‘ଲକ୍ଷ୍ମୀ ଯୋଜନା’: ୮୦କିମି ପାଇଁ ଭଡ଼ା ୧୦ଟଙ୍କା, ଠପ୍ ହୋଇଯିବ କି ଘରୋଇ ବସ ସେବା?

ଯଦି ସରକାରଙ୍କ ଏହି ଯୋଜନାରେ ୦ରୁ ୮୦କିମି ପର୍ଯ୍ୟନ୍ତ ବସ ଭଡ଼ା ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମଙ୍କ ପାଇଁ ସର୍ବାଧିକ ୧୦ଟଙ୍କା ରହୁଛି ତା’ହେଲେ ଜିଲ୍ଲାରେ ଚାଲୁଥିବା ଘରୋଇ ବସଗୁଡ଼ିକରେ ମହଙ୍ଗା ଭଡ଼ା ଦେଇ କାହିଁକି ସାଧାରଣ ବର୍ଗର ଲୋକେ ଯାତାୟତ କରିବେ ।

Naveen Patnaik

ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Thursday, 12 October 2023
  • Updated: 12 October 2023, 10:36 PM IST

Sports

Latest News

ପଂଚାୟତରୁ ରାଜଧାନୀ ପର୍ଯ୍ୟନ୍ତ ପରିବହନ ସେବା ଯୋଗାଇବା ନିମନ୍ତେ ଆଜି ମାଲକାନଗିରି ଜିଲ୍ଲାରୁ ଆରମ୍ଭ ହୋଇଛି ଲକ୍ଷ୍ମୀ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ମାଲକାନଗିରିର ୧୧୧ଟି ପଂଚାୟତରୁ ସ୍ଥାନୀୟ ବ୍ଲକ୍ ଓ ଜିଲ୍ଲା ମୁଖ୍ୟାଳୟକୁ ସିଧାସଳଖ ଶୀତତାପ ନିୟନ୍ତ୍ରିତ ବସ୍ ଓ ସାଧାରଣ ବସ୍ ଚଳାଚଳ ସୁବିଧା ମିଳିବ । ତେବେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ‘ଲକ୍ଷ୍ମୀ ଯୋଜନା’ର ଯେଉଁ ବସଭଡ଼ା ନିର୍ଦ୍ଧାରଣ ହୋଇଛି ତାହା ରାଜ୍ୟରେ ଘରୋଇ ବସ୍ ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ଠପ୍ କରିଦେବାର ଆଶଙ୍କା ଦେଖାଦେଇଛି । ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ଭଡ଼ା ମାତ୍ର ୫ଟଙ୍କା ଏବଂ ଜିଲ୍ଲା ମୁଖ୍ୟାଳୟକୁ ଭଡ଼ା ୧୦ଟଙ୍କା ନିର୍ଦ୍ଧାରଣ କରାଯାଇଛି । ସେମାନଙ୍କ ପାଇଁ ବସ୍ ଦୂରତ୍ୱ ନୁହେଁ ଫ୍ଲାଟ୍ ରେଟ୍ ରଖାଯାଇଛି ।

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ଲକ୍ଷ୍ମୀ ଯୋଜନାର ରେଟ୍ ଚାର୍ଟ ଅନୁସାରେ, ପଂଚାୟତରୁ ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ନନଏସି ବସ୍ ପାଇଁ ୦ରୁ ୧୦କିମି ପର୍ଯ୍ୟନ୍ତ ରାସ୍ତାର ବସଭଡ଼ା ୫ଟଙ୍କା, ୧୧ରୁ ୨୦କିମିକୁ ୧୦ଟଙ୍କା, ୨୧ରୁ ୪୦କିମିକୁ ୧୫ଟଙ୍କା, ୪୧ରୁ ୬୦କିମିକୁ ୨୫ଟଙ୍କା ଓ ୬୧ରୁ ୮୦କିମିକୁ ଭଡ଼ା ୩୦ଟଙ୍କା ନିର୍ଦ୍ଧାରଣ ହୋଇଛି ।

ସେହିପରି ଜିଲ୍ଲା ମୁଖ୍ୟାଳୟକୁ ଏସି ବସ୍ ଭଡ଼ା ୦ରୁ ୧୦ କିମିକୁ ୧୦ଟଙ୍କା, ୧୧ରୁ ୨୦କିମିକୁ ୨୦ଟଙ୍କା, ୨୧ରୁ ୪୦କିମିକୁ ୪୦ଟଙ୍କା, ୪୧ରୁ ୬୦କିମିକୁ ୬୦ଟଙ୍କା ଓ ୬୧ରୁ ୮୦କିମିକୁ ୮୦ଟଙ୍କା ନିର୍ଦ୍ଧାରଣ ହୋଇଛି ।

Also Read

ତେବେ ଏହି ଦୁଇ ବର୍ଗର ବସରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଫ୍ଲାଟ୍ ବସଭଡ଼ା ନିର୍ଦ୍ଧାରଣ ହୋଇଛି । ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ୫ଟଙ୍କା ଓ ଜିଲ୍ଲା ମୁଖ୍ୟାଳୟକୁ ବସଭଡ଼ା ବାବଦରେ ସେମାନଙ୍କୁ ୧୦ଟଙ୍କା ଦେବାକୁ ପଡ଼ିବ । ଏଥିରେ ସେମାନେ କେତେ ବାଟ ଯାତ୍ରା କଲେ ତାକୁ ହିସାବକୁ ନିଆଯିବ ନାହିଁ ।

ଏବେ ପ୍ରଶ୍ନ ଉଠୁଛି, ଯଦି ସରକାରଙ୍କ ଏହି ଯୋଜନାରେ ୦ରୁ ୮୦କିମି ପର୍ଯ୍ୟନ୍ତ ବସ ଭଡ଼ା ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମଙ୍କ ପାଇଁ ସର୍ବାଧିକ ୧୦ଟଙ୍କା ରହୁଛି ତା’ହେଲେ ଜିଲ୍ଲାରେ ଚାଲୁଥିବା ଘରୋଇ ବସଗୁଡ଼ିକରେ ମହଙ୍ଗା ଭଡ଼ା ଦେଇ କାହିଁକି ସାଧାରଣ ବର୍ଗର ଲୋକେ ଯାତାୟତ କରିବେ । ଯଦି ରାଜ୍ୟ ସରକାର ଆଗାମୀ ଦିନରେ ଘରୋଇ ବସ୍ ମାଲିକମାନଙ୍କ ସହ ପିପିପି ମୋଡରେ ଏହି ବସ୍ ଚଳାଚଳ କରନ୍ତି ତା’ହେଲେ କେତେ ବାର୍ଷିକ ଭଡ଼ା ବାବଦରେ ରାଜକୋଷ ଉପରେ ଅଧିକ ପରିମାଣର ଆର୍ଥିକ ଚାପ ପଡ଼ିବ କି ନାହିଁ । ଏସବୁ ଦିଗ ପ୍ରତି ରାଜ୍ୟ ସରକାର ନଜର ରଖିଛନ୍ତି ନା କେବଳ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ‘ବିଜୁ ଗାଁ ଗାଡ଼ି’ ଭଳି ଆଉ ଏକ ଚକମା ଦେଖାଇବାକୁ ପ୍ରୟାସ କରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story