Advertisment

ଡାକ୍ତରରୁ ନେତା, ତେଲଙ୍ଗାନାର ୧୫ ଡାକ୍ତର ଏବେ ବିଧାୟକ

ଡିସେମ୍ବର ୭ରେ ଶପଥ ଉତ୍ସବ ଥିବାବେଳେ ରେବନ୍ଥ ରେଡ୍ଡୀ ରାଇଜ ମୁଖିଆ ଭାବେ ମନୋନୀତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Wining Leader

Wining Leader

Advertisment

ଏଇ ଏଇ ସରିଛି ତେଲଙ୍ଗାନା ବିଧାନସଭା ନିର୍ବାଚନ। ଦୁଇ ଦୁଇ ଥର ଗାଦି ଅକ୍ତିଆର କରିଥିବା କେ. ଚନ୍ଦ୍ରଶେଖର ରାଓଙ୍କ ବିଆରଏସକୁ ଚକମା ଦେଇ ପ୍ରଥମ ଥର ସରକାର ଗଢିବାକୁ ଯାଉଛି କଂଗ୍ରେସ। ଡିସେମ୍ବର ୭ରେ ଶପଥ ଉତ୍ସବ ଥିବାବେଳେ ରେବନ୍ଥ ରେଡ୍ଡୀ ରାଇଜ ମୁଖିଆ ଭାବେ ମନୋନୀତ ହୋଇଛନ୍ତି। ଏହାରି ମଧ୍ୟରେ ନିର୍ବାଚନରେ ଏକ କୌତୁଳହର ବିଷୟ ସାମ୍ନାକୁ ଆସିଛି।

Advertisment

ରାଜ୍ୟର ୧୫ ଡାକ୍ତର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ସର୍ବାଧିକ କଂଗ୍ରେସ ବିଧାୟକ ଅଛନ୍ତି। ସବୁଠୁ ବଡ କଥା ହେଉଛି କି, ନିର୍ବାଚିତ ହୋଇଥିବା କୌଣସି ବିଧାୟକ ଡାକ୍ତର ସହାରଞ୍ଚଳର ନୁହନ୍ତି। ସମେସ୍ତେ ଗ୍ରାମାଞ୍ଚଳରୁ ନିର୍ବାଚନ ଲଢିଥିଲେ। 

ଏମାନଙ୍କ ମଧ୍ୟରୁ ତିନିଜଣ ଅର୍ଥୋପେଡିକ୍ ଡାକ୍ତର ବିଧାୟକ ହୋଇଛନ୍ତି। ଅର୍ଥୋପେଡିକ୍ ସର୍ଜନ ଡାକ୍ତର ଡ. ପାଲଭାଇ ହରିଶ ବାବୁ (ବିଜେପି) ପକ୍ଷରୁ ସିରପୁରରୁ ଜିତିଛନ୍ତି। ସେହିପରି ଅନ୍ୟ ଜଣେ ସର୍ଜନ ଡ. ଟେଲାମ ଭେଙ୍କଟ ରାଓ (BRS) ଭଦ୍ରାଚଳମରୁ, କୋରୁଟଲା ବିଧାନସଭାରୁ ନ୍ୟୁରୋସର୍ଜନ ଡ. କଲଭାକୁନ୍ତଲା ସଞ୍ଜୟ (BRS) ଏବଂ ଜଗତିଆଲରୁ ଚକ୍ଷୁ ବିଶେଷଜ୍ଞ ଡ. ଏମ ସଞ୍ଜୟ କୁମାର ନିର୍ବାଚିତ ହୋଇଛନ୍ତି। ଅବଶିଷ୍ଟ ୧୧ ବିଧାୟକ କଂଗ୍ରେସର।

Advertisment

ସେମାନଙ୍କ ମଧ୍ୟରୁ ନିଜାମାବାଦ ଗ୍ରାମୀଣ ଅଞ୍ଚଳରୁ ଜିତିଥିବା ଡାକ୍ତର ଡ. ଆର ଭୁପତୀ ରେଡ୍ଡୀ। ସେ ମଧ୍ୟ ଜଣେ ଜଣାଶୁଣା ଅର୍ଥୋପେଡିକ୍ ଡାକ୍ତର। ସେହିପରି ଜିତିଥିବା ଜେନେରାଲ୍ ସର୍ଜନମାନଙ୍କ ମଧ୍ୟରେ ଡ. ରାମ ଚାନ୍ଦ ନାୟକ, ଡ. ଭମଶି କୃଷ୍ଣ, ଡ. ମୁରଲୀ ନାୟକ, ଡ. କେ ସତ୍ୟନାରାୟଣ ଅଛନ୍ତି। 

ମେଡକରୁ ନିର୍ବାଚିତ ଡ. ମୀନାମପାଲି ରୋହିତ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିଲେ ଏବଂ ବିଧାୟକ ମଧ୍ୟ ହୋଇଛନ୍ତି। ସେହିପରି ଚେନୁରରୁ ଡ. ବିବେକ ଭେଙ୍କସ୍ୱାମୀ କଂଗ୍ରେସ ବିଧାୟକ ହୋଇଛନ୍ତି। ଜେନେରାଲ୍ ଫିଜିସିଆନ୍ ଡ. ପରଣିକା ରେଡ୍ଡୀ ନାରାୟଣପେଟରୁ ଏବଂ ଶିଶୁରୋଗ ବିଶେଷଜ୍ଞ ଡ. ପି ସଞ୍ଜୀବ ରେଡ୍ଡୀ ନାରାୟଣଖେଡର ପ୍ରତିନିଧିତ୍ୱ କରିବେ। ଜିତିଥିବା ଅନ୍ୟାନ୍ୟ ଡାକ୍ତରମାନେ ହେଉଛନ୍ତି ଏମ ରାଗାମୟୀ (ସତ୍ୟପୁଲ୍ଲୀ), ଡ. କୁଚୁକୁଲ୍ଲା ରାଜେଶ ରେଡ୍ଡୀ(ନାଗାରକୁନୁଲ)। 

Telangana Politics Telangana Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe