Advertisment

ଓଡ଼ିଶାରେ ବିରୋଧୀ ଦଳ ନିଷ୍ପ୍ରଭ କି: ଗୁମର ଖୋଲିଲେ ସୌମ୍ୟ ଓ ଗମାଙ୍ଗ

‘ଓଡ଼ିଶାରେ ଯେତିକି ପାର୍ଟି ଅଛନ୍ତି, ସେସବୁର ସଭାପତି ହେଉଛନ୍ତି ନବୀନ ପଟ୍ଟନାୟକ। ସେ ଅଲ ପାର୍ଟି ପ୍ରେସିଡେଣ୍ଟ।’

ଅଦ୍ୟତନ ହୋଇଛି
Soumya Patnaik and Shishir Gamanga

Soumya Patnaik and Shishir Gamanga

Advertisment

ରାଜ୍ୟରେ ଶାସକ ବିଜେଡିକୁ କାହିଁକି କ୍ରମାଗତ ନିର୍ବାଚନୀ ସଫଳତା ମିଳୁଛି? ବିଜେଡି ସରକାର ବିରୁଦ୍ଧରେ ଦୁର୍ନୀତି, ମହିଳା ହିଂସା ଆଦି ମାଳମାଳ ଅଭିଯୋଗ ପରେ ବି ବିରୋଧୀ ଦଳଗୁଡ଼ିକ କାହିଁକି ସରକାରୀବିରୋଧୀ ହାୱାକୁ ନିଜ ସପକ୍ଷରେ ନେଇପାରୁନାହାନ୍ତି? ବାମଦଳ, ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି ଭଳି ଏକାଧିକ ରାଜନୀତିକ ଦଳ କାହିଁକି ରାଜ୍ୟରେ ନିଜର ଅସ୍ତିତ୍ୱ ହରାଇବାକୁ ବସିଛନ୍ତି? ବିଜେଡି ସରକାର ବିରୋଧରେ ତୃଣମୂଳସ୍ତରରେ ନିଜସ୍ୱ ସଂଗଠନକୁ ସୁଦୃଢ଼ କରିବାରେ କାହିଁକି ବିଜେପି ଓ କଂଗ୍ରେସ ସଫଳ ହୋଇପାରିନାହାନ୍ତି? ଶାସକ ବିଜେଡିର ବିକଳ୍ପ ଓଡ଼ିଶାରେ କିଏ?- ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ଆଉ ମାତ୍ର ୧୨-୧୩ମାସ ଥିବାବେଳେ ସାଧାରଣ ଲୋକଙ୍କ ମନରେ ଏଭଳି ପ୍ରଶ୍ନସବୁ ଉଙ୍କିମାରିବା ସ୍ୱାଭାବିକ? ଆଉ ଆଜି ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ଗମାଙ୍ଗ ଗଣମାଧ୍ୟମକୁ ଦେଇଥିବା ବୟାନ ହିଁ ପରୋକ୍ଷରେ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ରାଜ୍ୟରେ ବିରୋଧୀ ଦଳଗୁଡ଼ିକୁ ନିଜର ରଣନୀତିରେ ଆଖିଦୃଶିଆ ପରିବର୍ତ୍ତନ କରିବାର ଆବଶ୍ୟକତା ଆଡ଼କୁ ଇଙ୍ଗିତ କରିଥିବା ସାଧାରଣରେ ଚର୍ଚ୍ଚା ।

Advertisment

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ସହ ଲଢ଼େଇ କରିବା ପାଇଁ ଓଡ଼ିଶାରେ ଉପଯୁକ୍ତ ପ୍ରତିଦ୍ୱନ୍ଦ୍ୱୀ ତିଆରି ହେବାର ଆବଶ୍ୟକତା ରହିଛି । ଏବେ ବିଜେଡି ସହ ଲଢ଼େଇ ପାଇଁ ପ୍ରତିଦ୍ୱନ୍ଦ୍ୱୀ ହିଁ ନାହାନ୍ତି । ଓଡ଼ିଶାରେ ଥିବା ବିରୋଧୀ ଦଳଗୁଡ଼ିକ ବିଜେଡି ସହ ଲଢ଼ିବାକୁ ସମର୍ଥ ହେଉନାହାନ୍ତି । ବିରୋଧୀ ଦଳଙ୍କ ଉଦ୍ୟମ ଫଳପ୍ରଦ ହେଉନି, ତେଣୁ ବିଜେଡିକୁ କ୍ରମାଗତ ଅଦ୍ଭୂତପୂର୍ବ ସଫଳତା ମିଳୁଛି ବୋଲି ସେ କହିଛନ୍ତି ।

ସେହିପରି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଶିଶିର ଗମାଙ୍ଗ କହିଛନ୍ତି ଯେ, ଓଡ଼ିଶାରେ ଯେତିକି ପାର୍ଟି ଅଛନ୍ତି, ସେସବୁର ସଭାପତି ହେଉଛନ୍ତି ନବୀନ ପଟ୍ଟନାୟକ । ସେ ଅଲ ପାର୍ଟି ପ୍ରେସିଡେଂଟ । ବିଜେଡି ସବୁ ମ୍ୟାନେଜ କରୁଛି । ତେଣୁ ବିରୋଧୀ ଦଳଗୁଡ଼ିକ ଉଠିପାରୁନାହାନ୍ତି । ଓଡ଼ିଶାରେ ସୁଦୃଢ଼ ବିରୋଧୀ ଦଳର ଆବଶ୍ୟକତା ରହିଛି । ସାଧାରଣ ଲୋକେ ଏଭଳି ଆବଶ୍ୟକତା ଅନୁଭବ କରୁଛନ୍ତି ବୋଲି ସେ କହିଛନ୍ତି ।

Advertisment

ଅନ୍ୟପକ୍ଷରେ କଂଗ୍ରେସର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଡାକ୍ତର ଲଲାଟେନ୍ଦୁ ମହାପାତ୍ର କହିଛନ୍ତି ଯେ, ଓଡ଼ିଶାରେ କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ ଟିକେ ଉଣା ରହିଛି । କିନ୍ତୁ କଂଗ୍ରେସ ନିଜର ଭାରତଯୋଡ଼ ଓ ଏବେ ହାତସେହାତ ଯୋଡ଼ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ପ୍ରୟାସ କରୁଛି । କଂଗ୍ରେସ ସର୍ବଦା ଲୋକଙ୍କ ସହ ରହିଛି । ଲଢ଼େଇ କରିବାର ଜୋସ୍ କଂଗ୍ରେସ କର୍ମୀଙ୍କ ମଧ୍ୟରେ ରହିଛି । କଂଗ୍ରେସ ଉଭୟ ଜାତୀୟ ଓ ରାଜ୍ୟସ୍ତରରେ ସାଧାରଣ ଲୋକଙ୍କ ପାଇଁ ଲଢ଼େଇ କରୁଛି ଓ ଲଢ଼େଇ କରିବ । କଂଗ୍ରେସ ଗୋଟିଏ ଜାତୀୟ ଦଳ । ଏହାକୁ ଗୋଟିଏ ଆଂଚଳିକ ଦଳ ମ୍ୟାନେଜ କରିବ ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଡାକ୍ତର ମହାପାତ୍ର କହିଛନ୍ତି ।

ସେହିପରି ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ଯେ, ଏଠି ବିଜେପି ବନାମ ଅନ୍ୟଦଳ ଏବେ ଲଢ଼େଇ ଚାଲିଛି । ବିରୋଧୀଙ୍କ ଶିବିରରେ ଏକତା ନାହିଁ । ବିରୋଧୀ ଭାଗଭାଗ ହେଲେ ବିଜେପିକୁ ଫାଇଦା ମିଳିବ । ସଂଗଠନ ଆଧାରରେ ଭୋଟ ମିଳେ । ବ୍ୟକ୍ତି ଏଠି ପ୍ରଭାବଶାଳୀ ନୁହେଁ । ତେଣୁ ବିଜେପିର କୌଣସି କ୍ଷତି ହେବ ନାହିଁ ବୋଲି ସେ କହିଛନ୍ତି ।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ନିର୍ବାଚନ ଫଳାଫଳ ଓ ବିରୋଧୀ ଦଳଗୁଡ଼ିକ ଆଭିମୁଖ୍ୟ ହିଁ ରାଜ୍ୟରେ ଶାସକ ବିଜେଡି ବିରୁଦ୍ଧରେ ଜନମତ ସୃଷ୍ଟି କରିବାରେ ସକ୍ଷମ ହୋଇନଥିବାର ସ୍ପଷ୍ଟ ସଙ୍କେତ ଦେଇଛି । ଯଦି ଏହି ଧାରା ବଜାୟ ରୁହେ, ତା’ହେଲେ ୨୦୨୪ ସାଧାରଣ ନିର୍ବାଚନ ବି ବିରୋଧୀଦଳଗୁଡ଼ିକ ନିମନ୍ତେ ବେଶ୍ ମହଙ୍ଗା ପଡ଼ିବ ।

ସୂଚନାଯୋଗ୍ୟ, ରାଜ୍ୟରେ ୯୦ ପ୍ରତିଶତ ଭୋଟର ଗ୍ରାମାଂଚଳରେ ରହୁଥିବାବେଳେ ୨୦୧୭କୁ ଛାଡ଼ିଦେଲେ ୨୦୦୭,୨୦୧୨ ଓ ୨୦୨୨ ପଂଚାୟତ ନିର୍ବାଚନରେ ବିଜେଡିକୁ ଅଧିକରୁ ଅଧିକ ସଫଳତା ମିଳିଛି । ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡିକୁ ଚକମା ଦେଇ ବିଜେପି ୨୯୭ଟି ଜିଲ୍ଲା ପରିଷଦ ସଭ୍ୟ ସିଟ୍ ଆଣିଥିଲେ ମଧ୍ୟ ୨୦୨୨ରେ ତ୍ରୁଟିପୂର୍ଣ୍ଣ ରଣନୀତି ଯୋଗୁ ୪୨ରେ ସୀମିତ ହୋଇଛି । କଂଗ୍ରେସ ବି ୬୦ରୁ ୩୭କୁ ଖସିଛି । ଆଉ ବିଜେଡି ୨୦୨୨ ପଂଚାୟତ ନିର୍ବାଚନରେ ଏକପାଖିଆ ସଫଳତା ପାଇଛି ।

BjD State Bjp Soumya Ranjan Patnaik Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe