡ଼ିକରେ ଅବା ଗୋମୂତ୍ର ରାଜ୍ୟଗୁଡ଼ିକରେ ସୀମିତ। ଏହି ବୟାନକୁ ନେଇ ବିବାଦ ଉପୁଜି ଥିଲା।

ବୁଧବାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ମାତ୍ରେ ସେନ୍ଥିଲକୁମାରଙ୍କ ଏହି ବୟାନକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା। ବିଜେପି ସାଂସଦମାନେ ଏହାକୁ ବିରୋଧ କରିବା ସହ ସଂସଦରେ ନାରାବାଜୀ କରିଥିଲେ। ଏହି ବୟାନକୁ ନେଇ ବିଜେପି କଂଗ୍ରେସ ଉପରେ ମଧ୍ୟ ଟାର୍ଗେଟ୍ କରିଥିଲା। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହା ସନାତନ ଧର୍ମ ପ୍ରତି ଅପମାନ ବୋଲି କହି କ୍ଷମା ଦାବି କରିଥିଲେ।

Advertisment

ଗୃହରେ ପ୍ରବଳ ହଟ୍ଟଗୋଳ ପରେ ଡିଏମ୍‌କେ ସାଂସଦ ନିଜ ବୟାନକୁ ନେଇ କ୍ଷମା ମାଗିଛନ୍ତି। ସେ କହିଛନ୍ତି, 'ଯଦି ମୁଁ ଦେଇଥିବା ବୟାନ ଲାଗି କାହା ଭାବନାକୁ ଆଘାତ ଲାଗିଥାଏ ତେବେ ମୋତେ କ୍ଷମା କରିଦିଅନ୍ତୁ। ଏଥିପାଇଁ ମୁଁ ଦୁଃଖିତ। ମୁଁ ଦେଇଥିବା ବୟାନକୁ ଫେରାଇ ନେଉଛି। ସେହି ଶବ୍ଦଗୁଡିକୁ ହଟାଇବାକୁ ମୁଁ ଅନୁରୋଧ କରୁଛି।'

ଉଲ୍ଲେଖଯୋଗ୍ୟ, ୫ ରାଜ୍ୟର ନିର୍ବାଚନ ଫଳାଫଳ ବାହାରିବା ପରେ ଡିଏମ୍‌କେ ସାଂସଦଙ୍କ ଏଭଳି ବୟାନ ସାମ୍ନାକୁ ଆସିଥିଲା। ଉତ୍ତର ଓ ଦକ୍ଷିଣରେ ରାଜନୈତିକ ଟ୍ରେଣ୍ଡ ଯୋଗୁ ଲାଗି ରହିଥିବା ବିବାଦ ମଧ୍ୟରେ ସେ 'ଗୋମୂତ୍ର' ବୟାନ ଦେଇ ନିଆଁରେ ଘିଅ ଢ଼ାଳିବା ଭଳି କାମ କରିଥିଲେ।

Bjp Gaumutra Belt Statement DMK MP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe